ଶେଫାଳୀ ବର୍ମା କଲେ କମାଲ,୫୦ ବର୍ଷ ପରେ ସୁନୀଲ ଗଭାସ୍କରଙ୍କ ଏହି ରେକର୍ଡ଼ ସହ ହେଲେ ସମକକ୍ଷ

ମହିଳା ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଶେଫାଳୀ ବର୍ମା ଧୂମ ମଚାଇ ଦେଇଛନ୍ତି। ନିଜର ଡେବ୍ୟୁ ମ୍ୟାଚରେ ସେ 125 ବଲରେ 96 ରନର ଇନିଂସ ଖେଳିଥିଲେ।

ସେହିପରି ସେ ଦ୍ଵିତୀୟ ପାଳିରେ 55 ରନର ଇନିଂସ ଖେଳି ଏପର୍ଯ୍ୟନ୍ତ କ୍ରିଜରେ ରହିଛନ୍ତି।

ଶେଫାଳୀ ବର୍ମାଙ୍କ ଇଂଲଣ୍ଡରେ ଏହି ପ୍ରଦର୍ଶନ କମାଲ କରିଦେଇଥିଲା। ସେ ଏକ ଅଦ୍ଭୁତ ରେକର୍ଡ଼ ମଧ୍ୟ ନିଜ ନାମରେ କରିଦେଲେ। ସେ ଭାରତର ପୂର୍ବ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କରଙ୍କ ରେକର୍ଡ଼ର ସମକକ୍ଷ ହୋଇଯାଇଛନ୍ତି। ସୁନୀଲ ଗାଭାସ୍କରଙ୍କ ପରେ ଶେଫାଳୀ ବର୍ମା ଦ୍ଵିତୀୟ ଖେଳାଳି ହୋଇଯାଇଛନ୍ତି ଯିଏକି ନିଜର ଡେବ୍ୟୁ ମ୍ୟାଚର ଦୁଇଟି ପାଳିରେ ଅର୍ଦ୍ଧଶତକ ହାସଲ କରିଥିଲେ।

ଆପଣଙ୍କୁ ଜଣାଇଦେଉଛୁ କି, ସୁନୀଲ ଗାଭାସ୍କର ମାର୍ଚ୍ଚ 6 ତାରିଖ 1971 ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଡେବ୍ୟୁ କରିଥିଲେ। ସେ ପ୍ରଥମ ପାଳିରେ 65 ରନ ଓ ଦ୍ଵିତୀୟ ପାଳିରେ 67 ରନ କରିଥିଲେ। ଏତିକି ମଧ୍ୟ ନୁହେଁ ସେ ଭାରତ ପାଇଁ ବିଜୟୀ ରନ ମଧ୍ୟ ହାସଲ କରିଥିଲେ।

ଟିମ ଇଣ୍ଡିଆ ମୁସ୍କିଲରେ:-

ବର୍ତ୍ତମାନ ଭାରତୀୟ ମହିଳା କ୍ରିକେଟ ଇଂଲଣ୍ଡର କାଉଣ୍ଟି ଠାରେ ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁଛନ୍ତି। ତୃତୀୟ ଦିନର ଖେଳ ସୁଧା ଭାରତ 82 ରନରେ ପଛରେ ରହି ଫଲୋଅନ ଖେଳୁଛି। ପ୍ରଥମ ପାଳିରେ ଇଂଲଣ୍ଡ 9 ଉଇକେଟରେ 396 ରନ କରିଥିଲା ଓ ଭାରତ ନିଜର ପ୍ରଥମ ଇନିଂସରେ 230 ରନ କରି ଆଲଆଉଟ ହୋଇ ଫଲୋଅନ ଖେଳୁଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *