୯ ସିଂହ କରୋନା ପଜିଟିଭ, ପରୀକ୍ଷା ପରେ ୪ଟି ସିଂହଠାରେ ମିଳିଲା ଖତରନାକ ଡେ଼ଲ୍ଟା ଭାରିଆଣ୍ଟ

ଚେନ୍ନାଇର ପ୍ରାଣୀ ଉଦ୍ୟାନରେ କରୋନା ଏଣ୍ଟ୍ରି କରି ସାରିଲାଣି | ଏଠାରେ ୪ ଟି ସିଂହ କରୋନା ପଜିଟିଭ ବୋଲି ଜଣାପଡ଼ିଛନ୍ତି | ଚାରିଟିଯାକ ସିଂହ ପାଖରେ ଖତରନାକ ଡେଲଟା ଭାରିଆଣ୍ଟ ଦେଖିବାକୁ ମିଳିଛି | ଗତ କିଛି ଦିନରେ ଚେନ୍ନାଇର ଏକ ଜୁ ରେ ଅନେକ ସିଂହ କରୋନା ପଜିଟିଭ ଜଣାପଡ଼ିଥିଲେ | କରୋନା ପଜିଟିଭ ହେବା ପରେ ଗୋଟିଏ ସିଂହୀ ଏବଂ ସିଂହର ମୃତ୍ୟୁ ମଧ୍ୟ ହୋଇଛି |

ମଣିଷ ପରେ କରୋନା ବର୍ତ୍ତମାନ ପଶୁମାନଙ୍କ ଜୀବନ ସହିତ ଖେଳିବା ଆରମ୍ଭ କରିଛି | ଅନେକ ପ୍ରାଣୀ କରୋନା ପଜିଟିଭରେ ଆକ୍ରାନ୍ତ ହୋଇ ସାରିଛନ୍ତି | ଚେନ୍ନାଇର ଅରିଗନାର ଆନ୍ନା ପ୍ରାଣୀ ଉଦ୍ୟାନରେ ୯ ଟି ସିଂହ ଜୁନ ୩ ତାରିଖରେ କରୋନା ପଜିଟିଭ ଜଣାପଡ଼ିଥିଲେ | ଏଥିମଧ୍ୟରୁ ଚାରିଟି ସିଂହର ସାମ୍ପଲାର ଜିନୋମ କ୍ରମ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ- ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ହାଇ ସିକ୍ୟୁରିଟି ଆନିମଲ ରୋଗ ଭୋପାଳରେ କରାଯାଇଥିଲା | ଏଥିରୁ ଚାରୋଟି ଡେଲଟା ଭାରିଆଣ୍ଟ B.1.617.2 ଦ୍ୱାରା ସଂକ୍ରମିତ ବୋଲି ଜଣାପଡିଛି |

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ପଶୁମାନଙ୍କର କରୋନା ପରୀକ୍ଷା କରିବା ପାଇଁ ଚାରୋଟି ଅନୁଷ୍ଠାନକୁ ଅନୁମୋଦନ କରାଯାଇଛି, ସେଥିମଧ୍ୟରୁ ଭୋପାଳର ଏହି ଅନୁଷ୍ଠାନ ମଧ୍ୟ ଅନ୍ତର୍ଭୁକ୍ତ ଅଟେ | ଜୁନ ୪ ରେ ନୀଲା ନାମକ ଗୋଟିଏ ନଅ ବର୍ଷର ସିଂହୀ ଏବଂ ୧୨ ବର୍ଷିୟ ସିଂହ ପଥମନାଥନର ଜୁନ ୧୬ ରେ ପ୍ରାଣୀ ଉଦ୍ୟାନରେ ଭାଇରସ କାରଣରୁ ମୃତ୍ୟୁ ହୋଇଯାଇଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *