କୋହଳ ହେଲା ଲକଡାଉନ୍: ୧୭ ଜିଲ୍ଲାରେ କୋହଳ ହେଲା ଲକଡାଉନ,୧୩ ଜିଲ୍ଲାରେ ବଢିଲା ସମୟ

ରାଜ୍ୟରେ କଟକଣା କୋହଳ କରାଯାଇଛି। ଆସନ୍ତା କାଲିଠାରୁ ଆରମ୍ଭ ହେବ ଅନଲକ ପ୍ରକ୍ରିୟା କିନ୍ତୁ, କରୋନା କଟକଣା ମାନିବାକୁ ପଡିବ। ରେଡ ଜୋନରେ ଥିବା ଜିଲ୍ଲା ମାନଙ୍କୁ ଛାଡିଦେଲେ ଅନ୍ୟ ସମସ୍ତ ଜିଲ୍ଲାକୁ ଅନଲକ କରାଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଆଶିଂକ ଲକଡାଉନ ଜାରି ରହିବ। ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କହିବା ଅନୁଯାୟୀ, ରାଜ୍ୟର ସମସ୍ତ ଜିଲ୍ଲାରେ ଜୁନ ୧୭ ତାରିଖ ସକାଳ ୫ଟାରୁ ୧ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ ଜାରି ରହିବ। ଲକଡାଉନ ସମୟରେ କମ ସଂକ୍ରମିତ ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଜରୁରୀକାଳୀନ ସାମଗ୍ରୀ ଦୋକାନ ଖୋଲାରହିବ। ଜୁଲାଇ ୧ ସକାଳ ପର୍ଯ୍ୟନ୍ତ ରାଜ୍ୟରେ ଆଶିଂକ ଲକଡାଉନ ଜାରି ରହିବ।

ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କୋହଳ ହୋଇଥିବା ଜିଲ୍ଲା ଗୁଡିକ ହେଉଛି – ସୁନ୍ଦରଗଡ଼ ଜିଲ୍ଲା,ଝାରସୁଗୁଡା ଜିଲ୍ଲା,ବରଗଡ ଜିଲ୍ଲା,ସମ୍ବଲପୁର ଜିଲ୍ଲା,ଦେବଗଡ ଜିଲ୍ଲା,କଳାହାଣ୍ଡି ଜିଲ୍ଲା,ବଲାଙ୍ଗୀର ଜିଲ୍ଲା,ନୂଆପଡା ଜିଲ୍ଲା,ସୁବର୍ଣ୍ଣପୁର ଜିଲ୍ଲା,ଗଞ୍ଜାମ ଜିଲ୍ଲା,ଗଜପତି ଜିଲ୍ଲା,କନ୍ଧମାଳ ଜିଲ୍ଲା,ବୌଦ୍ଧ ଜିଲ୍ଲା,କୋରାପୁଟ ଜିଲ୍ଲା,ନବରଙ୍ଗପୁର ଜିଲ୍ଲା,ମାଲକାନଗିରି ଜିଲ୍ଲା ଏବଂ ରାୟଗଡା ଜିଲ୍ଲା। ଆଉ ସେହିପରି ଭାବରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ କୋହଳ ହୋଇଥିବା ଜିଲ୍ଲାଗୁଡିକ ହେଉଛି – ଖୋର୍ଦ୍ଧା ଜିଲ୍ଲା,ପୁରୀ ଜିଲ୍ଲା,ନୟାଗଡ ଜିଲ୍ଲା,କଟକ ଜିଲ୍ଲା,କେନ୍ଦ୍ରାପଡା ଜିଲ୍ଲା,ଜଗତସିଂହପୁର ଜିଲ୍ଲା,ଯାଜପୁର ଜିଲ୍ଲା,ଅନୁଗୁଳ ଜିଲ୍ଲା,ଢେଙ୍କାନାଳ ଜିଲ୍ଲା,ବାଲେଶ୍ବର ଜିଲ୍ଲା,ଭଦ୍ରକ ଜିଲ୍ଲା,ମୟୁରଭଞ୍ଜ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲା। ଏଥିସହିତ ସମସ୍ତ ଜିଲ୍ଲାରେ ସାପ୍ତାହିକ ସଟଡାଉନ ଓ ନାଇଟ କର୍ଫ୍ୟୁ ପୂର୍ବଭଳି ବଳବତ୍ତର ରହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *