WTC ଫାଇନାଲ: ନ୍ୟୁଜିଲାଣ୍ଡ ଦଳ ଦେଲା ଭାରତକୁ ଶକ୍ତ ଝଟକା, ହେଲା ବଡ଼ କ୍ଷତି

ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଭାରତୀୟ ଟିମକୁ ଟେଷ୍ଟ ରାଙ୍କିଙ୍ଗ ନମ୍ବର୍ 1 ରୁ ହଟାଇଦେଇଛି। ନ୍ୟୁଜିଲାଣ୍ଡ ଦଳ ରବିବାର ଦିନ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ବିଜୟ ହାସଲ କରି ରାଙ୍କିଙ୍ଗରେ ଏକ ନମ୍ବର୍ ସ୍ଥାନରେ ପହଞ୍ଚିଯାଇଛି। ସେ ଦୁଇଟି ମ୍ୟାଚର ସିରିଜରେ ଇଂଲଣ୍ଡକୁ 1-0 ରେ ହରାଇ ଦେଇଛି।

ସିରିଜ ଆରମ୍ଭ ହେବାପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଦ୍ଵିତୀୟ ସ୍ଥାନରେ ଥିଲା। କିନ୍ତୁ ଏହି ବିଜୟ ପରେ ଦଳକୁ 3 ପଏଣ୍ଟର ଫାଇଦା ହୋଇଥିଲା ଓ ଦଳ ସିଧା ଶୀର୍ଷ ସ୍ଥାନ ଅକ୍ତିଆର କରିଥିଲା। ନ୍ୟୁଜିଲାଣ୍ଡ 123 ପଏଣ୍ଟ ସହ 1 ନମ୍ବର୍ ଓ ଭାରତ 121 ପଏଣ୍ଟ ସହିତ ଦ୍ଵିତୀୟ ସ୍ଥାନରେ ରହିଛି। 108 ରେଟିଂ ସହିତ ଅଷ୍ଟ୍ରେଲିଆ ତୃତୀୟରେ ଥିବାବେଳେ 107 ପଏଣ୍ଟ ସହିତ ଇଂଲଣ୍ଡ ଚତୁର୍ଥରେ ରହିଛି।

22 ବର୍ଷ ପରେ ଇଂଲଣ୍ଡରେ ସିରିଜ ବିଜୟ:

ନ୍ୟୁଜିଲାଣ୍ଡ କୁ ଇଂଲଣ୍ଡରେ ଟେଷ୍ଟ ସିରିଜ ବିଜୟ ପାଇଁ 22 ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଏହାପୂର୍ବରୁ ଶେଷ ଚାରୋଟି ସିରିଜରୁ ତିନୋଟିରେ ହାରିଥିଲା। ଯେବେକି ଗୋଟିଏ ସିରିଜ ଡ୍ର ଥିଲା। ନ୍ୟୁଜିଲାଣ୍ଡ ଟିମ ପ୍ରଥମଥର ପାଇଁ ଇଂଲଣ୍ଡରେ 1999 ମସିହାରେ ସିରିଜ ଜିତିଥିଲା।

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିୟାନସିପ ଫାଇନାଲ ଜୁନ 18 ରୁ 22 ତାରିଖ ପର୍ଯ୍ୟନ୍ତ ଖେଳାଯିବ। ନ୍ୟୁଜିଲାଣ୍ଡର ଇଂଲଣ୍ଡ ବିପକ୍ଷରେ ସିରିଜ ବିଜୟ ପରେ ଦଳ ମନୋବୈଜ୍ଞାନିକ ଭାବରେ ଭାରତ ଠାରୁ ଆଗରେ ରହିଛି। ନ୍ୟୁଜିଲାଣ୍ଡ ଦଳ ସମ୍ପୂର୍ଣ୍ଣ ସିରିଜରେ ଇଂଲଣ୍ଡ ବିପକ୍ଷରେ ଭଲ ପ୍ରଦର୍ଶନ କରିଥିଲା।

ଆଇସିସି ର ବାର୍ଷିକ ଅପଡେଟରେ 1 ନମ୍ବର୍ ଥିଲା ଟିମ ଇଣ୍ଡିଆ:-

ମେ ମାସରେ ଜାରି ହୋଇଥିବା ଆଇସିସିର ବାର୍ଷିକ ଅପଡେଟରେ ଟିମ ଇଣ୍ଡିଆ ପ୍ରଥମ ସ୍ଥାନରେ ରହିଥିଲା। ଭାରତର 121 ପଏଣ୍ଟ ଥିବାବେଳେ ନ୍ୟୁଜିଲାଣ୍ଡର 120 ପଏଣ୍ଟ ଥିଲା। ଏହାମଧ୍ୟରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହିଁ 2-1 ରେ ସିରିଜ ହରାଇଥିଲା ଓ ଇଂଲଣ୍ଡକୁ ଘରୋଇ ସିରିଜରେ 3-1 ରେ ମାତ ଦେଇଥିଲା।

ଅନ୍ୟପଟରେ ନ୍ୟୁଜିଲାଣ୍ଡ ୱେଷ୍ଟଇଣ୍ଡିଜ ଓ ପାକିସ୍ତାନ ବିପକ୍ଷରେ 2-0 ରେ ସିରିଜ ଜିତିଥିଲା। ବାର୍ଷିକ ଅପଡେଟରେ ମେ ମାସ 2020 ରୁ ଖେଳାଯାଇଥିବା ସମସ୍ତ ମ୍ୟାଚର ଅଙ୍କକୁ 100 ପ୍ରତିଶତ ରଖାଯାଇଥିଲା । ବିଗତ ଦୁଇବର୍ଷରେ ଏହାକୁ 50 ପ୍ରତିଶତ କରାଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *