ଚାଲୁଥିବା କାରର ବୋନେଟ୍ ଉପରେ ଚଢ଼ିଗଲେ ରାକ୍ଷୀ ସାୱନ୍ତ, ଭିଡିଓ ଦେଖନ୍ତୁ ଆପଣ ବି ନିଜର ହସକୁ ରୋକି ପାରିବେନାହିଁ

ବିଗ୍ ବସ୍ ୧୪ ର ଘରୁ ବାହାରିଲା ପରେ ମଧ୍ୟ ରାକ୍ଷୀ ସାୱନ୍ତଙ୍କ ମସ୍ତି ଶେଷ ହୋଇନାହିଁ। ସେ ଆଜି ବି ସେହି ମନଭାବରେ ଅଛନ୍ତି। ରାକ୍ଷୀଙ୍କ କାର୍ଯ୍ୟକଳାପ ଲୋକମାନଙ୍କୁ ହସାଇ ଥାଏ। ଏବେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଜଣେ ଅଜଣା ଲୋକଙ୍କ ଗାଡ଼ିର ବୋନେଟ ଉପରେ ଚଢ଼ି ଯିବାର ଦେଖିବାକୁ ମିଳୁଛି। ଏହି ଭିଡିଓ ସାମ୍ନାକୁ ଆସିବା ମାତ୍ରେ ଭାଈରାଲ ହେବାକୁ ଲାଗିଛି। ରାକ୍ଷୀଙ୍କ ଭିଡିଓ ଦେଖିବା ପରେ ଲୋକମାନେ ନିଜର ହସକୁ ରୋକି ପାରୁନାହାନ୍ତି।

ଗାଡ଼ିର ଵୋନେଟ୍ ଉପରେ ଚଢିଲେ ରାକ୍ଷୀ:-

ସବୁବେଳେ ରାକ୍ଷୀ ସନ୍ଧ୍ୟା ସମୟରେ କଫି ପିଇବା ପାଇଁ ଯାଆନ୍ତି। ଏହିସମୟରେ ସେ ପୋପରାଜି ସମ୍ମୁଖରେ ଯାହାକଲେ ତାହା ଦେଖିଲେ ହସ ରୋକି ପାରିବେନାହିଁ। ମୁମ୍ବାଇରେ ବର୍ଷା ଆସି ସାରିଛି ଏହି ସମୟରେ ରାକ୍ଷୀ ଛତା ନେଇକି ରାସ୍ତାରେ ଦୌଡିଥିଲେ। ସେତିକି ବେଳେ ସାମ୍ନାରେ ଥିବା ବିଏମ୍ ଡବ୍ଲୁ କାରର ବୋନେଟ ଉପରେ ଚଢ଼ିଗଲେ ଏବଂ ବର୍ଷାର ମଜା ନେଲେ।ବୋନେଟ ଉପରେ ଚଢ଼ିକି ରାକ୍ଷୀ ପୋଜ ମଧ୍ୟ ଦେଲେ। କ୍ୟାମେରା ମ୍ୟାନ ଓ ଉପସ୍ଥିତ ଲୋକମାନେ ନିଜର ହସକୁ ରୋକି ପାରିନଥିଲେ।

ବିନ୍ଦାସ ଭାବ ଲୋକମାନଙ୍କୁ ପସନ୍ଦ ଆସୁଛି:-

ସେଲିବ୍ରେଟି ଙ୍କ ଫୋଟୋଗ୍ରାଫର ଭାଇରାଲ ଭୟାନି ଏହି ଭିଡିଓ କୁ ପୋଷ୍ଟ କରିଛନ୍ତି। ଏହି ଭିଡିଓ ପୋଷ୍ଟରେ ଲୋକମାନେ ବହୁତ୍ କମେଣ୍ଟ୍ କରୁଛନ୍ତି। ଜଣେ ୟୁଜର କହିଛନ୍ତି ” ତାଙ୍କୁ କେହି କୁହ କି ବିଗ୍ ବସ୍ ସରିଗଲାଣି, ଏବେ ଆଉ ଟିଆରପି ମିଳିବନି”। ରାକ୍ଷୀ ସାୱନ୍ତ୍ ସର୍ବଦା ନିଜର ଖୋଲା ମନ ପାଇଁ ବହୁତ୍ ଚର୍ଚ୍ଚିତ ଥାନ୍ତି।

ଟୀକାକରଣ ଭିଡିଓ ହୋଇଥିଲା ଭାଈରାଲ୍:-

କିଛିଦିନ ପୂର୍ବରୁ ରାକ୍ଷୀ ସାୱନ୍ତଙ୍କ ଟୀକାକରଣ ଭିଡିଓ ଭାଈରାଲ୍ ହୋଇଥିଲା, ସେଥିରେ ସେ ଟୀକା ନେବା ସମୟରେ ଗୀତ ଗାଉଥିଲେ। ସେହି ସମୟରେ ରିଲିଜ୍ ହୋଇଥିବା ଗୀତର ଦୁଇ ଲାଇନ୍ ଗାଇଥିଲେ। ଏହି ଅଭିନେତ୍ରୀ ମାରୁଖ୍ ମିର୍ଜା ଦ୍ଵାରା ନିର୍ଦ୍ଦେଶିତ ୱେବ୍ ସିରିଜ୍ ରେ କାମ କରୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *