ବ୍ୟକ୍ତି ଜଣକ ଇଟାଗୁଡିକୁ ଉପରୁ ତଳକୁ ଆଣିବାପାଇଁ ବାହାର କଲେ ଅଜବ ଯୁଗାଡ଼, ହର୍ଷ ଗୋଏଙ୍କା କହିଲେ – ‘ମଣିଷର ବୁଦ୍ଧିକୁ ସଲାମ’, ଦେଖନ୍ତୁ ଭିଡିଓ,ଆପଣଙ୍କ କାମରେ କେବେ ଆସିପାରେ

ଭାରତର ପ୍ରସିଦ୍ଧ ବିଜନେସମ୍ୟାନ ହର୍ଷ ଗୋଏଙ୍କା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି | ତାଙ୍କୁ ଯଦି କିଛି ମଜାଳିଆ ଦୃଶ୍ୟ ଦେଖାଯାଏ, ତେବେ ସେ ନିଶ୍ଚିତ ଭାବରେ ନିଜର ପ୍ରତିକ୍ରିୟା ଲେଖିଥାନ୍ତି | ହର୍ଷ ଗୋଏଙ୍କା ପ୍ରାୟତଃ ସୋସିଆଲ ମିଡିଆରେ ମଜାଳିଆ ଏବଂ ପ୍ରେରଣାଦାୟକ ଭିଡିଓ ସେୟାର କରିଥାନ୍ତି | ନିକଟରେ ସେ ଟ୍ୱିଟରରେ ଗୋଟିଏ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ପୁରୁଣା ଟାୟାରକୁ ବ୍ୟବହାର କରିବାର ଅଜବ ଉପାୟ କହିଛନ୍ତି |

ହର୍ଷ ଗୋଏଙ୍କା ଏହି ଭିଡ଼ିଓର କ୍ୟାପ୍ସନରେ ଲେଖିଛନ୍ତି, “ଗୋଟିଏ ଟାୟାରକୁ ଏଭଳି ଭାବରେ ବ୍ୟବହାର ବିଷୟରେ ମୁଁ କେବେ ଭାବିପାରି ନଥିଲି | ମଣିଷର ଏହି ବୁଦ୍ଧିକୁ ସଲାମ |” ହର୍ଷ ଗୋଏଙ୍କା ଏହି ଫଟୋ ସେୟାର କରିବାପରେ ୟୁଜରମାନେ ସୋସିଆଲ ମିଡିଆରେ ଟାୟାର ବ୍ୟବହାରର ଅନେକ ଭିଡିଓ ଏବଂ ଫଟୋ ବିଷୟରେ କହିବାକୁ ଲାଗିଲେ | ଲୋକମାନେ ବିଭିନ୍ନ ପ୍ରକାରର ମଜାଳିଆ ଭିଡିଓ ଏବଂ ଫଟୋ ସେୟାର କରି ପୁରୁଣା ଟାୟାର ବ୍ୟବହାରର ଉପାୟ କହୁଛନ୍ତି |

ଦେଖନ୍ତୁ ଭିଡିଓ :-

ବିଜନେସମ୍ୟାନ ହର୍ଷ ଗୋଏଙ୍କା ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ ଦେଖାଯାଇପାରେ ଯେ କିପରି କାରର ପୁରୁଣା ଟାୟାରକୁ ବ୍ୟବହାର କରି ମଣିଷ ପରିଶ୍ରମ ଏବଂ ସମୟକୁ ସଞ୍ଚୟ କରାଯାଇପାରେ | ଏଥିରେ ଦେଖାଯାଇପାରେ ଯେ ଜଣେ ମଜୁରିଆ ଦୁଇଟି ଲମ୍ବା ଲମ୍ବା ବାଉଁଶ ଏବଂ ଏକ ପୁରୁଣା ଟାୟାର ଦ୍ୱାରା କିପରି ନିଜ କାମ କରୁଛି | ଇଟାକୁ ଉପରୁ ତଳକୁ ଆଣିବାପାଇଁ ଶ୍ରମିକ ଦୁଇଟି ଲମ୍ବା ବାଉଁଶକୁ ଏକାଠି ଉପରୁ ତଳକୁ ଲଗାଇ ଦେଇଛି | ବାଉଁଶ ସାହାଯ୍ୟରେ ଉପରୁ ଆସୁଥିବା ଇଟା ଟାୟାରରେ ଲାଗି ପାଖରେ ଥିବା ଏକ ଠେଲାରେ ପଡୁଛି |

ସୋସିଆଲ ମିଡିଆରେ ଏହି ଭିଡିଓକୁ ଖୁବ ପସନ୍ଦ କରାଯାଉଛି | ଏହି କାରଣରୁ ଟ୍ୱିଟରରେ ସେୟାର କରାଯାଇଥିବା ୧୨ ସେକେଣ୍ଡର ଏହି କ୍ଲିପକୁ ବର୍ତ୍ତମାନ ପର୍ଯ୍ୟନ୍ତ ୪୭ ହଜାରରୁ ଅଧିକଥର ଦେଖାଗଲାଣି | ସେହିପରି ଏହାକୁ ୨୯୪ ଜଣ ରିଟ୍ୱିଟ ମଧ୍ୟ କରିଛନ୍ତି | ଏହାସହିତ ଲୋକମାନେ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ କରୁଛନ୍ତି ଏବଂ ଅନେକ ଭିଡିଓ ଏବଂ ଫଟୋ ମଧ୍ୟ ସେୟାର କରୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.