ନିଜର ପିନ୍ଧୁଥିବା ପୋଷାକ ବିକ୍ରି କରି ଏହି ମହିଳା ପ୍ରତିମାସରେ ରୋଜଗାର କରୁଛନ୍ତି ୪ ଲକ୍ଷ ଟଙ୍କା,ଜାଣନ୍ତୁ ପୁରା ଖବର

ପିନ୍ଧିଥିବା ପୋଷାକକୁ କିଏ କଣ କିଣିପାରେ ? କଥାଟି ନିଶ୍ଚିତ ଆଶ୍ଚର୍ଯ୍ୟଜନକ ଅଟେ, କିନ୍ତୁ ସତ ଅଟେ | ଜଣେ ମହିଳା ନିଜେ ପିନ୍ଧିଥିବା ପୋଷାକ ବିକ୍ରିକରି ମାସକୁ ଚାରି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି | ୱେବସାଇଟ ମେଟ୍ରୋର ରିପୋର୍ଟ ଅନୁଯାୟୀ, ମହିଳାଙ୍କ ଦ୍ୱାରା ଏହି କାମକୁ ସାଇଡ ବିଜନେସ ଭାବରେ କରାଯାଉଛି |

ଏହି ମହିଳାଙ୍କ ଦ୍ୱାରା ନିଜେ ପିନ୍ଧିଥିବା ପୋଷାକକୁ ଅନଲାଇନରେ ବିକ୍ରି କରାଯାଉଛି | ସେ କହିଛନ୍ତି ଯେ ସେ ପ୍ରଥମ ଥର ଯେତେବେଳେ ଏହି କାମ ଆରମ୍ଭ କରିଥିଲେ, ସେତେବେଳେ ତାଙ୍କ ବୟସ ୨୨ ବର୍ଷ ଥିଲା | ସେ କଲେଜରେ ପଢୁଥିଲେ | ତାଙ୍କର ଟଙ୍କା ଅଭାବ ହେଉଥିଲା, ତେଣୁ ରୋଜଗାରର ନୂତନ ଆଇଡ଼ିଆ ବିଷୟରେ ଚିନ୍ତା କରିବାକୁ ଲାଗିଲେ |

ସେ କହିଛନ୍ତି ଯେ ପ୍ରଥମଥର ସାଙ୍ଗ ଏବଂ ସୋସିଆଲ ମିଡ଼ିଆ ମାଧ୍ୟମରେ ସୂଚନା ମିଳିଲା ଯେ ଲୋକମାନେ ନିଜର ବ୍ୟବହାର କରିଥିବା ଜିନିଷକୁ ଅନଲାଇନରେ ବିକ୍ରି କରୁଛନ୍ତି | ସେ ମଧ୍ୟ ଏହି କାମ କିପରି କରାଯାଏ ବୋଲି ଜାଣିବାପାଇଁ ୱେବସାଇଟକୁ ଭଲ ଭାବେ ଜାଣିବାକୁ ଚେଷ୍ଟା କଲେ |

ମହିଳା ଜଣକ କହିଥିଲେ ଯେ ସେ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ଯେ ଝିଅମାନେ ନିଜର ଅଣ୍ଡରବିୟର ବିକ୍ରିକରି ଭଲ ଟଙ୍କା ରୋଜଗାର କରୁଥିଲେ | ଏହି କାମ କରିବାରେ ବହୁତ ଦ୍ୱିଧା ଥିଲା | ଯେଉଁଥିପାଇଁ ସେ ସିଧାସଳଖ ଏହି କାମରେ ପ୍ରବେଶ କରିନଥିଲେ |

ଏହି କାମକୁ କରିବା ପୂର୍ବରୁ ମନରେ ଅନେକ ପ୍ରଶ୍ନ ଆସିଲା | ସାଙ୍ଗସାଥି ଏବଂ ପରିବାର ଲୋକେ କଣ ଭାବିବେ | ତାପରେ ଏହି କାମ ବିଷୟରେ ଆଉ କିଛି ଭାବିବାକୁ ଲାଗିଲି | ଏହାପରେ ଟଙ୍କା ରୋଜଗାର କରିବାପାଇଁ ନିଜକୁ ଏହି କାମ ପାଇଁ ରାଜି କରାଇଲି |

ସେ କହିଥିଲେ ଯେ ‘ପ୍ରଥମେ ମୁଁ ବ୍ୟବହୃତ ସାମଗ୍ରୀ କିଣିବା ଏବଂ ବିକ୍ରୟ କରିବାକୁ ଚାହୁଁଥିବା ଲୋକଙ୍କୁ ସଂଯୋଗ କରୁଥିବା ଏକ ସାଇଟ ବାଛିଲି | ଏଠାରେ ନିଜର ପ୍ରୋଫାଇଲ ପ୍ରସ୍ତୁତ କଲି | ଆରମ୍ଭରେ କେବଳ ନିଜର ନାମ ଏବଂ ବୟସକୁ ହିଁ ଲେଖିଥିଲି | ଏହା ପରେ ଡରି ଡରି ନିଜର ପ୍ରଥମ ଫଟୋ ଅପଲୋଡ କଲି |

ସେ କହିଥିଲେ ଯେ ଏହା ମୋ ପାଇଁ ବହୁତ ଭୟାନକ ଥିଲା | କାରଣ ମୁଁ ଏହା ପୂର୍ବରୁ କେବଳ ମୋ ବୟଫ୍ରେଣ୍ଡଙ୍କୁ ମୋର ଫଟୋ ପଠାଇଥିଲି, କିନ୍ତୁ ଏହା ବର୍ତ୍ତମାନ ସମସ୍ତଙ୍କ ପାଇଁ ଅନଲାଇନ ଥିଲା |

ପ୍ରଥମ ଫଟୋ ଅପଲୋଡ଼ କରିବାପରେ ସେ ବହୁତ ଟେନସନରେ ଥିଲେ | ସେ ଅନେକଥର ଭାବିଥିଲେ ଯେ ଏ କାମ କରିବା ଉଚିତ ନୁହେଁ, କିନ୍ତୁ ଟଙ୍କା ରୋଜଗାର କରିବାପାଇଁ ଏହି କାମକୁ ଛାଡିପାରି ନଥିଲେ | ଏହାପରେ ଯେତେବେଳେ ଏକ ସପ୍ତାହ ପରେ ପ୍ରଥମ ବିକ୍ରି ପ୍ରାୟ ୭ ହଜାର ଟଙ୍କାର ହେଲା, ସେତେବେଳେ ମୁଁ ବିଶ୍ୱାସ କରିପାରିଲି ନାହିଁ |

ଏହି କାମକୁ ନେଇ ଆହୁରି ଉତ୍ସାହ ବଢ଼ିଲା, ଯେତେବେଳେ କି ପ୍ରଥମ ବିକ୍ରିର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ଆସିଲା | ଏହାପରେ ଅଧିକ ଉତ୍ପାଦ ଏବଂ ଅଧିକରୁ ଅଧିକ କ୍ରେତାମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ଆରମ୍ଭ କରିଦେଲି |

ସେ କହିଛନ୍ତି ଯେ ଆଜି ତାଙ୍କର ୨୦ ନିୟମିତ ଗ୍ରାହକ ଅଛନ୍ତି, ଯେଉଁମାନେ ପ୍ରତି ମାସରେ ତାଙ୍କର ପିନ୍ଧାଯାଇଥିବା ପୋଷାକକୁ କିଣିଥାନ୍ତି | ଏଥିରେ ଅନେକ ଗ୍ରାହକ ତାଙ୍କର ସାଙ୍ଗ ଭଳି ହୋଇଯାଇଛନ୍ତି | ସେ କହିଛନ୍ତି ଯେ ମାସକୁ ତାଙ୍କର ରୋଜଗାର ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଅଟେ, ଯାହା ବେଳେବେଳେ ଚାରି ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *