କରୋନା ଟିକା ନେବାପରେ ଶରୀରରେ ଆସୁଛି ଚୁମ୍ବକୀୟ ଶକ୍ତି? ଜାଣନ୍ତୁ ପ୍ରକୃତ ରହସ୍ୟ କ’ଣ .?

ବହୁତ ଲୋକ କିଛି ଦିନ ପୂର୍ବେ କରୋନା ଭାଇରସ ବେମାର ବିରୁଦ୍ଧରେ ଟିକା ନେବାପରେ ନିଜର ଚୁମ୍ବକୀୟ ଶକ୍ତି ଦେଖାଇବା ପାଇଁ ସୋସିଆଲ ମିଡିଆର ସାହାରା ନେଇଛନ୍ତି|ସୋସିଆଲ ମିଡିଆରେ ଲୋକମାନେ ଫଟୋ ସେୟାର କରି କହିଛନ୍ତି ଯେ ଟିକା ଲଗାଇବା ପରେ ତାଙ୍କ ଶରୀରରେ ମୁଦ୍ରା ଓ ବହୁ ଜିନିଷ ଲାଗିକି ରହୁଛି|କିଏ ଇଅରଫୋନ ଲଗାଇକି ଦେଖାଉଛନ୍ତି ତ କିଏ ଚାମଚ ଲଗାଇକି ଦେଖାଉଛନ୍ତି|

ଝାଡଖଣ୍ଡର ହଜାରିବାଗରେ ତାହିର ଅଂଶାନୀ ଟିକା ଲଗାଇଲେ|ଏହାପରେ ତାଙ୍କ ଶରୀରରେ ମୁଦ୍ରା ଓ ଚାମଚ ଲାଗିରହିଲା|ହେଲ୍ଥ ଡିପାର୍ଟମେଣ୍ଟ ଚେକ୍ଅପ୍ ପାଇଁ ପହଞ୍ଚିବାରୁ ଦେଖିଲା ଯେ ତାଙ୍କ ଶରୀରରେ ମାଗ୍ନଟିକ୍ ସେଣ୍ଟର ନାହିଁ|ସେମାନେ ତାହିରକୁ ୪୮ ଘଣ୍ଟା ଘରେ ରହିବାକୁ କହିଲେ|ହେଲ୍ଥ ଡିପାର୍ଟମେଣ୍ଟ ତାଙ୍କ ହେଲ୍ଥକୁ ମନିଟର କରୁଛନ୍ତି|

ଏହି ପ୍ରକାରର ଦାବିକୁ ଖାରଜ କରି କେନ୍ଦ୍ର ଏକ ସ୍ପଷ୍ଟୀକରଣ ସହ ସାମ୍ନାକୁ ଆସିଛି ଓ କହିଛନ୍ତି ଯେ କୋଭିଡ୍-୧୯ ଟିକା ପୂରାପୂରି ଭାବେ ସୁରକ୍ଷିତ ଓ ଏଥିରେ କୈାଣସି ଧାତୁ ଆଧାରିତ ଉପାଦାନ ନାହିଁ|ପ୍ରେସ ସୂଚନା ବ୍ୟୁରୋ ପିଆଇବି ଫ୍ୟାକ୍ଟ ଚେକ୍ କହିଛନ୍ତି ଯେ ଚୁମ୍ବକୀୟ ମହାଶକ୍ତି ଦେଉଥିବା କୋଭିଡ୍-୧୯ ଟିକା ସମ୍ବନ୍ଧୀୟ ଦାବି ଭିତ୍ତିହୀନ ଅଟେ|

ପିଆଇବି ଫ୍ୟାକ୍ଟ ଚେକ୍ ଦଳ କହିଛନ୍ତି ଯେ ଟିକା ମାନବ ଶରୀରରେ ଚୁମ୍ବକୀୟ ପ୍ରତିକ୍ରିୟାର କାରଣ ହୋଇପାରିବ ନାହିଁ|କୋଭିଡ୍-୧୯ ଟିକା ସମ୍ପୁର୍ଣ୍ଣ ସୁରକ୍ଷିତ ଓ ଏଥିରେ କୈାଣସି ଧାତୁ ଆଧାରିତ ସାମଗ୍ରୀ ନାହିଁ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *