କରୋନା ଛଡ଼ାଇନେଲା ବାପା-ମାଆଙ୍କୁ, ଦେଢ଼ ମାସର ଭାଇକୁ ସମ୍ଭାଳୁଛି ୮ବର୍ଷର ଭଉଣୀ

କୁନି କାନ୍ଧରେ ହେଲା ବଡ ଦାୟିତ୍ବ। କରୋନା ଯୋଗୁଁ ୧୫ ଦିନ ମଧ୍ୟରେ ବାପାମାଆ ଚାଲିଗଲେ। ବର୍ତ୍ତମାନ ଦେଢ଼ ମାସର ଭାଇର ଦାୟିତ୍ବ ୮ ବର୍ଷର ଭଉଣୀ ଉପରେ। ବାଲେଶ୍ବର ଜିଲ୍ଲା ଭୋଗରାଇ ନିମାତପୁର ଗାଁର କ୍ରିଷ୍ଣା ସାନଭାଇର ଦାୟିତ୍ବ ନେବା ପାଇଁ କେବଳ ୧୫ ମଧ୍ୟରେ ପ୍ରସ୍ତୁତ ହୋଇଯାଇଛି। ଅଳ୍ପ ବୟସରେ ସେ ଦେଖିଛିସାନ ଭାଇକୁ ବଡ କରିବାକୁ ଅସୁମାରୀ ସ୍ବପ୍ନ । ତୁନି ହଅ, ଆଉ କାନ୍ଦନା, ତୋ ଲୁହ ପୋଛିବାକୁ ପରା ମୁଁ ଅଛି। ତୋ ଅଳି ଶୁଣିବି, ତତେ ଗେଲ କରି ଖୁଆଇ ମଧ୍ୟ ଦେବି, ଅବୁଝା ହେଲେ ଦୋଳିରେ ଝୁଲେଇ ଦେବି। ବାପା ମାଆ ସିନା ଆମକୁ ପର କରି ଚାଲିଗଲେ, ହେଲେ ମୁଁ ତତେ ସ୍ନେହ ମମତା ଦେବୀ ସେଥିରେ କେବେ ଉଣା କରିବିନି।

ଦେଢ ମାସର କୁନି ଭାଇକୁ ଏମିତି କହୁଛି ଭଉଣୀ। କରୋନା ଛଡ଼ାଇ ନେଇଛି ବାପା ମାଆଙ୍କୁ। ଆଉ ସାନ ଭାଇ ପାଇଁ ବର୍ତ୍ତମାନ ୮ବର୍ଷର ଭଉଣୀ ମାଆ ହେଇଯାଇଛି। ଦୁନିଆ ଦେଖିବା ଆଗରୁ ଦୁଃଖକୁ ଅଙ୍ଗେ ନିଭାଉଛି। ଜୀବନ କଣ ଜାଣିବା ପୂର୍ବରୁ ମୃତ୍ୟୁର ଯାତନା ଭୋଗୁଛି । ବାଲେଶ୍ବର ଭୋଗରାଇ ନିମାତପୁର ଗାଁର ଏହି କାହାଣୀ ଆପଣଙ୍କୁ କନ୍ଦାଇଦେବ। ୧୫ ଦିନ ପୂର୍ବରୁ କୁନି ଝିଅ କ୍ରିଷ୍ଣା ବଡ଼ ହେଇଯାଇଛି। କରୋନା ମହାମାରୀ ବାପା-ମାଆଙ୍କୁ ଛଡାଇନେଲା। ବର୍ତ୍ତମାନ କ୍ରିଷ୍ଣା କୋଳରେ କୁନି ଭାଇ। ଜୀବନ କଣ ଜାଣିବା ଆଗରୁ ଭାଇ ପାଇଁ କୁନି ଆଖିରେ ଦେଖୁଛି ଆଖିଏ ସ୍ବପ୍ନ।

Google

ବାପା ମାଆ ଉଭୟ କରୋନା ଯୋଦ୍ଧା ଥିଲେ। ମାଆ ସ୍ମିତା ପଣ୍ଡା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ନର୍ସ ଭାବରେ କାମ କରୁଥିଲେ। ବାପା କମଳେଶ ପୂର୍ବତଟ ରେଳବାଇ ଭୁବନେଶ୍ଵରରେ କାମ କରୁଥିଲେ। ନୂଆ ଅତିଥି ଅପେକ୍ଷାରେ ସାରା ପରିବାରରେ ଉତ୍ସାହ ଥିଲା। କିନ୍ତୁ କରୋନା କାଳ ହୋଇ ଆସିଥିଲା। ସ୍ମିତା ପ୍ରସବର କିଛି ଦିନ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ଅବସ୍ଥାରେ ତାଙ୍କ ପୁଅ ଜନ୍ମ ହୋଇଥିଲା। ଆଉ ୭ଦିନ ପରେ ସ୍ମିତାଙ୍କର ମୃତ୍ୟୁ ହୋଇଥିଲା। କମଳେଶ ମଧ୍ୟ ମାତ୍ର ୧୪ ଦିନ ପରେ ଦୁଇ ଛୁଆଙ୍କୁ ଅନାଥ କରି ଚାଲିଗଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *