INDW vs ENGW: ସେଫାଳୀ ବର୍ମା ଟେଷ୍ଟ ଡେବ୍ୟୁରେ ରଚିଲେ ଇତିହାସ, ବର୍ତ୍ତମାନ ଧାବନ-ରୋହିତଙ୍କର ଏହି ରେକର୍ଡ ଉପରେ ନଜର

ଭାରତର ବିସ୍ଫୋଟକ ସଲାମୀ ବ୍ୟାଟ୍ସମ୍ୟାନ ସେଫାଳୀ ବର୍ମା ନିଜର ଡେବ୍ଯୁ ଟେଷ୍ଟ ମ୍ଯାଚର ଦୁଇଟି ଇନିଙ୍ଗ୍ସରେ ଅର୍ଦ୍ଧଶତକ ଯୋଡି ଇତିହାସ ରଚିଦେଇଛନ୍ତି। ୧୭ବର୍ଷର ସେଫାଳୀ ସବୁଠାରୁ କମ ବୟସର ବ୍ୟାଟ୍ସମ୍ୟାନ ଅଟନ୍ତି, ଯିଏକି ଡେବ୍ୟୁ ଟେଷ୍ଟ ମ୍ଯାଚରେ ଦୁଇଟି ଇନିଙ୍ଗ୍ସରେ ୫୦ରୁ ଅଧିକ ରନ କରିଛନ୍ତି। ଏହି କାରନାମା କରିବାରେ ସେଫାଳୀ ଭାରତର ପ୍ରଥମ ଓ ଦୁନିଆର ଚତୁର୍ଥ ମହିଳା ବ୍ୟାଟ୍ସମ୍ୟାନ ଅଟନ୍ତି। ଯିଏକି ଏହି ଉପଲବ୍ଧି ଇଂଲଣ୍ଡ ବିରୁଦ୍ଧରେ ଏକମାତ୍ର ଟେଷ୍ଟ ମ୍ଯାଚର ତୃତୀୟ ଦିନ ହାସିଲ କରିନେଲେ। ସେଫାଳୀ ପ୍ରଥମ ଇନିଙ୍ଗ୍ସରେ ୯୬ରନ କରିଥିଲେ, ଯେତେବେଳେକି ଭାରତୀୟ ଦଳ ଫଲୋଅନକୁ ଆସିବା ରେ ତୃତୀୟ ଦିନ ଖେଳ ସମାପ୍ତ ହେବା ବେଳକୁ ୫୫ରନରେ ଖେଳୁଥିଲେ।

ରୋହିତ ଶର୍ମା-ଶିଖର ଧାବନଙ୍କ ରେକର୍ଡ ଉପରେ ନଜର:-

ସେଫାଳୀ ଏହି ଟେଷ୍ଟ ମ୍ଯାଚରେ ବର୍ତ୍ତମାନ ପର୍ଯ୍ଯନ୍ତ ୧୫୧ ରନ କରିନେଲେ। ସେଫାଳୀ ଡେବ୍ୟୁ ଟେଷ୍ଟ ମ୍ଯାଚରେ ୧୫୦ରୁ ଅଧିକ ରନ କରିଥିବା ଭାରତର ଚତୁର୍ଥ ବ୍ୟାଟ୍ସମ୍ୟାନ ଅଟନ୍ତି। ଡେବ୍ୟୁ ଟେଷ୍ଟରେ ସବୁଠାରୁ ଅଧିକ ରନ କରିଥିବାର ରେକର୍ଡ ଭାରତ ତରଫରୁ ଶିଖର ଧାବନଙ୍କ ନାମରେ ଅଛି। ଧାବନ ୨୦୧୩ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ୧୮୭ରନ କରିଥିଲେ। ଏହାପରେ ରୋହିତ ଶର୍ମାଙ୍କ ନମ୍ବର ଆସେ, ଯିଏକି ୨୦୧୩ରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ୧୭୭ରନ କରିଥିଲେ। ତୃତୀୟ ନମ୍ବରରେ ଲାଲା ଅମରନାଥ ଅଛନ୍ତି। ଯିଏକି ୧୯୩୩ ମସିହାରେ ଇଂଲଣ୍ଡ ବିରୁଦ୍ଧରେ ୧୫୬ରନ କରିଥିଲେ। ଡେବ୍ୟୁ ଟେଷ୍ଟରେ ଭାରତ ତରଫରୁ ସବୁଠାରୁ ଅଧିକ ରନ କରିବାର ରେକର୍ଡ ସେଫାଳୀଙ୍କ ନିଜ ନାମରେ କରିପାରିବେ। ଓ ସେଥିପାଇଁ ତାଙ୍କୁ କେବଳ ୩୭ରନ ଦରକାର।

ସବୁଠାରୁ କମ ବୟସରେ କରିପାରନ୍ତି ଟେଷ୍ଟ ଶତକ:-

ସେଫାଳୀ ପ୍ରଥମ ଦୁଇଟି ଇନିଙ୍ଗ୍ସରେ ୫୦ରୁ ଅଧିକ ଇନିଙ୍ଗ୍ସ ଖେଳିଥିବାର ଉପଲବ୍ଧି ଇଂଲଣ୍ଡର ଲେସ୍ଲି କୁକ(୭୨ ଏବଂ ୧୧୭, ବନାମ ଭାରତ ୧୯୮୬), ଶ୍ରୀଲଙ୍କାର ବନୀସା ବୋବେନ(୭୮ ଏବଂ ୬୩, ବାନମ ପାକିସ୍ତାନ ୧୯୯୮) ଓ ଅଷ୍ଟ୍ରେଲିଆର ଜେଫ ଜନସନ(୯୯ ଏବଂ ୫୪, ବନାମ ଇଂଲଣ୍ଡ, ୨୦୨୧) ହାସିଲ କରିଥିଲେ। ସେଫାଳୀ ପ୍ରଥମ ଭାରତୀୟ ଭାବରେ ପ୍ରଥମ ଇନିଙ୍ଗ୍ସରେ କେବଳ ଚାରି ରନ ଦୂରରେ ନିଜର ଶତକ ଯୋଡିବାରେ ରହିଗଲେ। ଏହା ବ୍ଯତୀତ ତାଙ୍କ ପାଖରେ ମହିଳା କ୍ରିକେଟ ଇତିହାସରେ ସବୁଠାରୁ କମ ବୟସରେ ଟେଷ୍ଟ ଶତକ କରିବାର ଅବସର ମଧ୍ୟ ଅଛି। ଏହି ଇନିଙ୍ଗ୍ସରେ ତୃତୀୟ ଅଙ୍କରେ ପହଞ୍ଚି ଏହି ଦୁଇଟି ଉପଲବ୍ଧି ହାସିଲ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *