ବିଶେଷଜ୍ଞ ଦେଲେ ବଡ ଚେତାବନୀ : ବନ୍ଦ କର ଏଲିଏନ୍ସଙ୍କ ସହିତ କଥାବାର୍ତ୍ତା ନଚେତ ପୃଥିବୀକୁ ଆସିଲେ ତା-ଣ୍ଡ-ବ ରଚିଦେବେ:

ଏଲିଏନ୍ସ ମାନେ ଦ୍ଵିତୀୟ ଗ୍ରହରେ ରହୁଥିବା ଲୋକ। ଏଲିଏନ୍ସଙ୍କ ବିଷୟରେ ବହୁତ ପ୍ରକାରର କଥା ଆସିଥାଏ। ତାଙ୍କ ସହ ଜଡିତ କେତେକ ଫୋଟୋ ଓ କେତେକ ଖବର ସାମ୍ନାକୁ ଆସିଥାଏ। କିନ୍ତୁ ଏବେପର୍ଯ୍ୟନ୍ତ ସେମାନଙ୍କ ବିଷୟରେ କୌଣସି ଠୋସ ଖବର ନାହିଁ। ବହୁତ ବର୍ଷ ହେବ ବୈଜ୍ଞାନିକ ମାନେ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଏଯାବତ ତାଙ୍କୁ କୌଣସି ସଫଳତା ମିଳୁନାହିଁ। ଏବେଏବେ ଜଣେ ପ୍ରସିଦ୍ଧ ଭୌତିକ ବିଜ୍ଞାନୀ ବୈଜ୍ଞାନିକ ମାନଙ୍କୁ ଚେତାବନୀ ଦେଇଛନ୍ତି କି, ଏଲିଏନ୍ସଙ୍କ ସହିତ ଯୋଗାଯୋଗ କରିବା ବନ୍ଦ କରିଦିଅ ନଚେତ ସେମାନେ ପୃଥିବୀକୁ ଆସିଲେ ସବୁ ଧ୍ୱଂସ କରିଦେବେ।

ୱାଶିଂଟନ ପୋଷ୍ଟକୁ ଦେଇଥିବା ନିଜର ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ଫିଜିସିଷ୍ଟ ମାର୍କ ବୁଚାନାନ କହିଥିଲେ କି, ବିଗତ ଦିନରେ କେତେକ ନାଭି ଅଫିସର୍ସ UFO ଦେଖିବାର ଦାବି କରିଛନ୍ତି। କିଛିଲୋକ ମଧ୍ୟ ଏଲିଏନ୍ସ ଦେଖିବାର ଦାବି କରିଛନ୍ତି ଓ ଏପର୍ଯ୍ୟନ୍ତ କୋୖଣସି ଡ଼ାଇରେକ୍ଟ ଯୋଗାଯୋଗ ଏଲିଏନ୍ସଙ୍କ ସହିତ କରାଯାଇ ପାରିନାହିଁ। ଯଦି ଏମିତି ହୁଏ ତାହେଲେ ଏହା ମାନବ ଜାତି ପାଇଁ ଶେଷଦିନ ହୋଇପାରେ।

ସେ ଚେତାବନୀ ଦେଇଛନ୍ତି ଯଦି ମାନବକୁ ବଞ୍ଚି ରହିବା ଆବଶ୍ୟକ ତାହେଲେ ଏବେଠାରୁ ଏଲିଏନ୍ସଙ୍କ ସହିତ ସମ୍ପର୍କ କରିବା ବନ୍ଦ କରିଦିଅନ୍ତୁ। ନିଜ କଥାକୁ ସାମ୍ନାରେ ରଖି ସେ କହିଥିଲେ, ଯେତେବେଳେ କ୍ରିଷ୍ଟଫର କଲମ୍ବସ ଉତ୍ତର ଆମେରିକା ଯାଇଥିଲେ ସେଗେବେଳେ ସେ କେତେକ ଜନଜାତି ନଷ୍ଟ ହୋଇଯାଇଥିବାର ଦେଖିଥିଲେ। ଏହିପରି ଯଦି ଏଲିଏନ୍ସ ପୃଥିବୀକୁ ଆସନ୍ତି ତାହେଲେ ବିଭିନ୍ନ ପ୍ରକାରର ଘଟଣା ଘଟିପାରେ ଓ ମାନବ ପାଇଁ ମଧ୍ୟ ଏହା ବିପଦ ଅଟେ।

ମଣିଷ ଠାରୁ ପ୍ରଥମେ ଏଲିଏନ୍ସ ଅଟନ୍ତି:-

ମାର୍କ କହିଥିଲେ, ଯଦି ଏଲିଏନ୍ସ ଅନ୍ୟ ଗ୍ରହରେ ରହିଛନ୍ତି ତାହେଲେ ସେମାନେ ମଣିଷ ଠାରୁ ପ୍ରଥମ ଅଟନ୍ତି। ଯଦି ଏଲିଏନ୍ସ ଆସନ୍ତି ତାହେଲେ ପୃଥିବୀରେ ଭୟାବହ ଜାତ କରିପାରନ୍ତି। ହୋଇପାରେ ତାଙ୍କ ପାଖରେ କିଛି ଏମିତି ହତିଆର ରହିଛି ଯାହାକି ମାନବକୁ ଶେଷ କରିଦେବ। ମାର୍କଙ୍କ ଏହିକଥାକୁ ଆମେରିକାର ଆସ୍ତ୍ରବୟୋଲୋଜିଷ୍ଟ ମଧ୍ୟ ମାନିଛନ୍ତି। ସେ କହିଛନ୍ତି, ଏଲିଏନଙ୍କ ପାଇଁ ପୃଥିବୀକୁ କ୍ଷତି ପହଞ୍ଚିପାରେ ଏଥିପାଇଁ କିଛି ନକରିବା ଆବଶ୍ୟକ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *