Gold Update : ଲାଗୁ ହେଲା ଗୋଲଡ଼ ହଲମାର୍କିଙ୍ଗ, ଜାଣନ୍ତୁ ଏଥିରେ ଆପଣଙ୍କର ଫାଇଦା କଣ ହେବ

ସୁନା ଅଳଙ୍କାର ଏବଂ କଳାକୃତି ଉପରେ ବାଧ୍ୟତାମୂଳକ ଭାବରେ ହଲମାର୍କିଙ୍ଗର ବ୍ୟବସ୍ଥା ଆଜି ଅର୍ଥାତ ଜୁନ ୧୬ ରୁ ଲାଗୁ ହୋଇଛି | ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ ଏହାକୁ ଦେଶର ୨୫୬ ଟି ଜିଲ୍ଲାରେ ଲାଗୁ କରାଯାଉଛି | ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ସ୍ୱେଚ୍ଛାକୃତ ଥିଲା |

ଉପଭୋକ୍ତା ମାମଲାର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଅଧ୍ୟକ୍ଷତାରେ ଗତକାଲି ମଙ୍ଗଳବାର ଦିନ ହୋଇଥିବା ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି | ଏହାପୂର୍ବରୁ ୨୦୧୯ ମସିହାରେ ସରକାର ନିଷ୍ପତ୍ତି ନେଇଥିଲେ ଯେ ଜାନୁୟାରୀ ୧୫, ୨୦୨୧ ରୁ ସୁନା ଅଳଙ୍କାର ଏବଂ କଳାକୃତି ଉପରେ ହଲମାର୍କିଙ୍ଗ ବାଧ୍ୟତାମୂଳକ କରାଯିବ | କିନ୍ତୁ ପରେ ଏହାର ସମୟସୀମା ଚାରିମାସ ପାଇଁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା | କରୋନାର ଦ୍ୱିତୀୟ ଲହର କାରଣରୁ ଏହାକୁ ପୁଣିଥରେ ବଢ଼ାଇ ଜୁନ ୧୫ କରି ଦିଆଗଲା |

କଣ ଏହି ଗୋଲଡ଼ ହଲମାର୍କିଙ୍ଗ ?

ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ସମସ୍ତ ଜୁଏଲର୍ସଙ୍କୁ ସୁନା ଅଳଙ୍କାର କିମ୍ବା କଳାକୃତି ବିକ୍ରି କରିବାପାଇଁ ବିଆଇଏସ୍ ମାନାଙ୍କ ମାନକକୁ ପୂରଣ କରିବାକୁ ପଡିବ | ହଲମାର୍କ ହେଉଛି ସୁନାର ଶୁଦ୍ଧତାର ଏକ ମାପ | ଏହା ଅଧୀନରେ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ (BIS) ପ୍ରତ୍ୟେକ ସୁନା ଅଳଙ୍କାର ଉପରେ ନିଜର ମାର୍କ ଦ୍ୱାରା ଶୁଦ୍ଧତାର ଗ୍ୟାରେଣ୍ଟି ଦେଇଥାଏ | ହଲମାର୍କ ବାଧ୍ୟତାମୂଳକ ହେବା ପରେ ଦେଶରେ କେବଳ ୧୪, ୧୮ ଏବଂ ୨୨ କ୍ୟାରେଟ ସୁନା ଅଳଙ୍କାର ବିକ୍ରି ହେବ ବୋଲି କେନ୍ଦ୍ର ସ୍ପଷ୍ଟ କରିଛି | ଏହା ଦ୍ୱାରା ଏହାର ସଠିକ ଆକଳନ ମିଳିଯାଏ ଯେ କୌଣସି ଜୁଏଲରୀରେ କେତେ ସୁନାର କେତେ ଅଂଶ ଅଛି ଏବଂ ଏହାର ଏକ ସରକାରୀ ସିଲ ରହିଥାଏ | ଗୋଟିଏ ପ୍ରକାରେ ଏହା କୁହାଯାଇପାରେ ଯେ ଏହି ହଲମାର୍କିଙ୍ଗ ସରକାର ଦ୍ୱାରା ଦିଆଯାଇଥିବା ସୁନାର ଶୁଦ୍ଧତାର ଗ୍ୟାରେଣ୍ଟି ହୋଇଥାଏ |

କଣ ହେବ ଫାଇଦା :-

ସୁନା ଉପରେ ବାଧ୍ୟତାମୂଳକ ହଲମାର୍କିଙ୍ଗର ବ୍ୟବସ୍ଥା ହେବାଦ୍ଵାରା ଲୋକମାନେ ଠକାମିରୁ ରକ୍ଷା ପାଇବେ ଏବଂ ଶୁଦ୍ଧତା ଦୃଷ୍ଟିରୁ ସେହି ଜିନିଷ ମିଳିବ, ଯାହା ପାଇଁ ସେମାନେ ଦେୟ ଦେଇଛନ୍ତି | BIS ରୁ ସାର୍ଟିଫିକେଟ ଜୁଏଲର୍ସ ଯେକୌଣସି ନିର୍ଦ୍ଦିଷ୍ଟ ହଲମାର୍କିଙ୍ଗ ସେଣ୍ଟରରୁ ସେମାନଙ୍କ ଅଳଙ୍କାରକୁ ହଲମାର୍କ କରାଯାଇପାରିବ | ସାଧାରଣ ଗ୍ରାହକଙ୍କ ପାଇଁ ଏହାର ସବୁଠାରୁ ବଡ ସୁବିଧା ହେଉଛି ଯେ ସେମାନେ ଯେଉଁ ସୁନା ଅଳଙ୍କାର କିଣିବେ, ତା ଉପରେ ଏହି ଆତ୍ମବିଶ୍ୱାସ ରହିବ ଯେ କେତେ କ୍ୟାରେଟର ଶୁଦ୍ଧତା କୁହାଯାଉଛି, ସେତେ ହିଁ ଶୁଦ୍ଧତା ପ୍ରକୃତରେ ମିଳୁଛି |

ବର୍ତ୍ତମାନ କେବଳ ୨୫୬ ଟି ଜିଲ୍ଲାରେ :-

ଉପଭୋକ୍ତା ମାମଲାର ସଚିବ ଲୀନା ନନ୍ଦନ ଏକ ନ୍ୟୁଜ ଏଜେନ୍ସିକୁ କହିଛନ୍ତି ଯେ ବାଧ୍ୟତାମୂଳକ ହଲମାର୍କିଙ୍ଗ ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମ ଭାବରେ ଲାଗୁ କରାଯାଉଛି | ଆରମ୍ଭରେ ୨୫୬ ଟି ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯିବ | ଏହି ଜିଲ୍ଲାଗୁଡିକରେ ମୂଲ୍ୟବାନ ଧାତୁର ଶୁଦ୍ଧତା ଯାଞ୍ଚ କରିବା ପାଇଁ କେନ୍ଦ୍ର ହଲମାର୍କିଙ୍ଗ ସେଣ୍ଟର ପୂର୍ବରୁ ହିଁ ଅଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *