WTC ଫାଇନାଲ ମ୍ୟାଚ ଡ୍ର ହେଲେ ଏହି ଦଳ ହେବ ବିଜେତା, ଆଇସିସି ଜାରି କରିଛି ଏହି ନିୟମ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ପ୍ରଥମଦିନର ମଜା ବର୍ଷା ଧୋଇନେଇଛି। ସାଉଥହାମ୍ପଟନରେ ବର୍ଷା ହେବା କାରଣରୁ ପ୍ରଥମ ଦିନର ଖେଳକୁ ରଦ୍ଧ କରିଦିଆ ଯାଇଥିଲା।

ସାଉଥହାମ୍ପଟନରେ ଗୁରୁବାର ଦିନ ସାରା ରାତି ବର୍ଷା ଲାଗି ରହିଥିଲା। ଏମିତିରେ ପ୍ରଥମ ଦିନର ଖେଳରେ ବର୍ଷା ଆଶଙ୍କା ଜାରି ରହିଥିଲା। ଆକ୍ୟୁୱେଦର ରିପୋର୍ଟ ମୁତାବିକ, 18 ରୁ ଜୁନ 22 ତାରିଖ ପର୍ଯ୍ୟନ୍ତ ସାଉଥହାମ୍ପଟନ ରେ ବର୍ଷା ଲାଗି ରହିବ।

ପ୍ରଥମ ଦିନର ମ୍ୟାଚ ରଦ୍ଧ ହେବାପରେ ମଧ୍ୟ ଏବେ ମ୍ୟାଚରେ ପାଞ୍ଚଦିନ ବାକି ରହିଛି। ଇଂଲଣ୍ଡରେ ପାଣିପାଗକୁ ଦେଖି ଆଇସିସି ପ୍ରଥମରୁ ହିଁ ଖେଳ ସମ୍ବନ୍ଧରେ ମତ ରଖିଥିଲା। ଆଇସିସି ଏହି ଟେଷ୍ଟ ମ୍ୟାଚ ପାଇଁ ଜୁନ 23 ତାରିଖ ଦିନକୁ ରିଜର୍ଭ ରଖିଛି।

ଆଇସିସି ମୁତାବିକ, ଏହି ରିଜର୍ଭ ଡେ କୁ ସେହିଦିନ ବ୍ୟବହାର କରାଯିବ ଯେତେବେଳେ ପ୍ରଥମ ପାଞ୍ଚଦିନର ଖେଳ 30 ଘଣ୍ଟା ହୋଇନଥିବ। ଦେଖିବାକୁ ଗଲେ ପ୍ରଥମ ଦିନର ଖେଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହେବାପରେ 98 ଓଭରର ଖେଳ ଏହିଦିନ ହେବ।

ପ୍ରତିଦିନ 8 ଓଭର ଅତିରିକ୍ତ ଫିଙ୍ଗାଯିବ। ଯାହାଦ୍ୱାରା 50 ଓଭର ଭରଣା ହୋଇପାରିବ। ଏହିପରି ଭାବରେ ଆଇସିସି ରିଜର୍ଭ ଡେ ବ୍ୟବହାର କରିବ।

ଏମିତିରେ ଯଦି ମ୍ୟାଚ ଡ୍ର ରୁହେ ତାହେଲେ ଉଭୟ ଦଳକୁ ସଂଯୁକ୍ତ ବିଜେତା ଘୋଷଣା କରାଯିବ। ମ୍ୟାଚ ଟାଇ ହେବାପରେ ମଧ୍ୟ ଦୁଇଟି ଦଳ ବିଜେତା ରହିବେ। ଏହି ନିୟମ ଆଇସିସି ଜୁନ 2018 ମସିହାରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଆରମ୍ଭ ହେବାପୂର୍ବରୁ ସୂଚନା ଦେଇଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *