ଏହି ସାନଦାର ଓ ସୁରକ୍ଷିତ ସରକାରୀ ଯୋଜନାରେ ଜମା କରନ୍ତୁ ଟଙ୍କା ଓ ପାଆନ୍ତୁ ଅଧିକ ସୁଧ,ଜାଣନ୍ତୁ ଏହି ଯୋଜନା ବିଷୟରେ ସମ୍ପୂର୍ଣ ସୂଚନା

ଗତ କିଛି ବର୍ଷ ଧରି ଭାରତୀୟ ଅର୍ଥନୀତି କ୍ରମାଗତ ଭାବରେ ପ୍ରଭାବ ହେଉଛି। ଏହାର ଏକ କାରଣ ହେଉଛିଯେ, ସାଧାରଣ ଲୋକ ନିବେଶରୁ ଦୂରେଇ ରହୁଛନ୍ତି। ବିଶେଷକରି ଯେତେବେଳେ ଷ୍ଟକ ମାର୍କେଟ କଥା ଆସେ, ଲୋକଙ୍କ ମଧ୍ୟରେ ଏଠାରେ ନିବେଶ କରିବାରେ ସର୍ବାଧିକ ଦ୍ୱନ୍ଦ୍ୱ ଅନୁଭବ କରାଯାଇପାରେ।

ଏପରି ପରିସ୍ଥିତିରେ, ଯେଉଁମାନେ ନିବେଶରେ ବିପଦରୁ ବଞ୍ଚିବାକୁ ଚାହୁଞ୍ଚନ୍ତି, ସେମାନଙ୍କ ପାଇଁ ସ୍ଥିର ଆୟ ବିନିଯୋଗର ବିକଳ୍ପ ମଧ୍ୟ ଅଛି, ଯାହା ସେମାନଙ୍କୁ ଭଲ ରିଟର୍ଣ୍ଣ ଦେଇପାରେ।

ଏହି ବିକଳ୍ପଗୁଡ଼ିକ ମଧ୍ୟରୁ କେତେକ କେବଳ ବରିଷ୍ଠ ନାଗରିକଙ୍କ ପାଇଁ ଅଟେ ଏବଂ କେତେକ ସମସ୍ତ ବୟସ ବର୍ଗର ଲୋକଙ୍କ ପାଇଁ। ବିଶେଷଜ୍ଞଙ୍କ ଅନୁଯାୟୀ, ବିନିଯୋଗର ଏହି ପଦ୍ଧତିଗୁଡିକ ମାଧ୍ୟମରେ, ଆପଣ ଆପଣଙ୍କର ପୁଞ୍ଜି ସୁରକ୍ଷିତ ରଖିବାବେଳେ ଆପଣ ଭଲ ରିଟର୍ଣ୍ଣ ପାଇପାରିବେ।

ଏହି ଯୋଜନାଗୁଡିକ ମଧ୍ୟରୁ କେତେକ ଏପରି ଅଟେ ଯେଉଁଥିରେ ସରକାର ଗ୍ୟାରେଣ୍ଟି ମଧ୍ୟ ଦିଅନ୍ତି। ଏହି ବିକଳ୍ପଗୁଡିକରୁ, ଆପଣ ନିୟମିତ ଆୟ, ପେନ୍ସନ୍, ଟିକସ ସଞ୍ଚୟ କିମ୍ବା ଦୀର୍ଘକାଳୀନ ଲକ୍ଷ୍ୟ ପରି ଆପଣଙ୍କର ଆବଶ୍ୟକତା ଅନୁଯାୟୀ ସଠିକ ବିକଳ୍ପ ବାଛିପାରିବେ। ଏହି ଯୋଜନାଗୁଡିକ ମଧ୍ୟରୁ କେତେକରେ ଅର୍ଜନ କରାଯାଇଥିବା ସୁଧରେ ମଧ୍ୟ ଟ୍ୟାକ୍ସ ଦେବାକୁ ପଡିପାରେ। ତେଣୁ, ଟିକସ ଏବଂ ମୁଦ୍ରାସ୍ଫୀତି ହାର ଅନୁଯାୟୀ ରିଟର୍ଣ୍ଣ ଯୋଡିବା ଏବଂ ବାହାର କରିବା ପରେ ହିଁ ଅନ୍ତିମ ବିନିଯୋଗ ନିଷ୍ପତ୍ତି ନିଅନ୍ତୁ।

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (ସିନିୟର ସିଟିଜେନ ସେଭିଙ୍ଗ ସ୍କିମ-ଏସସିଏସଏସ) ହେଉଛି ଏହିପରି ଏକ ପ୍ରମୁଖ ବିନିଯୋଗ ଯୋଜନା ଅଟେ।

ସିନିୟର ସିଟିଜେନ ସେଭିଙ୍ଗ ସ୍କିମ(ଏସସିଏସଏସ):-

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା(ଏସସିଏସଏସ) ଭାରତ ସରକାରଙ୍କ ତରଫରୁ ଚଲାଯାଉଥିବା ଏକ ନିବେଶ ଯୋଜନା ଅଟେ। ଯେମିତିକି ଏହି ଯୋଜନା ନାମରେ ସ୍ପଷ୍ଟ ହେଉଛିକି ଏହା ୬୦ବର୍ଷରୁ ଅଧିକ ଭାରତୀୟ ଲୋକଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅନ୍ତର୍ଗତ ଆପଣଙ୍କ ଜମା ରାଶି ପାଞ୍ଚ ବର୍ଷ ପରେ ମେଚ୍ୟୁର ହୋଇଯିବ। ଏହି ଅବଧିକୁ କେବଳ ଥରେ ଆଗାମୀ ତିନି ବର୍ଷ ପାଇଁ ବଢ଼ାଯାଇପାରେ।

ଏହି ଯୋଜନାର ଉଦ୍ଦେଶ୍ୟ ସେବାନିବୃତ ପରେ ବରିଷ୍ଠ ନାଗରିକଙ୍କୁ ଏକ ଆୟ ସୁନିଶ୍ଚିତ କରିବାକୁ ହେବ।ଏସସିଏସଏସ ସାର୍ବଜନୀକ/ନିଜସ୍ଵ କ୍ଷେତ୍ରର ବ୍ୟାଙ୍କ ଓ ଭାରତର ଡାକଘର ମାଧ୍ୟମରେ ଉପଲବ୍ଧ ଅଛି। ସରକାରଙ୍କ ଦ୍ଵାରା ସମର୍ଥିତ ହେଉଥିବା କାରଣରୁ ମିଳୁଥିବା ରିଟର୍ଣ ଗ୍ୟାରେଣ୍ଟଡ ଅଟେ।

ଏହି ଯୋଜନା ଅନ୍ତର୍ଗତ ୧୦୦୦ ଟଙ୍କାରୁ ନେଇ ୧୫,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ନିବେଶ କରିପାରିବେ। କିନ୍ତୁ ଆପଣଙ୍କୁ ଏହି କଥାକୁ ଧ୍ୟାନ ଦେବାକୁ ହେବକି ପାଞ୍ଚ ବର୍ଷ ପୂର୍ବେ ଏହି ରାଶିକୁ ବାହାର କରିଲେ ଆପଣଙ୍କୁ କିଛି ଜୋରିମାନା ଦେବାକୁ ପଡ଼ିବ। ଜଣାଇଦେଉଛୁକି ୨ ବର୍ଷ ସମ୍ପୂର୍ଣ୍ଣ ହେବା ପୂର୍ବରୁ ନିବେଶକୁ ବାହାର କରିଲେ ଜମା ରାଶିର ୧.୫% ଓ ଦୁଇ ବର୍ଷ ପରେ ବାହାର କରିଲେ ଜମା ରାଶିର ୧% ରାଶିକୁ ଜୋରିମାନା ଦେବାକୁ ପଡ଼ିବ।

ଏସସିଏସଏସ ଅନ୍ତର୍ଗତ ନାଗରିକଙ୍କୁ ଏଫଡି ଓ ସେଭିଂ ଖାତା ତୁଳନାରେ ବହୁତ ଅଧିକ ସୁଧର ଦର ଭୁଗତାନ କରାଯାଏ। ଅର୍ଥବର୍ଷ ୨୦୨୧-୨୨ର ପ୍ରଥମ ତିନିମାସ ପାଇଁ ଏହି ଦର ୭.୪% ଅଟେ। ଯେତେବେଳେକି ଅର୍ଥବର୍ଷ ୨୦୧୯-୨୦ର ପ୍ରଥମ ତିନି ମାସ ପାଇଁ ଏହି ସୁଧର ଦର ୮.୭% ମଧ୍ୟ ଥିଲା। ଏହି ସୁଧ ପ୍ରତ୍ୟେକ ତିନି ମାସରେ ନିବେଶ କରୁଥିବା ଖାତାରେ ଜମା କରାଯିବାର ପ୍ରାବଧାନ ଅଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *