୩ ମହଲା କୋଠା ଉପରକୁ ଚଢ଼ିଗଲା ବଳଦ, ଶେଷରେ ବେଡ଼ରୁମରେ କଲା ଆରାମ,ଦେଖନ୍ତୁ ଭିଡ଼ିଓ

ମଧ୍ୟପ୍ରଦେଶର ରିବା ସିଟି ହସ୍ପିଟାଲ କୋତବଲି ଥାନା କ୍ଷେତ୍ର ଅନ୍ତର୍ଗତ ଉପରହଟି ମହଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଏକ ମହଲାରେ ଅଚାନକ ଏକ ବଳଦ ପଶିଗଲା। ଏହାପରେ ସିଡ଼ି ଦ୍ୱାରା ସେ ତିନି ମହଲା ଉପରକୁ ଯାଇ ବେଡ଼ରୁମରେ ବସି ଆରାମ କରିବାକୁ ଲାଗିଲା। ଏହାପରେ ଘର ଲୋକ ଭୟଭୀତ ହୋଇ ପାଖରେ ଥିବା ଲୋକଙ୍କ ସହାୟତାରେ ବଳଦ ରାଜାକୁ ଶେଷରେ ବାହାରକୁ ବାଟ ଦେଖାଇ ଦିଆଯାଇଥିଲା। ଏହାପରେ ଘରର ଲୋକେ ହିଁ ବଳଦର ଏହି ଭିଡ଼ିଓ ରେକର୍ଡ଼ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଦେଇଥିଲେ ଯାହାକି ଏବେ ବହୁତ ଭାଇରାଲ ହେବାରେ ଲାଗିଛି।

ରିବାର ଉପରହଟି ମହଲାରେ ଏକ ଅଦ୍ଭୁତ ଘଟଣା ଘଟିଯାଇଛି ଏଠାରର ଏକ ମହଲାରେ ବଳଦଟି ତିନି ତାଲା ଉପରକୁ ଯାଇ ଏକ ଘରର ବେଡ଼ରୁମ ଭିତରକୁ ପଶିଯାଇଥିଲା। ଘରଲୋକ ଭୟଭୀତ ହୋଇଯାଇଥିଲେ ଓ ବହୁତ ସାରା ଲୋକେ ସେଠାରେ ଭିଡ଼ ହୋଇଯାଇଥିଲେ। ଲୋକଙ୍କ ସହାୟତାରେ ବଲଦକୁ ବାହାରକୁ ବାହାର କରାଯାଇଥିଲା।

ଉପରହଟି ମହଲାରେ ରହୁଥିବା ରଚନା ଖଣ୍ଡେଲୱାଲ ଦ୍ୱିପ୍ରହର ସମୟରେ କୌଣସି କାରଣରୁ ନିଜ ଘରୁ ଚାଲିଯାଇଥିଲେ। ସେତେବେଳେ ଘରର ଖୋଲା କବାଟ ଭିତରୁ ବଳଦଟି ଭିତରକୁ ପଶି ଆସିଥିଲା । ଯେତେବେଳେ ରଚନା ଘରକୁ ଫେରିଥିଲେ ସେତେବେଳେ ଦେଖିଥିଲେ କି, ତାଙ୍କ ବେଡ଼ରୁମରେ ଏକ ବଳଦ ଆରାମ କରୁଛି। ଏହାପରେ ସେ ପାଖରେ ଥିବା ଲୋକଙ୍କୁ ଡ଼ାକି ବଳଦକୁ କାଢ଼ିବାରେ ଦୀର୍ଘ 4 ଘଣ୍ଟାର ସମୟ ନେଇଥିଲେ।

ବଳଦଟି ବେଡ଼ରୁମ ଭିତରେ ପଶି ଖଟ ଉପରେ ଗୋବର ସହ ପୁରା ଅପରିଷ୍କାର କରିଦେଲା। ବଳଦଟିର ଏହି ହରକତ କାରଣରୁ ଲୋକମାନେ ଡ଼ରି ଯାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ଲୋକମାନେ ବଳଦକୁ କଦଳୀ ଖୁଆଇବା ବାହାନାରେ ବାହାରକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ଦୀର୍ଘ 4 ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ବଲଦଟିକୁ ସିଡ଼ି ଦ୍ୱାରା ବାହାରକୁ ବାହାର କରାଯାଇଥିଲା। ଏହି ପୁରା ଭିଡ଼ିଓକୁ ରଚନା ନିଜ ମୋବାଇଲରେ ରେକର୍ଡ଼ କରି ସୋସିଆଲ ମିଡିଆରେ ଅପଲୋଡ଼ କରିଥିଲେ ଓ ଏହା ବର୍ତ୍ତମାନ ବହୁତ ଭାଇରାଲ ହେବାରେ ଲାଗିଛି ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *