ତାଜା ପବନ ଖାଇବାପାଇଁ ରାତିଅଧରେ ଭୁତ ଖୋଲିଲା ଝରକା, CCTV ଫୁଟେଜ ଦେଖି ଡରିଗଲା ବ୍ୟକ୍ତି

କେବେ ଭାବିଛନ୍ତି ଯେ ଆପଣ ଶୋଇବାପରେ ଘରେ କଣ କଣ ହୋଇପାରେ ? କିମ୍ବା କେବେ ଅନୁଭବ କରିଛନ୍ତି ଯେ ଆପଣ ଗଭୀର ନିଦରେ ଶୋଇଛନ୍ତି ଏବଂ କେହି ଝରକା ଖୋଲୁଛି | ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଏପରି ଲାଗୁଥିଲା, ଯାହାକୁ ସେ ଜାଣିବାପାଇଁ ସେ ଘରେ ସିସିଟିଭି କ୍ୟାମେରା ଲଗାଇଦେଲେ | ତାଙ୍କୁ କଣ ଜଣାଥିଲା ଯେ ଏହି ସିସିଟିଭି ଫୁଟେଜ ତାଙ୍କ ରାତିର ନିଦ ଉଡାଇ ଦେବ |

ଡ଼ିସକଭରୀ ଅନେକ୍ସପ୍ଳେନେଡ଼ରେ ବ୍ୟକ୍ତିଙ୍କ ଘରର ସେହି ଫୁଟେଜ ଦେଖାଯାଇଛି, ଯାହା ଅଧରାତିରେ କ୍ୟାମେରାରେ କଏଦ ହୋଇଥିଲା | ଏହି ଫୁଟେଜରେ ଯାହା କିଛି ହେଉଥିବାର ଦେଖାଯାଉଥିଲା ତାହା ବହୁତ ଆଶ୍ଚର୍ଯ୍ୟଜନକ ଥିଲା | @travelchannel ନାମକ TikTok ଆକାଉଣ୍ଟରେ ମଧ୍ୟ ଏହି କ୍ଲିପ ସେୟାର କରାଯାଇଛି | ଯାହାକୁ ବର୍ତ୍ତମାନ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖି ସାରିଲେଣି | ବିଳମ୍ବିତ ରାତିରେ ଏହି କ୍ଲିପକୁ ଦେଖି ଆପଣଙ୍କର ମଧ୍ୟ ଲୋମ ଟାଙ୍କୁରି ଉଠିବ |

ରାତିଅଧରେ ଖୋଲିଥାଏ ଝରକା :-

ଏହି ବ୍ୟକ୍ତି ନିଜ ବେଡ଼ କାନ୍ଥରେ ସିସିଟିଭି କ୍ୟାମେରା ଫିକ୍ସ କରିଥିଲେ | ଯେତେବେଳେ ସେ ଭିଡିଓ କ୍ଲିପ ଦେଖିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଏବଂ ବହୁତ ଡରିଯାଇଥିଲେ | ସେ କୁହନ୍ତି ଯେ ସେ ଏହି କଥାକୁ ବିଶ୍ୱାସ କରିପାରୁ ନାହାନ୍ତି ଯେ ସେ ପ୍ରକୃତରେ ନିଜ ଘରର ଝରକାକୁ ନିଜେ ନିଜେ ଖୋଲି ହେଉଥିବାର ଦେଖିଛନ୍ତି | ତାଙ୍କ ଘର ଝରକାର ଲାଂଚ ନିଜେ ନିଜେ ଉପରକୁ ଉଠେ ଏବଂ ତାପରେ ଝରକା ବାହାର ଆଡକୁ ଖୋଲିଯାଏ | କୌତୁହଳର କଥା ଯେ ଝରକାଟି ସମ୍ପୂର୍ଣ୍ଣ ଭାବେ ବାହାରକୁ ଖୋଲିଯାଏ ଏବଂ ଆଉ ବନ୍ଦ ମଧ୍ୟ ହୁଏନାହିଁ ବରଂ ସେମିତି ଖୋଲି ରହିଯାଏ | ସମସ୍ତେ ଏହି ଦୃଶ୍ୟକୁ ଦେଖିବାପରେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି, କାରଣ ଯଦି ଝରକା ପବନ ଦ୍ୱାରା ଖୋଲିଗଲା ତେବେ ତାର ଲାଂଚ କିଏ ଉଠାଇଲା ?

ଲକ୍ଷ ଲକ୍ଷ ଲୋକ ଦେଉଛନ୍ତି ପ୍ରତିକ୍ରିୟା :-

ଟିକଟକରେ ଏହି ଭିଡିଓ ଭାଇରାଲ ହୋଇସାରିଛି ଏବଂ ଏହାକୁ ବର୍ତ୍ତମାନ ସୁଦ୍ଧା ୭ ଲକ୍ଷ ଲୋକ ଦେଖି ସାରିଲେଣି | ସମସ୍ତେ ଏହି ଘଟଣାକୁ ଅବିଶ୍ୱସନୀୟ ବୋଲି କହିଛନ୍ତି | କେହି କେହି କହୁଛନ୍ତି ଯେ ସେମାନେ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି ଏବଂ କେହି କେହି ଥଟ୍ଟା କରି କହୁଛନ୍ତି ଯେ ଏଠାରେ ବାସ କରୁଥିବା ଭୂତମାନେ ତାଜା ପବନ ପସନ୍ଦ କରନ୍ତି | କିଛି ଲୋକ ଏହା ମଧ୍ୟ ଯୁକ୍ତି କରୁଛନ୍ତି ଯେ ଏହା ଏକ ସୁଟିଂ ଟ୍ରିକ ଅଟେ, ଯେଉଁଥିରେ ଏକ ପତଳା ତାରରେ ଲ୍ୟାଚକୁ ବାନ୍ଧି ଷ୍ଟପ ମୋସନରେ ଏହାକୁ ସୁଟ କରାଯାଇଛି | ବର୍ତ୍ତମାନ କିଛି ଦିନ ପୂର୍ବେ ଜଣେ ମହିଳା ଘରର ଏକ ଭର୍ଚୁଆଲ ଭ୍ରମଣ ସମୟରେ ଭୂତ ଦେଖିବାର ଏକ ଭିଡିଓ ମଧ୍ୟ ସେୟାର କରିଥିଲେ, ତେବେ ପରେ ଜଣାପଡିଲା ଯେ ଏଡିଟିଂ ଭୁଲ କାରଣରୁ ଏପରି ହୋଇଥିଲା |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *