କରୋନା ଟୀକା : କରୋନା ଟିକା ନଲଗାଇବା ବ୍ଲକ ହେବ ସିମକାର୍ଡ,ଜାଣନ୍ତୁ ପୁରା ଖବର

କରୋନା ଟିକାକୁ ନେଇ ଏବେବି ଲୋକଙ୍କ ବିଶ୍ୱାସ କମ୍ ରହିଛି|ଏମିତି ଲୋକଙ୍କୁ ନିପଟେଇବା ପାଇଁ ଦେଶ ଦୁନିଆର ସରକାରଙ୍କୁ ବିଭିନ୍ନ ପ୍ରକାରର ଉପାୟ ଆପଣାଇବାକୁ ପଡ଼ିଥାଏ|କେଉଁଠାରେ ଟିକା ନଲଗାଉଥିବା ବ୍ୟକ୍ତିର ଦରମା କାଟାଯାଏ ତ କେଉଁଠି ଲଗାଇଉଥିବା ଲୋକଙ୍କୁ ବିଭିନ୍ନ ପ୍ରକାରର ଗିଫ୍ଟ ଦିଆଯାଏ|

କିଛି ଏମିତି ଉପାୟ ପାକିସ୍ତାନର ପଞ୍ଜାବ ପ୍ରାନ୍ତର ସରକାର ଆପଣାଇଛନ୍ତି|ସିନ୍ଧ ପ୍ରାନ୍ତର ସରକାର ଠାରୁ ପ୍ରେରଣା ପାଇ ପଞ୍ଜାବ ପ୍ରାନ୍ତର ସରକାର ମଙ୍ଗଳବାର ଘୋଷଣା କରିଛନ୍ତି ଯେ କୋଭିଡ୍-୧୯ ଟିକା ଲଗାଇବା ପାଇଁ ମନାକରୁଥିବା ବ୍ୟକ୍ତିଙ୍କ ମୋବାଇଲ ସିମକାର୍ଡ ବନ୍ଦ କରିଦିଆଯିବ|

ଜିୟୋ ଟିଭିର ଖବର ଅନୁଯାୟୀ ସିନ୍ଧର ସୂଚନା ମନ୍ତ୍ରୀ ସାୟଦ ନାସିର ହୁସେନ ଶାହ ଏଠାକାର ରାଜଧାନୀରେ ଥିବା ଏକ ଟିକାକରଣ କେନ୍ଦ୍ରର ଉଦ୍ଘାଟନ ପରେ ଘୋଷଣା କରିଛନ୍ତି|

ସେ କହିଛନ୍ତି ଟିକା ନଲଗାଇବା ଲୋକଙ୍କ ସିମକାର୍ଡ ବ୍ଲକ କରାଯିବ|ପଞ୍ଜାବ ସରକାରଙ୍କ ଦ୍ୱାରା ଏହି ଉପାୟ ଅବଲମ୍ବନର କିଛିଦିନ ପରେ ଏହି ନିର୍ଣ୍ଣୟ ନିଆଯାଇଛି|

ଏହା ମଧ୍ୟରେ ପାକିସ୍ତାନରେ ମଙ୍ଗଳବାର ଦିନ ୧୫ ଫେବୃଆରୀ ପରେ ପ୍ରଥମଥର ୧୦୦୦ରୁ କମ୍ ମାମଲା ସାମନାକୁ ଆସିଥିଲା|ଏହି ସମୟରେ ମୋଟ୍ ୮୩୮ ଲୋକ ସଂକ୍ରମିତ ମିଳିଛନ୍ତି,ଯାହାପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୪୩,୦୨୭ ହୋଇଥିଲା|ଦେଶରେ ସଂକ୍ରମଣର ଦର ୨.୩୯% ଅଟେ|ଏକ ଦିନରେ ୫୯ ରୋଗୀଙ୍କ ମୃତ୍ୟୁ ଫଳରେ ମୋଟ ସଂଖ୍ୟା ୨୧,୭୮୨ ହୋଇଯାଇଛି|

ଖବର ଅନୁଯାୟୀ ୨୪ ଘଣ୍ଟାରେ ମୋଟ୍ ୧୫୭୬ ଲୋକ ସଂକ୍ରମଣରୁ ସୁସ୍ଥ ହେବା ପରେ ସୁସ୍ଥ ଲୋକଙ୍କ ସଂଖ୍ୟା ୮୮୦,୩୧୬ ହୋଇଛି|ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୦,୯୨୯ ରହିଛି|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *