ଜାଣନ୍ତୁ ଆସୁଛି କେବେ, ଓ ଏଥିରେ କେଉଁମାନେ ପ୍ରଭାବିତ ହେବେ? କରୋନାର ତୃତୀୟ ଲହରକୁ ନିମନ୍ତ୍ରଣ ମିଳିସାରିଲାଣି!

ବର୍ତ୍ତମାନ କରୋନା ଭାଇରସ ମହାମାରୀର ତୃତୀୟ ଲହର ଆଗାମୀ ୨ ସପ୍ତାହ ରୁ ୪ ସପ୍ତାହ ମଧ୍ୟରେ ଦେଶକୁ ଆସିପାରେ। ମହାରାଷ୍ଟ୍ର କୋଭିଡ ଟାସ୍କଫୋର୍ସ ଏହି ବିଷୟରେ ପୂର୍ବ ଅନୁମାନ କରିଛନ୍ତି। ରାଜ୍ୟରେ ଅନଲକ ଘୋଷଣା ହୋଇଥିଲା। ବଜାରଘାଟରେ ଗତ ୩ ଦିନ ହେଲା ହେଉଥିବା ଭିଡକୁ ଧ୍ୟାନରେ ରଖି ଏପରି ଆକଳନ କରାଯାଇଛି। ତେବେ ବର୍ତ୍ତମାନ ଏହି ତୃତୀୟ ଲହରରେ ପିଲାମାନେ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି, ବୋଧହୁଏ ତାହା ହୋଇନପାରେ, ଏମିତି ହେଲେ ନିମ୍ନ ମଧ୍ୟବିତ୍ତ ପରିବାରର ଲୋକମାନେ ଓ ୧୮ ବର୍ଷରୁ ଅଧିକ ଆୟୁବର୍ଗ ଏଥିରେ ଗୁରୁତର ଭାବରେ ପ୍ରଭାବିତ ହେବେ ବୋଲି ଟାସ୍କ ଫୋର୍ସ କହିଛନ୍ତି।

Google

ରାଜ୍ୟରେ କରୋନାର ତୃତୀୟ ଲହରର ମୁକାବିଲା ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଆହ୍ୱାନ କରି ବୈଠକରେ ଟାସ୍କଫୋର୍ସରେ ଏହି ରିପୋର୍ଟକୁ ଉପସ୍ଥାପନ କରିଛନ୍ତି। ଏଥିରେ ୨୦୨୦ ମସିହାରେ ଦେଶର ପ୍ରଥମ କରି ଆସିଥିବା ଲହର ୨୦୨୧ ଦ୍ୱିତୀୟ ଲହରରୁ ଯେଉଁମାନେ ବର୍ତ୍ତି ଯାଇଛନ୍ତି ସେମାନଙ୍କ ଉପରେ କରୋନାର ପ୍ରକୋପ ଦେଖାଯାଇପାରେ ବୋଲି ଆକଳନ କରାଯାଉଛି। ସେହିପରି ଟାସ୍କଫୋର୍ସ ଅନୁମାନ କରିଛନ୍ତିକି ଏଥିରେ ୧୦ ପ୍ରତିଶତ ପିଲା ଓ ୧୮ ବର୍ଷରୁ ଅଧିକ ଆୟୁବର୍ଗର ଲୋକମାନେ ଅଧିକ ପ୍ରଭାବିତ ହେବେ।

ତୃତୀୟ ଲହର ଦ୍ୱିତୀୟ ଲହର ଅପେକ୍ଷା ବର୍ତ୍ତମାନ ମାମଲା ସଂଖ୍ୟା ୨ ଗୁଣରୁ ବି ଅଧିକ ରହିବ। ମହାରାଷ୍ଟ୍ର ଟାସ୍କ ଫୋର୍ସର ଡ. ଶଶାଙ୍କ ଯୋଶୀ ବ୍ରିଟେନରେ କରୋନାର ତୃତୀୟ ଲହର ଆସି ସାରିଛି। ବ୍ରିଟେନ ନକ୍ସାରେ ଭାରତରେ କରୋନା ଚାଲୁଛି। ବ୍ରିଟେନରେ ଦ୍ୱିତୀୟ ଲହର ସରିବାର ଚାରି ସପ୍ତାହ ପରେ ତୃତୀୟ ଲହର ଆସିଥିଲା। ଦ୍ୱିତୀୟ ଲହର ପରି ତୃତୀୟ ଲହର ମଧ୍ୟ ମହାରାଷ୍ଚ୍ରରୁ ଆରମ୍ଭ ହେବ ବୋଲି ଡ. ଯୋଶୀ ଆଶଙ୍କା କରିଛନ୍ତି। କାରଣ ଆମେ ମଧ୍ୟ ବର୍ତ୍ତମାନ କରୋନାର ପ୍ରଟୋକଲ ଏଠାରେ ପାଳନ କରୁନାହିଁ।

Google

ଅନଲକ ଘୋଷଣା ପରେ ପୁଣି ହାଟ ବଜାରରେ ଭିଡ ଜମିଲାଣି। ଯଦିଓ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି, କିନ୍ତୁ ଲୋକେ ପୁଣି ନାକ ନ ଘୋଡାଇ ମାସ୍କ ପିନ୍ଧୁଛନ୍ତି। ସମାଜିକ ଦୂରତା ଜମାରୁ ପାଳନ କରାଯାଉ ନାହିଁ। ଏଣୁ ତୁରନ୍ତ ତୃତୀୟ ଲହର ପାଇଁ ପ୍ରସ୍ତୁତି ଶୀଘ୍ର ଆରମ୍ଭ ହେବ ବୋଲି ସେ କହୁଛନ୍ତି। ଏଣୁ ହସ୍ପିଟାଲରେ ପୂର୍ବ ଅପେକ୍ଷା ଅଧିକ ମାତ୍ରାରେ ବେଡ ପ୍ରସ୍ତୁତ ରଖିବା ସହ ଆନୁଷଙ୍ଗିକ ଚିକିତ୍ସା ବ୍ୟବସ୍ଥା ଲାଗି ବର୍ତ୍ତମାନ ଠାରୁ ପ୍ରସ୍ତୁତି ପାଇଁ ସେ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *