କରୋନା ନେଲା ଜୀବନ: ବର ବେଶ ବଦଳରେ ଉଠିଲା କୋ-କେ-ଇ

ବାହାଘର ପାଇଁ ଦିନ ଠିକ୍ ହୋଇସାରଥିଲା। ନିମନ୍ତ୍ରଣ ପତ୍ର ବି ବଣ୍ଟା ସରିଥିଲା। କିନ୍ତୁ, ସବୁ ଆଶା ଆଶାରେ ହିଁ ରହିଗଲା। ବରବେଶ ହେବା ପୂର୍ବରୁ କରୋନା ସଂକ୍ରମଣରେ ସଂକ୍ରମିତ ହେଲେ ପୁଅ। ଏପରି ପରିସ୍ଥିତିରେ ପରିବାର ଲୋକେ ବିବାହ ତାରିଖକୁ ଘୁଞ୍ଚାଇ ଦେଇଥିଲେ। ଆଉ ଆଶା ଥିଲା ଯେ, ପୁଅ ସୁସ୍ଥ ହୋଇ ଫେରି ବାହାଘର ହେବ। କିନ୍ତୁ ଯେମିତି ବିଧିର ବିଧାନ ଅଲଗା କିଛି ଥିଲା। କରୋନା ନେଇଗଲା ପୁଅର ଜୀବନ। ଏମିତି ଏକ ଦୁଃ-ଖଦ ଘ-ଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଅସୁରାଳୀ ଅଞ୍ଚଳର ନାଥ ସାହିରେ।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଅସୁରାଳୀ ଅଞ୍ଚଳର ନାଥ ସାହିର ପ୍ରାଣବନ୍ଧୁ ନାଥଙ୍କ ୨୮ ବର୍ଷୀୟ ପୁଅ ଚନ୍ଦ୍ରମଣୀ ନାଥଙ୍କର ଗତ ୧୧ ତାରିଖ ଦିନ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। କିନ୍ତୁ, ୩ ଦିନ ପୂର୍ବରୁ ହଠାତ ଜ୍ଵର ହୋଇଥିଲା। ଆଉ କରୋନା ଟେଷ୍ଟ ପରେ ସେ କରୋନାରେ ସଂକ୍ରମିତ ଥିବା କଥା ଜଣାପଡିଥିଲା। ସେଥିପାଇଁ ବିବାହ ତାରିଖ ୧୮ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ବିବାହ ଦିନ ଯେତିକି ପାଖେଇ ଆସୁଥିଲା ଚନ୍ଦ୍ରମଣିଙ୍କ ଦେହ ସେତିକି ଭଲ ହେବାରେ ଲାଗିଥିଲା। ଆଉ ପରିବାର ଲୋକମାନେ ବାହାଘରର ସମସ୍ତ ପ୍ରସ୍ତୁତି କରିଥିଲେ। ବନ୍ଧୁବାନ୍ଧବ ମଧ୍ୟ ଆସି ସାରିଥିଲେ। ବର ପାଇଁ ନୂଆ ଲୁଗାପଟା ମଧ୍ୟ କିଣା ସରିଥିଲା।

Google

କିନ୍ତୁ, ହଠାତ ପୁଅର ଅବସ୍ଥା ବିଗିଡ଼ିବାରେ ଲାଗିଥିଲା। ନିଶ୍ବାସ ନେବାରେ କଷ୍ଟ ଅନୁଭବ ହୋଇଥିଲା। ପରିବାର ଲୋକମାନେ ଘରକୁ ଡାକ୍ତର ଡାକି ଦେଖିଲେ ଯେତେବେଳେ ପୁଅର ଅକ୍ସିଜେନ ଲେବୁଲ କମିଯାଇଛି। ଆଉ ହସ୍ପିଟାଲ ନେବାପାଇଁ ପ୍ରସ୍ତୁତ ହେଉଥିବା ସମୟରେ ପୁଅର ମୃ-ତ୍ୟୁ  ହୋଇଯାଇଥିଲା। ଗ୍ରାମବାସୀମାନେ ଶ-ବ ସ-ତ୍କା-ର କରିବା ପାଇଁ କେହି ଆସିଲେ ନାହିଁ। ସ୍ଥାନୀୟ ସରପଞ୍ଚ,ବ୍ଲକ ପ୍ରଶାସନ ଓ ମେଡିକାଲ କର୍ମଚାରୀଙ୍କ ସହଯୋଗରେ ଶ-ବ ସ-ତ୍କା-ର କରାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.