WTC ଫାଇନାଲ ମ୍ୟାଚ ପାଇଁ ଭାରତୀୟ ଦଳର ପ୍ଲେଇଂ ଇଲେଭେନ ଘୋଷଣା, ମହମ୍ମଦ ସିରାଜଙ୍କୁ ଦଳରେ ମିଳିଲାନି ସ୍ଥାନ,ଜାଣନ୍ତୁ କିଏ କିଏ ଖେଳିବେ ?

ଟିମ ଇଣ୍ଡିଆ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ର ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି। ଏହାମଧ୍ୟରେ ଉଭୟ ଟିମ ପ୍ରସ୍ତୁତ ଅଛନ୍ତି। ଗତକାଲି ଏଥିପାଇଁ ଭାରତୀୟ ଦଳର 11 ସଦସ୍ୟକୁ ମଧ୍ୟ ପ୍ଲେଇଂ 11 ରେ ସ୍ଥାନ ଦିଆଯାଇଛି।

ଭାରତୀୟ ଦଳର ଓପନିଂ ଭାର ସିନିୟର ଖେଳାଳି ରୋହିତ ଶର୍ମା ଓ ଯୁବା ତାରକା ଶୁଭମାନ ଗିଲ କରିବାକୁ ଯାଉଛନ୍ତି। ତିନି ନମ୍ବର୍ ରେ ଚେତେଶ୍ୱର ପୂଜାରା। ବିରାଟ କୋହଲି ଓ ଆଜିଙ୍କ୍ୟ ରାହାଣେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଖେଳିବେ ସେହିପରି ଷଷ୍ଠ ସ୍ଥାନରେ ଉଇକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ଖେଳିବେ।

ସିରାଜଙ୍କୁ ମିଳିଲାନି ଦଳରେ ସ୍ଥାନ:-

ଦଳରେ ଦୁଇଜଣ ପ୍ରମୁଖ ବୋଲରଙ୍କୁ ସ୍ଥାନ ଦିଆଯାଇଛି। ଏଥିରେ ଜଣେ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ ଅନ୍ୟ ଜଣେ ଅଫ ସ୍ପିନର ଆର ଅଶ୍ୱିନୀ ରହିଛନ୍ତି। ଦ୍ରୁତ ବୋଲିଂ କ୍ଷେତ୍ରରେ ଇଶାନ୍ତ ଶର୍ମା, ମହମ୍ମଦ ଶାମି ଓ ଯଶପ୍ରୀତ ବୁମରାଙ୍କୁ ଦଳରେ ସ୍ଥାନ ମିଳିଛି। ମହମ୍ମଦ ସିରାଜ ବର୍ତ୍ତମାନ ଦଳରୁ ବାଦ ପଡ଼ିଛନ୍ତି।

WTC ଫାଇନାଲ ପାଇଁ ଭାରତୀୟ ଦଳ:-

ରୋହିତ ଶର୍ମା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଋଷଭ ପନ୍ତ, ଶୁବମନ ଗିଲ, ରବୀନ୍ଦ୍ର ଜାଡେଜା, ଆର ଅଶ୍ୱିନ, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ ବୁମରା।

ମ୍ୟାଚ ଆରମ୍ଭ ହେବାକୁ ଆଉ ମାତ୍ର କିଛି ସମୟ:-

ଭାରତୀୟ ଟିମ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ 18 ରୁ 22 ତାରିଖ ପର୍ଯ୍ୟନ୍ତ ବିଶ୍ୱ ଟେଷ୍ଟ ଚମ୍ପିୟାନସିପର ଫାଇନାଲ ମ୍ୟାଚ ଖେଳାଯିବ। ଭାରତୀୟ ଟିମ ଜୁନ 3 ତାରିଖରୁ ଇଂଲଣ୍ଡରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ନ୍ୟୁଜିଲାଣ୍ଡ ଟିମ ଘରୋଇ ଇଂଲଣ୍ଡକୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ 1-0 ଇଂଲଣ୍ଡକୁ ପରାସ୍ତ କରିଦେଇଛି।.

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *