ପ୍ରତିଦିନ ୭ ଟଙ୍କା ଦିଅନ୍ତୁ ଏବଂ ପାଆନ୍ତୁ ପ୍ରତିବର୍ଷ ୬୦,୦୦୦ ଟଙ୍କାର ରିଟର୍ନ, ବହୁତ ଚମତ୍କାର ଏବଂ ସୁରକ୍ଷିତ ଏହି ସରକାରୀ ଯୋଜନା, ଜାଣନ୍ତୁ ଏହି ଯୋଜନା ବିଷୟରେ

ଗତ କିଛି ବର୍ଷ ଧରି ଭାରତୀୟ ଅର୍ଥନୀତି ଲଗାତାର ଭାବରେ ହ୍ରାସ ପାଇବାରେ ଲାଗିଛି | ଅନିଶ୍ଚିତତାର ଏହି ପରିସ୍ଥିତିରେ ଲୋକମାନେ ଯେକୌଣସି ସ୍ଥାନରେ ବିନିଯୋଗ କରିବାକୁ ଦ୍ୱିଧା କରୁଛନ୍ତି | ଏଭଳି ପରିସ୍ଥିତିରେ ଭାରତ ସରକାର ଏକ ଏପରି ଯୋଜନା ନେଇ ଆସିଛନ୍ତି, ଯେଉଁଥିରେ ଆପଣ ଆପଣଙ୍କର ଟଙ୍କା ବିନିଯୋଗ କରି ଏକ ସୁରକ୍ଷିତ ରିଟର୍ନ ପାଇପାରିବେ | ଏହି ଯୋଜନାର ନାମ ହେଉଛି ଅଟଳ ପେନସନ ଯୋଜନା (Atal Pension Yojana- APY) |

ଉଲ୍ଲେଖଯୋଗ୍ୟ ଯେ ଅଟଳ ପେନସନ ଯୋଜନାର ଆରମ୍ଭ ୨୦୧୫ ମସିହାରେ କରାଯାଇଥିଲା | ସେତେବେଳେ ଏହି ଯୋଜନା ଅସଂଗଠିତ ଅଂଚଳରେ କାମ କରୁଥିବା ଲୋକମାନଙ୍କ ପାଇଁ ଥିଲା | କିନ୍ତୁ ପରେ ଏହି ଯୋଜନାକୁ ୧୮ ରୁ ୪୦ ବର୍ଷ ପର୍ଯ୍ୟନ୍ତ ର ସେହି ସମସ୍ତ ଭାରତୀୟମାନଙ୍କ ପାଇଁ ଆରମ୍ଭ କରି ଦିଆଗଲା, ଯେଉଁମାନଙ୍କ ପାଖରେ ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସରେ ଖାତା ରହିଛି |

କଣ ଏହି ଅଟଳ ପେନସନ ଯୋଜନା :-

ଏହି ଯୋଜନା ଅଧୀନରେ ଆପଣଙ୍କୁ ପ୍ରତିଦିନ ସାତ ଟଙ୍କା ହିସାବରେ ମାସକୁ ୨୧୦ ଟଙ୍କା ଜମା କରିବାକୁ ପଡିଥାଏ | ଯଦି ଆପଣ ନିଜର ସଂଚୟ ଖାତାକୁ ଏଥିରେ ଯୋଡି ଦିଅନ୍ତି, ତେବେ ଏହି ରାଶିକୁ ଆପଣ(ଅଟୋ ଡେବିଟ ସୁବିଧା ମାଧ୍ୟମରେ) ତ୍ରୟମାସିକ କିମ୍ବା ଅର୍ଦ୍ଧ ବାର୍ଷିକୀ ମଧ୍ୟ ଜମା କରିପାରିବେ |

ଅଟଳ ପେନସନ ଯୋଜନାରେ ନାମାଙ୍କନ ସମୟରେ ଏକ ଆବେଦକଙ୍କ ବାଧ୍ୟତାମୂଳକ ଭାବରେ ନିଜ ସ୍ୱାମୀ କିମ୍ବା ସ୍ତ୍ରୀର ସୂଚନା ଦେବାକୁ ପଡିବ |

ଏହି ଯୋଜନା ଅନୁଯାୟୀ ଆପଣଙ୍କ ଦ୍ୱାରା ବିନିଯୋଗ କରାଯାଇଥିବା ରାଶି ଆଧାରରେ ଅତି କମରେ ୧,୦୦୦ ଟଙ୍କା, ୨୦୦୦ ଟଙ୍କା, ୩୦୦୦ ଟଙ୍କା ,୪୦୦୦ ଟଙ୍କା ଏବଂ ଅଧିକରୁ ଅଧିକ ୫୦୦୦ ଟଙ୍କା ମାସିକ ପେନସନ ମିଳିପାରେ | ଯଦି କୌଣସି ବ୍ୟକ୍ତି ୧୮ ବର୍ଷ ବୟସରୁ ଏହି ଯୋଜନା ଅନୁଯାୟୀ ପ୍ରତିଦିନ ସାତ ଟଙ୍କା ହିସାବରେ ଜମା କରନ୍ତି, ତେବେ ତାଙ୍କୁ ୬୦ ବର୍ଷ ବୟସରେ ୫୦୦୦ ଟଙ୍କା ଲେଖାଏଁ ପେନସନ ମିଳିବ | ଯଦି ସେହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଏ, ତେବେ ତାଙ୍କର ଏହି ପେନସନ ଟଙ୍କା ତାଙ୍କ ସ୍ୱାମୀ କିମ୍ବା ସ୍ତ୍ରୀଙ୍କୁ ଦିଆଯିବ |

ଅଟଳ ପେନସନ ଯୋଜନା ସହିତ ଜଡିତ ଅଧିକ ସୂଚନା ପାଇଁ ଆପଣ ଏହି ଲିଙ୍କକୁ ଯାଇ ସବୁ ତଥ୍ୟ ପାଇପାରିବେ –

https://npscra.nsdl.co.in/nsdl/scheme-details/APY_Information_Brochure_Hindi&English.pdf

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *