ଏହି ୧୦୦ ଟଙ୍କିଆ ନୋଟ ରାତାରାତି କରିଦେବ ଆପଣଙ୍କୁ ଲକ୍ଷପତି, ଜାଣନ୍ତୁ କିପରି ?

ପ୍ରାୟତଃ ଆପଣ ଦେଖିଥିବେ ଯେ ଦୋକାନୀ କୌଣସି ନୋଟରେ ଟେପ ଲାଗିଥିଲେ, ଫାଟି ଯାଇଥିବା କିମ୍ବା ଅନ୍ୟ କୌଣସି ତ୍ରୁଟି କାରଣରୁ ନୋଟ ନେବାପାଇଁ ମନା କରି ଦେଇଥାଏ | କିନ୍ତୁ ବୋଧହୁଏ ବହୁତ କମ ଲୋକ ଜାଣିଥିବେ ଯେ ଯଦି ଏପରି ନୋଟକୁ ସୁରକ୍ଷିତ ରଖାଯାଏ, ତେବେ ଅନେକ ବର୍ଷ ପରେ ଏହାର ମୂଲ୍ୟ ଲକ୍ଷ ଲକ୍ଷ ଟଙ୍କାରେ ମିଳିପାରେ |

ଆଜ୍ଞା ହଁ, ଆଜିକାଲି ଅନେକ ୱେବସାଇଟରେ ଏରର ନୋଟଗୁଡିକର ଭଲ ମୂଲ୍ୟ ଦେଖିବାକୁ ମିଳୁଛି | ଏହିପରି ଏକ ଏରର ନୋଟ ୧୦୦ ଟଙ୍କିଆ ମଧ୍ୟ ଅଟେ | ଯାହାର ମୁଦ୍ରଣରେ କିଛି ଅଭାବ କିମ୍ବା ତ୍ରୁଟି ରହି ଯାଇଥିବ | ଏହି କାରଣରୁ ଏହି ନୋଟ ତିନି ତତୁର୍ଥାଂଶ ହିଁ ପ୍ରିଣ୍ଟ ହୋଇଥିବ | ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଗୋଟିଏ ୱେବସାଇଟରେ ଏହି ଏରର ନୋଟର ମୂଲ୍ୟ ୧୭ ହଜାର ଟଙ୍କା କରାଯାଇଛି |

ବାସ୍ତବରେ, ଅନେକ ଲୋକଙ୍କୁ ନୋଟର କଲେକ୍ସନ କରିବାକୁ ବହୁତ ଭଲ ଲାଗେ ଏବଂ ସେମାନେ ପୁରୁଣା ନୋଟଗୁଡିକୁ ଏକାଠି କରିବାପାଇଁ ପସନ୍ଦ କରନ୍ତି | ଜାଣି ହୁଏତ ଆଶ୍ଚର୍ଯ୍ୟ ହୋଇଥିବେ, କିନ୍ତୁ ଏହା ସତ କଥା ଯେ ଏହି ନୋଟଗୁଡିକର ମୂଲ୍ୟ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କାରେ ମିଳିପାରିବ | ଭାରତରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ଲକି ନମ୍ବର ଏବଂ ଏରର କଲେକ୍ସନ ନୋଟ କିଣିବାକୁ ଭଲ ଲାଗେ |

ଏହିପରି ଅନେକ ଲୋକ ଏହି ଲକି ଚମତ୍କାର ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥାନ୍ତି | ଏହାର ଫଳ ସ୍ୱରୂପ ଏହା ଯେ ପୁରୁଣା ନୋଟର ମୂଲ୍ୟ ଅନଲାଇନ ବଜାରରେ ଦିନକୁ ଦିନ ବୃଦ୍ଧି ପାଉଛି | ସେହିଭଳି ୧୯୪୩ ମସିହାରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ସି ଡି ଦେଶମୁଖଙ୍କ ଦ୍ୱାରା ଦସ୍ତଖତ ହୋଇଥିବା ୧୦ ଟଙ୍କିଆର ଗୋଟିଏ ନୋଟର ମୂଲ୍ୟ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିପାରେ |

ଏହା ସହିତ ଏପରି ଅନେକ ଲୋକ ଆପଣଙ୍କୁ ମିଳିଯିବେ, ଯେଉଁମାନେ ଆଗ୍ରହର ସହିତ ୭୮୬ ଅଙ୍କ ବିଶିଷ୍ଟ ନୋଟ ଖୋଜୁଛନ୍ତି | ଅନେକ ଲୋକ ଏହି ସଂଖ୍ୟାକୁ ଶୁଭ ବୋଲି ଭାବନ୍ତି | ଯଦି ଆପଣଙ୍କ ପାଖରେ ଏପରି କୌଣସି ନୋଟ୍ ଅଛି, ଯାହାର ଏହି ସଂଖ୍ୟା ଅଛି, ତେବେ ଆପଣ ଏହାକୁ ଅନଲାଇନରେ ବିକ୍ରି କରି ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ |

ପୁରୁଣା ୨ ଟଙ୍କିଆ ନୋଟର ମଧ୍ୟ ବହୁତ ଡିମାଣ୍ଡ ରହିଛି | ବିଶେଷକରି ଗୋଲାପୀ ରଙ୍ଗର ଦୁଇ ଟଙ୍କିଆ ନୋଟକୁ ଲୋକମାନେ ବହୁତ ଅଧିକ ଖୋଜୁଛନ୍ତି | କିନ୍ତୁ ଏହି ନୋଟରେ ୭୮୬ ଲେଖା ହୋଇଥିବ, ଯଦି ଅଛି ତେବେ ପୁରା ଲକ୍ଷପତି ହୋଇଯିବେ | ଲୋକମାନେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ | EBay, କଏନ ବଜାର, ଇଣ୍ଡିଆନ୍ ଓଲ୍ଡ କଏନ ଏବଂ କ୍ଲିକ୍ ଇଣ୍ଡିଆ ଭଳି ସାଇଟଗୁଡିକ ଏହି ନୋଟଗୁଡିକୁ ଖୋଜୁଛନ୍ତି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *