୧ କିଲୋ ଆମ୍ବର ମୂଲ୍ୟ ୨.୫ ଲକ୍ଷ ଟଙ୍କା, ଏହି ଆମ୍ବର ସୁରକ୍ଷା ପାଇଁ ମାଲିକ ରଖିଛନ୍ତି ୩ ଜଣ ଗାର୍ଡ ଏବଂ ୯ ଟି କୁକୁର

ମଧ୍ୟପ୍ରଦେଶର ଜବଲପୁରରେ ଏକ ଆମ୍ବ ବଗିଚାର ସୁରକ୍ଷା ପାଇଁ ୩ ଜଣ ଗାର୍ଡ ଏବଂ ୯ଟି କୁକୁରକୁ ରଖାଯାଇଛି | କୁହାଯାଉଛି ଯେ ଏହି ବଗିଚାରେ ଲାଗିଥିବା ଗୋଟିଏ ଆମ୍ବର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାରେ ମିଳିଥାଏ | ଏହି ବିଶେଷ ପ୍ରକାର ଆମ୍ବ ଜାପାନରେ ମିଳିଥାଏ | ଜବଲପୁରର ଏହି ବଗିଚାରେ ଲାଗିଥିବା ଏହି ଆମ୍ବର ମୂଲ୍ୟ ଅନ୍ତରାଷ୍ଟ୍ରୀୟ ବଜାରରେ ୨ ଲକ୍ଷ ୭୦ ହଜାର ଟଙ୍କା ବୋଲି କୁହାଯାଉଛି |

ଜବଲପୁରର ଆଵୋ ବାୟୁରେ ସୃଷ୍ଟି ହେଉଥିବା ଏହି ମୂଲ୍ୟବାନ ଆମ୍ବ ହଜାର ହଜାରରେ ନୁହେଁ ବରଂ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି ଏବଂ ତେଣୁ ଏହାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି | ଏହି ଆମ୍ବକୁ ଜଗିବା ପାଇଁ କୁକୁର ଏବଂ ଗାର୍ଡମାନେ ୨୪ ଘଣ୍ଟା ବଗିଚାରେ ନିୟୋଜିତ ରୁହନ୍ତି |

ବଗିଚାର ମାଲିକ ସଂକଳ୍ପ କହିଛନ୍ତି ଯେ ଏହି ଜାପାନୀ ଆମ୍ବର ନାମ ଟାଇୟୋ ନୋ ଟମାଙ୍ଗୋ ଅଟେ, ଏହାକୁ ଏଗ ଆଜି ସନ ଅର୍ଥାତ ସୂର୍ଯ୍ୟର ଅଣ୍ଡା ମଧ୍ୟ କୁହାଯାଏ | ସଂକଳ୍ପ କୁହନ୍ତି ଯେ ଆଗରୁ ଏହି ଆମ୍ବ ବହୁତ ଚର୍ଚ୍ଚାରେ ଥିଲା | ଯେଉଁ କାରଣରୁ ତାଙ୍କ ବଗିଚାର ଆମ୍ବ ଚୋରି ହୋଇଥିଲା | ସେଥିପାଇଁ ସେ ଏହି ମୂଲ୍ୟବାନ ଆମ୍ବର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି ଏବଂ ସୁରକ୍ଷା ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି |

ଏହି ଆମ୍ବ ଯେତେବେଳେ ପାଚିଯାଏ ସେତେବେଳେ ଏହା ହାଲକା ଲାଲ ଓ ହଳଦିଆ ଦେଖାଯାଏ ଏବଂ ଏହାର ଓଜନ ପ୍ରାୟ ୯୦୦ ଗ୍ରାମ ପର୍ଯ୍ୟନ୍ତ ପହଁଚିଯାଇଥାଏ | ଏଥିରେ ଟିକେ ହେଲେ ବି ଆମ୍ବିଳ ନଥାଏ ଏବଂ ଖାଇବାକୁ ଏହା ବହୁତ ମିଠା ଲାଗିଥାଏ | ଅମ୍ବର ଏହି ପ୍ରଜାତି ଜାପାନରେ ସୁରକ୍ଷିତ ଭାବରେ ଉତ୍ପାଦନ କରାଯାଏ | କିନ୍ତୁ ସଂକଳ୍ପ ସିଂହ ନିଜ ଜମିରେ ଏହାକୁ ଖୋଲା ପରିବେଶରେ ଉତ୍ପାଦନ କରିଛନ୍ତି |

ଜାପାନରେ ୨୦୧୭ ମସିହାରେ ପ୍ରାୟ ୩୬୦୦ ଡଲାର ନିଲାମ କରାଯାଇଥିଲା ଯାହାର ଭାରତରେ ଏହାର ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ଅଟେ | ବଗିଚାର ମାଲିକ ସଂକଳ୍ପ କହିଛନ୍ତି ଯେ ଏହି ଆମ୍ବକୁ ଆରମ୍ଭରେ ଚାରି ଏକର ଜମିରେ କିଛି ଗଛ ଦ୍ୱାରା ଉତ୍ପାଦନ କରାଯାଇଥିଲା ଏବଂ ଆଜି ଭାରତୀୟ ୧୪ଟି ହାଇବ୍ରିଡ଼ ତଥା ୬ଟି ବିଦେଶୀ ପ୍ରଜାତିର ଆମ୍ବ ଟଙ୍କା ବଗିଚାରେ ଉତ୍ପାଦନ ହେଉଛି |

ଭାରତରେ ଏହି ଆମ୍ବ ଆଉ କେଉଁଠି ବି ହେଉ ନାହିଁ | ଜାପାନୀ ଆମ୍ବକୁ ତାମାଗୋ ନାମରେ ଜଣାଯାଏ | ଅନ୍ତରାଷ୍ଟ୍ରୀୟ ବଜାରରେ ଏହାର ଚାହିଦା ବହୁତ ଅଧିକ | ଜାପାନ ଭାଷାରେ ଏହା ତେଇଓ ନୋ ତାମାଗୋ ନାମରେ ଜଣାଶୁଣା ଅଟେ |

ସଂକଳ୍ପ ପରିହାର ନିଜ ୪ ଏକର ବଗିଚାରେ ୧୪ଟି ଅଲଗା ଅଲଗା ପ୍ରଜାତିର ଆମ୍ବକୁ ଲଗାଇଛନ୍ତି | ଏବଂ ଏହା ବ୍ୟତୀତ ତାମଗ ଆମ୍ବର ୫୨ଟି ଗଛ ଲଗା ଯାଇଛି | ଜାପାନ ଏହି ଆମ୍ବକୁ ପୋଲି ହାଉସ ଭିତରେ ସୁରକ୍ଷିତ ପରିବେଶରେ ଉତ୍ପାଦନ କରାଯାଏ |

ସଂକଳ୍ପ ପରିହାର ଏହାକୁ ପରୀକ୍ଷଣ ପାଇଁ ଲଗାଇଥିଲେ ଏବଂ ଏହି ଆମ୍ବକୁ ଜବଳପୁରର ବାତାବରଣ ଭଲ ଲାଗିଲା ଓ ଏଠାରେ ସେହି ଆମ୍ବ ବହୁତ ଭଲ ଭାବରେ ଫଳିବାକୁ ଲାଗିଲା | ସେ କହିଛନ୍ତି ଯେ ଏହି ଆମ୍ବର ମୂଲ୍ୟ ୨ ଲକ୍ଷ ୭୦ ହଜାର ଟଙ୍କା ଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *