ବିଶ୍ୱ ଟେଷ୍ଟ ଚମ୍ପିୟାନସିପ : ଫାଇନାଲ ମୁକାବିଲା ପାଇଁ ଭାରତୀୟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ମିଳିଲା ଭାରତୀୟ ଦଳରେ ସ୍ଥାନ

ଟିମ ଇଣ୍ଡିଆ ମଙ୍ଗଳବାର ଦିନ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ପାଇଁ ନିଜର 15 ଦଳୀୟ ସଦସ୍ୟ ଦଳ ଘୋଷଣା କରିଥିଲା। ଏହି ଟିମରେ ହନୁମା ବିହାରୀଙ୍କୁ ଦଳରେ ସ୍ଥାନ ମିଳିଛି ସେହିପରି ମୟଙ୍କ ଅଗ୍ରୱାଲ ଓ ଅକ୍ଷର ପଟେଲ ଦଳରୁ ବାଦ ପଡ଼ିଛନ୍ତି। ଉଇକେଟ କିପର ବ୍ୟାଟ୍ସମ୍ୟାନ ଭାବରେ ଋଷଭ ପନ୍ତ ଓ ଋଦ୍ଧିମାନ ଶାହାଙ୍କୁ ସ୍ଥାନ ମିଳିଛି ଓ ଦ୍ରୁତ ବୋଲର ମହମ୍ମଦ ସିରାଜ ମଧ୍ୟ ଏହି ଦଳରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ ଆଉମାତ୍ର ଦୁଇଦିନ ରହିଛି। କ୍ରିକେଟ ଫ୍ୟାନ୍ସ ମାନଙ୍କୁ ଏହିସମୟର ବହୁତ ଅପେକ୍ଷା ରହିଛି ସମସ୍ତେ ଆଶାବାଦୀ ରହିଛନ୍ତି କି ଏହି ମ୍ୟାଚରେ କିଏ ବିଜୟ ହାସଲ କରିବ। ବିରାଟ କୋହଲିଙ୍କ ଅଧିନାୟକତ୍ଵରେ ଭାରତୀୟ ଦଳ ପାଖରେ ଇତିହାସ ରଚିବାର ସୁଯୋଗ ରହିଛି। ଯଦି ଭାରତୀୟ ଟିମ ଏହି ମ୍ୟାଚ ଜିତିବାର ସଫଳତା ଲାଭ କରେ ତାହେଲେ ଏହା କୋହଲି ଓ ତାଙ୍କ ଦଳପାଇଁ ଆଇସିସିର ଏକ ବଡ଼ ଟୁର୍ଣାମେଣ୍ଟ ଜିତିବାର ରେକର୍ଡ଼ ରହିବ।

ଶାର୍ଦୁଲ, ମୟଙ୍କ ଓ ୱାଶିଂଟନ ଦଳରୁ ବାଦ ପଡ଼ିଛନ୍ତି:-

ଅଷ୍ଟ୍ରେଲିଆ ଗସ୍ତ ସମୟରେ ହନୁମା ବିହାରୀ, ଉମେଶ ଯାଦବ ଓ ମହମ୍ମଦ ଶାମି ଆହତ ହୋଇଯାଇଥିଲେ। ଶାର୍ଦୁଲଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ପ୍ଲେଇଂ ଇଲେଭେନରେ ଖେଳୁଥିବା ମୟଙ୍କ ଓ ୱାଶିଂଟନ ମଧ୍ୟ 15 ଦଳୀୟ ସଦସ୍ୟରୁ ବାଦ ପଡିଛନ୍ତି। ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜର ନାୟକ ଅକ୍ଷର ପଟେଲ ଏଠାରେ ଜାଗା ବନାଇବାର ସୁଯୋଗ ପାଇଲେନାହିଁ।

ଭାରତୀୟ ଦଳ:-

ରୋହିତ ଶର୍ମା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ହନୁମା ବିହାରୀ, ଋଷଭ ପନ୍ତ, ଋଦ୍ଧିମାନ ଶାହା, ରବୀନ୍ଦ୍ର ଜାଡେଜା,ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମରା, ଇଶାନ୍ତ ଶର୍ମା, ମହମ୍ମଦ ଶାମି, ଉମେଶ ଯାଦବ ଓ ମହମ୍ମଦ ସିରାଜ।

ନ୍ୟୁଜିଲାଣ୍ଡ ମଧ୍ୟ ଆଜି WTC ଫାଇନାଲ ପାଇଁ ନିଜ ଦଳ ଘୋଷଣା କରିଛି। ନ୍ୟୁଜିଲାଣ୍ଡ ଚୟନକର୍ତାଙ୍କ ଦ୍ଵାରା ଦଳର କେନ ଉଇଲିୟମସନ ଦଳକୁ ଫେରିଛନ୍ତି। ଆହତ ହେବା କାରଣରୁ ସେ ଦ୍ଵିତୀୟ ଟେଷ୍ଟ ଇଂଲଣ୍ଡ ବିପକ୍ଷରେ ଖେଳି ପାରିନଥିଲେ। ବିଜେ ୱାଟଲିଂଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି। ସାଉଥି ଓ ଅଲରାଉଣ୍ଡର କଲିନ ଡ଼ି ଗ୍ରାଣ୍ଡହୋମକୁ ମଧ୍ୟ ଦଳରେ ସାମିଲ କରାଯାଇଛି।

ନ୍ୟୁଜିଲାଣ୍ଡ ଦଳ:-

କେନ ଉଇଲିୟମସନ, ଟମ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲଟ, ଡେଭନ କନୱେ, କଲିନ ଡ଼ି ଗ୍ରାଣ୍ଡହୋମ, ମ୍ୟାଟ ହେନରୀ, କାଇଲ ଯେମିସନ, ଟମ ଲଥମ, ହେନରୀ ନିକୋଲାସ, ଆୟଜ ପଟେଲ, ଟିମ ସାଉଥି, ରସ ଟେଲର, ନିଲ ୱାଗନର, ବିଜେ ୱାତଲିଂ, ବିଲ ୟଙ୍ଗ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *