ରାଜ୍ୟରେ ଆରମ୍ଭ ହେଲା “ଆଶୀର୍ବାଦ ଯୋଜନା”, ମାସକୁ ମିଳିବ ୨୫୦୦ ଟଙ୍କା

ଅନାଥ ପିଲାମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆରମ୍ଭ କରିଲେ ନୂଆ ଯୋଜନା। ଏହି ଯୋଜନା ଦ୍ୱାରା ମା ବାପାଙ୍କୁ ହରାଇଥିବା ପିଲାମାନଙ୍କୁ ଶିକ୍ଷା,ଦୀକ୍ଷା ଓ ଭରଣପୋଷଣ ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ପାଇଁ ଯୋଗ୍ୟ ଥିବା ପିଲାମାନଙ୍କୁ ୩ ଟି ବର୍ଗରେ ବିଭକ୍ତ କରାଯାଇଛି।

ବାପା,ମା ଉଭୟଙ୍କୁ ହରାଇ ଥିବା ପିଲା ଓ ଉପାର୍ଜନକାରୀ ବାପା ବା ମାଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲାଙ୍କୁ ଏହି ଯୋଜନାରେ ମାସିକ ସହାୟତା ରାଶିପ୍ରଦାନ କରାଯିବ। ଏହି ଯୋଜନା ଅନୁସାରେ, ଏହି ପିଲାମାନଙ୍କର ଦାୟିତ୍ୱ ନେଇଥିବା ସମ୍ପର୍କୀୟଙ୍କ ବ୍ୟାଙ୍କ ଖାତାରେ ଏହି ସହାୟତା ରାଶି ୨୫୦୦ ଟଙ୍କା ଜମା କରାଯିବ। ଆଉ ପିଲାଟିକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ଏହି ସହାୟତା ରାଶି ପ୍ରଦାନ କରାଯିବ। ସେହିଭଳି ଭାବରେ ପିଲାଟିକୁ ୧୮ ବର୍ଷ ହେବା ପୂର୍ବରୁ କେହି ଯଦି ତାଙ୍କୁ ପୋଷ୍ୟ ପୁତ୍ର ଭାବରେ ଗ୍ରହଣ କରନ୍ତି, ତା’ହେଲେ ଏହି ସହାୟତା ରାଶି ପ୍ରଦାନ କରାଯିବନାହିଁ।

ରାଜ୍ୟ ସରକାରଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ପିଲାମାନେ ମାଗଣାରେ ଚିକିତ୍ସା ସୁବିଧା ପାଇ ପାରିବେ। ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ। ବାପାମାଙ୍କର ମୃ-ତ୍ୟୁ ପୂର୍ବରୁ ପିଲାଟି ଯେଉଁ ବିଦ୍ୟାଳୟରେ ପାଠ ପଢୁଥିଲା, ସେହି ବିଦ୍ୟାଳୟରେ ପାଠପଢ଼ା ଜାରି ରଖିପାରିବ। ଯଦି ପିଲାର ଦାୟିତ୍ୱ ନେଇଥିବା ସମ୍ପର୍କୀୟ ଯଦି ଅନ୍ୟ ସ୍ଥାନରେ ରହୁଥାନ୍ତି, ତାହେଲେ ପିଲାଟିର ପଢ଼ିବା ବ୍ୟବସ୍ଥା କରାଯିବ। ଯଦି ଆବଶ୍ୟକ ପଡ଼େ ତାହେଲେ ଆଦର୍ଶ ବିଦ୍ୟାଳୟ,କେନ୍ଦ୍ରୀୟ ବିଦ୍ୟାଳୟ ବା ସେହି ମାନର ବିଦ୍ୟାଳୟରେ ପିଲାଟିର ପଢ଼ିବା ପାଇଁ ସାହାଯ୍ୟ ମଧ୍ୟ କରାଯିବ। ପିଲାଙ୍କ ଦାୟିତ୍ୱ ନେଇ ଥିବା ସମ୍ପର୍କୀୟ ଯଦି ଚାହିଁବେ, ତାହେଲେ ପିଲାଟିର ଅନ୍ୟ ସ୍କୁଲରେ ପାଠ ପଢ଼ାଇବା ପାଇଁ ଶିଷା ଅଧିକାର ଆଇନ ଅନୁଯାୟୀ ଜିଲ୍ଲାପାଳଙ୍କ ସହାୟତା ନେଇ ପାରିବେ।

Google

ଏହିଭଳି ପିଲାମାନଙ୍କ ଉଚ୍ଚଶିଷା ପାଇଁ ରାଜ୍ୟ ସରକାରଙ୍କ ଗ୍ରୀନ ପ୍ୟାସେଜ ଯୋଜନାରେ ସହାୟତା ଯୋଗାଇ ଦେବେ। ଦାୟିତ୍ୱ ନେଇ ଥିବା ସମ୍ପର୍କୀୟ ଯଦି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବା ବିଜୁ ପକ୍କାଘର ପାଇଁ ଯୋଗ୍ୟ ହୋଇଥିଲେ, ତା’ହେଲେ ପିଲାଟିର ମଙ୍ଗଳ ପାଇଁ ବିଜୁ ପକ୍କାଘର ମଞ୍ଜୁର କରିଦିଆଯିବ। ସେଭଳି ପିଲାଙ୍କର ଯତ୍ନ ନେଉଥିବା ସମ୍ପର୍କିତ ଯଦି ଅନ୍ୟ କୌଣସି ସରକାରୀ ଯୋଜନା ପାଇଁ ଯୋଗ୍ୟ ବିବେଚିତ ହୋଇଥାନ୍ତି, ତାହେଲେ ତାଙ୍କୁ ସେହି ସବୁ ସୁବିଧା ଯୋଗାଇ ଦିଆଯିବ।

ଏହି ପିଲା ମାନଙ୍କ ସମ୍ପତ୍ତିର ସୁ-ର-କ୍ଷା ପାଇଁ ଶିଶୁ ମଙ୍ଗଳ ସମିତି,ଜିଲ୍ଲା ଶିଶୁ ସୁ-ର-କ୍ଷା ୟୁନିଟ,ତହସିଲଦାର ଓ ପୋ-ଲି-ସର ସହାୟତାରେ ଆବଶ୍ୟକ ପଦକ୍ଷେପ ନେଇପାରିବେ। ଜିଲ୍ଲା ଶିଶୁ ସୁ-ର-କ୍ଷା ୟୁନିଟ ପିଲାର ଦାୟିତ୍ୱ ସମ୍ପର୍କରେ ନିୟମିତ ଦାୟିତ୍ଵ ନେଇଥିବା ସମ୍ପର୍କୀୟଙ୍କ ସହିତ ଯୋଗାଯୋଗରେ ଖବର ନେବେ। ବିଜୁ ଶିଶୁ ସୁ-ର-କ୍ଷା ଯୋଜନା ଓ ଜୁଭେନାଇଲ ଜଷ୍ଟିସ ଫଣ୍ଡରୁ ଆବଶ୍ୟକ ପଡିଲେ ଏହି ପିଲାମାନଙ୍କ ସୁବିଧା ପାଇଁ ସହାୟତା ରାଶି ମଧ୍ୟ ଦିଆଯାଇପାରେ।

ପିତାମାତା ଉଭୟଙ୍କୁ ହରାଇଥିବା ପିଲା ଯଦି ସମ୍ପର୍କୀୟଙ୍କ ପାଖରେ ନ ରହି କୌଣସି ଚାଇଲ୍ଡ କେୟାର ଇନଷ୍ଟିଚ୍ୟୁଟରେ ରୁହନ୍ତି, ତାହେଲେ ସେହି ପିଲାମାନଙ୍କ ବ୍ୟାଙ୍କ ଖାତାରେ ମାସିକ ୧୦୦୦ ଟଙ୍କା ସହାୟତା ରାଶି ଦିଆଯିବ। ସେମାନଙ୍କର ଅନ୍ୟାନ୍ୟ ଦାୟିତ୍ୱ ଅନୁଷ୍ଠାନ ବହନ କରିବାକୁ ପଡିବ। ଆଉ ସେହିପରି ସେମାନଙ୍କର ଶିଷା,ସ୍ଵାସ୍ଥ୍ୟ ଓ ସୁ-ର-କ୍ଷା ବ୍ୟବସ୍ଥା ଉପରେ ଜିଲ୍ଲା ଶିଶୁ ସୁ-ର-କ୍ଷା ୟୁନିଟ ବୁଝାସୁଝା କରିବେ।

ଯେଉଁ କ୍ଷେତ୍ରରେ ପିଲାର ରୋଜଗାର କରୁଥିବା ବାପାମା’ଙ୍କ ମୃ-ତ୍ୟୁ ହୋଇଥିବ କିମ୍ବା ସେ ଜୀବିତ ଥିବା ବାପା ବା ମା’ ପାଖରେ ରହୁଥିବ, ସେ କ୍ଷେତ୍ରରେ ତାକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ତା’ର ଭରଣାପୋଷଣ ପାଇଁ ଜୀବିତ ବାପା ବା ମା’ଙ୍କ ବ୍ୟାଙ୍କ ଖାତାରେ ମାସିକ ୧୫୦୦ ଟଙ୍କା ଯାହାୟତା ରାଶି ଯୋଗାଇ ଦିଆଯିବ। ପିଲାଟିକୁ ଯଦି କେହି ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରନ୍ତି,ତାହେଲେ ଆଉ ସହାୟତା ରାଶି ଦିଆଯିବ ନାହିଁ।

ପିଲାଟିର ମା ଯଦି ମଧୁବାବୁ ପେନସନ ପାଇଁ ଯୋଗ୍ୟ ହୋଇଥିଲେ,ତା’ହେଲେ ତାଙ୍କ ପାଇଁ ବି-ଧ-ବା ଭତ୍ତା ମଞ୍ଜୁର କରିଦିଆଯିବ। ଏହା ସହିତ ଉଭୟଙ୍କୁ ଜାତୀୟ ବା ରାଜ୍ୟ ଖାଦ୍ୟ ସୁ-ର-କ୍ଷା ଯୋଜନାର ସୁବିଧା ଉପଲବ୍ଧ କରିଦିଆଯିବ। ଏହା ସହିତ ମାଗଣା ଶିଷା ଓ ସ୍ଵାସ୍ଥ୍ୟ ଵୀମାର ସୁବିଧା ଯୋଗାଇ ଦିଆଯିବ।

ଜିଲ୍ଲା ଶିଶୁ ସୁ-ର-କ୍ଷା ୟୁନିଟ,ଚାଇଲ୍ଡ ଲାଇନ ତଥା ପଞ୍ଚାୟତ ସ୍ତରୀୟ କମିଟି ଓ ବ୍ଲକ କମିଟିର ଫ୍ରଣ୍ଟଲାଇନ ୱାର୍କର ସିଭିଲ ସୋସାଇଟି ମାଧ୍ୟମରେ ଏହିଭଳି ପିଲାମାନଙ୍କୁ ଚିହ୍ନଟ କରି ତାଲିକା ପ୍ରସ୍ତୁତ କରିବେ। ଏହି ଯୋଜନା ପାଇଁ ଯୋଗ୍ୟଥିବା ପିଲା ବା ତାଙ୍କ ଦାୟିତ୍ୱ ଗ୍ରହଣ କରିଥିବା ସମ୍ପର୍କୀୟ ମଧ୍ୟ ମୃ-ତ୍ୟୁ ପ୍ରମାଣ ପତ୍ର ସହିତ DCPUଙ୍କ ପାଖରେ ଆବେଦନ କରିପାରିବେ।

ଯେପରି କି, ବାପାମାଙ୍କୁ ହରାଇ ଥିବା ଜଣେ ବି ଅସହାୟ ଶିଶୁ ଏହି ଯୋଜନାରୁ ବାଦ ନ ପଡ଼ନ୍ତି,ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିପାଇଁ ନିୟମିତ ଭାବରେ ପ୍ରତି ବର୍ଷ ସ୍ୱତନ୍ତ୍ର ଅଭିଯାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *