ଦୁନିଆର ସବୁଠାରୁ ବଡ଼ ପରିବାରର ମୁଖିଆଙ୍କ ମୃ-ତ୍ୟୁ, ଏହି ବ୍ୟକ୍ତିଙ୍କର ଥିଲେ ୩୮ ସ୍ତ୍ରୀ ଏବଂ ୮୯ ପିଲା

ମିଜୋରାମର ରାଜଧାନୀ ଆଇଜୋଲ ପାଖରେ ବଖତୱାଙ୍ଗ ଗ୍ରାମରେ ରହୁଥିବା ଦୁନିଆର ସବୁଠାରୁ ବଡ଼ ପରିବାରର ମୁଖିଆ ଜିଓନା ଚାନାଙ୍କର ଆଜି ମୃ-ତ୍ୟୁ ଘଟିଛି | ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା ଟ୍ୱିଟ କରି ୭୬ ବର୍ଷିୟ ଜିଓନା ଚାନାଙ୍କ ମୃ-ତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି | ମୁଖ୍ୟମନ୍ତ୍ରୀ ଜୋରାମଥଙ୍ଗା କହିଛନ୍ତି ଯେ ଜିଓନା ଚାନାଙ୍କ ବଡ ପରିବାର ହେତୁ ମିଜୋରାମର ବଖଟୱାଙ୍ଗ ଗାଁ ପର୍ଯ୍ୟଟକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଛନ୍ତି |

ମୁଦ୍ରାସ୍ଫୀତି ସମୟରେ ଯେତେବେଳେ ଚାରି କିମ୍ବା ପାଞ୍ଚଜଣ ସଦସ୍ୟଙ୍କ ପରିବାର ପ୍ରତିପୋଷଣ ବଡ଼ କଷ୍ଟରେ ଚାଲୁଛି, କିନ୍ତୁ ଜିଓନା ଚାନା ବଖଟୱାଙ୍ଗ ଗାଁର ଏକ ବଡ଼ ୧୦୦ ରୁମ ବିଶିଷ୍ଟ ଘରେ ୩୮ ସ୍ତ୍ରୀ, ୮୯ ପିଲା, ୧୪ ବୋହୂ ଏବଂ ୩୩ ନାତି-ନାତୁଣୀଙ୍କ ସହ ରହୁଥିଲେ |

ଜିଓନା ଚାନା ବୃତ୍ତିରେ ଜଣେ ବଢ଼େଇ ଥିଲେ | ସେହିପରି ଏହି ବଡ଼ ପରିବାରର ମହିଳାମାନେ ଚାଷ କାର୍ଯ୍ୟ କରନ୍ତି ଏବଂ ଘର ଚଳାଇବାରେ ସହଯୋଗ କରନ୍ତି | ଚାନାଙ୍କ ବଡ ସ୍ତ୍ରୀ ଘରର ସମସ୍ତ ସଦସ୍ୟଙ୍କ କାର୍ଯ୍ୟ ବଣ୍ଟନ କରିବା ସହିତ ସବୁ କାମ ଉପରେ ନଜର ରଖନ୍ତି |

ଗୋଟିଏ ସାଧାରଣ ପରିବାରରେ ଯେତେ ରାସନ ଦୁଇମାସ ଧରି ଚାଲିଥାଏ, ଏହି ପରିବାରର ଭୋକ ମେଣ୍ଟାଇବା ପାଇଁ ପ୍ରତିଦିନ ସେତିକି ରାସନ ଖର୍ଚ୍ଚ ହୋଇଥାଏ | ଏଠାରେ ଗୋଟିଏ ଦିନରେ ୪୫ କିଲୋଗ୍ରାମରୁ ଅଧିକ ଚାଉଳ, ୩୦-୪୦ କୁକୁଡ଼ା, ୨୫ କିଲୋଗ୍ରାମ ଡାଲି, ଅନେକ ଅଣ୍ଡା, ୬୦ କିଲୋଗ୍ରାମ ପନିପରିବା ଆବଶ୍ୟକ ହୋଇଥାଏ | ଏହା ବ୍ୟତୀତ ଏହି ପରିବାରରେ ପ୍ରାୟ ୨୦ କିଲୋଗ୍ରାମ ଫଳ ମଧ୍ୟ ପ୍ରତିଦିନ ଖାଇଥାନ୍ତି |

ଦୁନିଆର ସବୁଠୁ ବଡ ପରିବାରର ସଦସ୍ୟଙ୍କ ନାମ, ତାଙ୍କ ଜନ୍ମଦିନ ଏବଂ ତାର ଅନ୍ୟାନ୍ୟ କାର୍ଯ୍ୟକଳାପ ଉପରେ ନଜର ରଖିବା କେତେ କଷ୍ଟକର ହୋଇଥାଏ | ଏହି ବିଷୟରେ ଚାନାଙ୍କ ସବୁଠାରୁ ବଡ ପୁଅ ନୁନପର୍ଲିଆନା କହିଛନ୍ତି ଯେ ପରିବାରର ସମସ୍ତ ସଦସ୍ୟଙ୍କ ନାମ ମନେ ରଖିବା କଷ୍ଟକର ନୁହେଁ | ଲୋକମାନେ ନିଜର ଅନେକ ସାଙ୍ଗସାଥୀଙ୍କ ନାମ ମଧ୍ୟ ମନେ ରଖିଥାନ୍ତି, ଆମେ ସେହିପରି ଆମର ଭାଇ ଓ ଭଉଣୀମାନଙ୍କ ନାମ ଏବଂ ସେମାନଙ୍କର ପିଲାମାନଙ୍କର ନାମ ମନେ ରଖିଥାଉ | ଆଉ ହଁ, ଜନ୍ମଦିନ ମନେ ରଖିବା କଷ୍ଟକର ହୋଇପଡେ, କିନ୍ତୁ ଯାହାକୁ ବି ହେଲେ ଏହା ମନେ ରହିଯାଏ |

ସେହି ଅଂଚଳରେ ଏହି ପରିବାରର ମଧ୍ୟ ବହୁ ପ୍ରାଧାନ୍ୟ ରହିଛି | ଏକାବେଳେ ଗୋଟିଏ ପରିବାରରେ ଏତେ ସଂଖ୍ୟକ ଭୋଟ ଥିବା କାରଣରୁ ଏହି ଅଞ୍ଚଳର ସମସ୍ତ ନେତା ତଥା ରାଜନୈତିକ ଦଳ ଏହି ପରିବାରକୁ ବହୁତ ଗୁରୁତ୍ୱ ଦିଅନ୍ତି, କାରଣ ସ୍ଥାନୀୟ ନିର୍ବାଚନରେ ଏହି ପରିବାରର ଆଗ୍ରହ ଯେଉଁ ଦଳ ପ୍ରତି ଥିବ, ତାକୁ ଅନେକ ଭୋଟ ମିଳିବା ନିଶ୍ଚିତ ହୋଇଥାଏ |

Leave a Reply

Your email address will not be published. Required fields are marked *