ଏହି ସପ୍ତାହରେ ସବୁଠୁ ଅଧିକ ଶସ୍ତା ହେଲା ସୁନା, ବର୍ତ୍ତମାନ କିଣି ନିଅନ୍ତୁ, ଜାଣନ୍ତୁ କେତେ ଟଙ୍କା ଅଛି ସୁନାର ଦାମ ?

ଯଦି ଆପଣ ଶସ୍ତାରେ ସୁନା କିଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଖରେ ଏକ ଚମତ୍କାର ସୁଯୋଗ ଅଛି | ଅର୍ଥାତ ଯଦି ଆପଣ ବିବାହର ଏହି ସିଜିନରେ ସୁନା କିଣିବାକୁ ଯାଉଛନ୍ତି କିମ୍ବା ଆପଣ ସୁନାରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ କହିରଖୁଛୁ ଯେ ସୁନା କିଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ | ଗତ କିଛି ଦିନ ହେବ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଉଛି | ଯଦି ଆମେ ଗତ ଏକ ସପ୍ତାହ ବିଷୟରେ କଥା ହେବା, ତେବେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୨୦୦୦ ଟଙ୍କାରୁ ଅଧିକ ଭାଙ୍ଗିଛି | ଏଭଳି ପରିସ୍ଥିତିରେ ଶସ୍ତା ସୁନା କିଣିବାର ଏହା ଭଲ ସୁଯୋଗ ଅଟେ |

ଏହି ହ୍ରାସ ଅଧିକ ଦିନ ପର୍ଯ୍ୟନ୍ତ ରହିବ ନାହିଁ :-

କମୋଡିଟି ଏକ୍ସପର୍ଟଙ୍କ ଅନୁଯାୟୀ ଜୁଲାଇ ପରେ ସୁନା ମହଙ୍ଗା ହେବ, ତେଣୁ ପୁଞ୍ଜି ବିନିଯୋଗରେ ଆପଣଙ୍କୁ ବହୁତ ବଡ ରିଟର୍ଣ୍ଣ ମିଳିବ, କିନ୍ତୁ କିଣିବା ଆପଣଙ୍କୁ ମହଙ୍ଗା ପଡିବ | ଏକ୍ସପର୍ଟ କହିଛନ୍ତି ଯେ ମୂଲ୍ୟବାନ ଧାତୁର ମୂଲ୍ୟରେ ହ୍ରାସ ଅସ୍ଥାୟୀ ରହିଛି ଏବଂ ସୁନା ନିବେଶକମାନେ ଏହାକୁ କିଣିବାର ଏକ ଭଲ ସୁଯୋଗ ଭାବରେ ଦେଖିବା ଉଚିତ | ଏକ୍ସପର୍ଟଙ୍କ ଅନୁଯାୟୀ, ସୁନା ମୂଲ୍ୟ ଶୀଘ୍ର ଓଲଟପାଲଟ ହୋଇଯିବ ଏବଂ ଟ୍ରେଣ୍ଡ ରିଭର୍ସଲ ହେବାର ଏକ ମାସ ମଧ୍ୟରେ ୧୦ ଗ୍ରାମ ପିଛା ୪୮,୫୦୦ ଟଙ୍କାରେ ପହଞ୍ଚିଯିବ |

ଏକ ମାସ ମଧ୍ୟରେ ସବୁଠାରୁ ନିମ୍ନସ୍ତରରେ :-

ସୁନାର ମୂଲ୍ୟ ଏକ ମାସରେ ନିଜର ସବୁଠାରୁ ନିମ୍ନ ସ୍ତରରେ ପହଞ୍ଚି ଯାଇଛି | ସେହିପରି ରୂପାରେ ବୃଦ୍ଧି ଘଟିଛି | ସାରା ବିଶ୍ୱରେ ବଜାରରେ ମୂଲ୍ୟ ହ୍ରାସ ମଧ୍ୟରେ ଭାରତୀୟ ବଜାରରେ ସୁନା ଦର ହ୍ରାସ ଦେଖିବାକୁ ମିଳୁଛି | ଗୁଡ ରିଟର୍ନ ୱେବସାଇଟ ଅନୁଯାୟୀ ଶୁକ୍ରବାର ଦିନ ୧୦ ଗ୍ରାମ ୨୨ କ୍ୟାରେଟ ସୁନା ମୂଲ୍ୟ ୪୭,୪୧୦ ରୁ ୪୭,୩୫୦ ଟଙ୍କାକୁ ଖସି ଆସିଛି | ସେହିପରି ଯଦି ଆମେ ରୂପା ବିଷୟରେ କଥା ହେବା, ତେବେ ଏହାର ରେଟ କିଲୋଗ୍ରାମ ପିଛା ୭୦,୩୦୦ ଟଙ୍କାକୁ ଖସି ଆସିଛି | ସେହିଭଳି ୨୪ କ୍ୟାରେଟ ସୁନା ମୂଲ୍ୟ ଶୁକ୍ରବାର ଦିନ ୧୦ ଗ୍ରାମ ପିଛା ୬୦ ଟଙ୍କା ହ୍ରାସ ପାଇ ୪୮,୩୫୦ ଟଙ୍କା ହୋଇଯାଇଛି, ଯାହା ପୂର୍ବ ବାଣିଜ୍ୟ ଅଧିବେଶନରେ ୪୮,୪୧୦ ଟଙ୍କା ଥିଲା | ଆପଣଙ୍କୁ କହିରଖୁଛୁ ଯେ ସୁନାର ବର୍ତ୍ତମାନ ମଧ୍ୟ ରେକର୍ଡ ହାଇରୁ ୯,୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ଚାଲିଛି | ଆପଣଙ୍କୁ କହିରଖୁଛୁ ଯେ ଗତ ବର୍ଷ ଅଗଷ୍ଟରେ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୫୬,୦୦୦ ରୁ ଅଧିକ ଦାମ ରହିଥିଲା |

ଜାଣନ୍ତୁ ବର୍ତ୍ତମାନ କେତେ ଅଛି ଲାଟେଷ୍ଟ ରେଟ ?

ଗୁଡ ରିଟର୍ନ ୱେବସାଇଟ ଅନୁଯାୟୀ, ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୭,୦୦୦ ଟଙ୍କା ରହିଛି | ଚେନ୍ନାଇରେ ୪୫,୧୫୦ ଟଙ୍କାକୁ ଆସିଯାଇଛି | ମୁମ୍ବାଇରେ ୧୦ ଗ୍ରାମ ସୁନାର ମୂଲ୍ୟ ୪୭,୩୫୦ ଟଙ୍କା ରହିଛି | କୋଲକାତାରେ ୧୦ ଗ୍ରାମ ପ୍ରତି ୪୭,୧୮୦ ଟଙ୍କା ରହିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *