ଏକାବେଳେ ୧୦ଟି ପିଲା ଜନ୍ମ କରିଥିବା ମାଆ ଫେ-ରା-ର, ବାପା ମଧ୍ୟ ପୂର୍ବରୁ ବିବାହିତ,ଜାଣନ୍ତୁ ପୁରା ଘଟଣା

ସାଉଥ ଆଫ୍ରିକାର ଗତ କିଛି ଦିନରେ ଜଣେ ମହିଳା ଦଶଟି ପିଲା ଜନ୍ମ ଦେଇଥିବାର ଖବର ହେଡଲାଇନରେ ରହିଥିଲା | ଗୋସିଆମି ଦାବି କରିଛନ୍ତି ଯେ ସେ ଏହି ପିଲାମାନଙ୍କୁ ନାଚୁରାଲି ଏହି ପିଲାମାନଙ୍କୁ କନସିଭ କରିଥିଲେ ଏବଂ ସେ ସାତ ମାସ ଦୁଇ ଦିନର ଗର୍ଭଧାରଣରେ ସେମାନଙ୍କୁ ଜନ୍ମ ଦେଇଛନ୍ତି | କିନ୍ତୁ ଏହି ଖବର ସାମ୍ନାକୁ ଆସିବା ମାତ୍ରେ, ଏଥିରେ ଗୋଟିଏ ପରେ ଗୋଟିଏ ମୋଡ଼ ଆସିବାକୁ ଲାଗିଲା | ମହିଳାଙ୍କ ଦାବି ପରେ ତାଙ୍କୁ ସାଉଥ ଆଫ୍ରିକା ସରକାର ଖୋଜିବା ଆରମ୍ଭ କରିଥିଲେ, ଯାହାଦ୍ୱାରା ତାଙ୍କ ଦାବିକୁ ଯାଞ୍ଚ କରାଯାଇପାରିବ | କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋସିଆମି ମିଳିନାହାନ୍ତି | ସେ ଗାଏବ ହୋଇସାରିଛନ୍ତି |

ସେହିପରି ବର୍ତ୍ତମାନ ଗୋସିଆମିଙ୍କ ସ୍ୱାମୀ ଟେବୋହୋ ସୋସେଟସିଙ୍କୁ ନେଇ ମଧ୍ୟ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି | ଜଣେ ମହିଳା ଦାବି କରିଛନ୍ତି ଯେ ସେ ତାଙ୍କ ସ୍ୱାମୀ ଅଟନ୍ତି | ମହିଳା ଜଣଙ୍କ ସିବୋଙ୍ଗାଇଲ ଜକ୍ସକେୱାର ବୋଲି ଜଣାପଡିଛି | ସେ କହିଛନ୍ତି ଯେ ଟେବୋହୋ ତାଙ୍କୁ ଧୋକା ଦେଇଛନ୍ତି ଏବଂ ଗୋସିଆମିଙ୍କ ସହ ଥିବା ଦଶଟି ପିଲା ଅବୈଧ ଅଟନ୍ତି | ୪୭ ବର୍ଷୀୟ ସିବାଙ୍ଗିଲ କହିଛନ୍ତି ଯେ ୧୦ ଟି ପିଲାକୁ ଜନ୍ମ ଦେଇଥିବା ଗୋସିଆମି ତାଙ୍କ ସ୍ୱାମୀଙ୍କ ସ୍ତ୍ରୀ ନୁହଁନ୍ତି ବରଂ ଗର୍ଲଫ୍ରେଣ୍ଡ ଅଟନ୍ତି |

ପ୍ରଥମ ସ୍ତ୍ରୀ କଲେ ଅନେକ ଅ-ଭି-ଯୋ-ଗ :-

ଯେତେବେଳେ ଗୋସିୟାମୀଙ୍କର ୧୦ ଟି ପିଲା ହେବାର ଖବର ସାମ୍ନାକୁ ଆସିଲା, ସେତେବେଳେ ସିବାଙ୍ଗିଲ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ପିଲାର ବାପା ହୋଇଛନ୍ତି | ସେ ତାଙ୍କ ସ୍ୱାମୀଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ଏବଂ ସେ ଶୁଣିଥିଲେ ଯେ ତାଙ୍କ ସ୍ୱାମୀର ଗର୍ଲଫ୍ରେଣ୍ଡ ୮ ଟି ପିଲାର ଗର୍ଭବତୀ ଅଛନ୍ତି | କିନ୍ତୁ ସେ ମିଡ଼ିଆ ଦ୍ୱାରା ପ୍ରାୟ ୧୦ ପିଲା ଜନ୍ମ ହୋଇଥିବାର ଜାଣିବାକୁ ପାଇଲେ | ଏହା ପରେ ସିବାଙ୍ଗିଲ ମଧ୍ୟ ତାଙ୍କ ସ୍ୱାମୀଙ୍କୁ ଦେଖା କଲେ | କିନ୍ତୁ ଟେବୋହୋ ତାଙ୍କୁ ସେଠାରୁ ବାହାର କରି ଦେଇଥିଲେ | ଟେବୋହୋଙ୍କ ପ୍ରଥମ ସ୍ତ୍ରୀ ଦାବି କରିଛନ୍ତି ଯେ ୧୦ଟି ପିଲା କାରଣରୁ ମିଳିଥିବା ଚର୍ଚ୍ଚା କାରଣରୁ ତାଙ୍କ ସ୍ୱାମୀଙ୍କ ପରିବାର ସଦସ୍ୟ ମଧ୍ୟ ସିବାଙ୍ଗିଲଙ୍କ ବିରୁଦ୍ଧରେ ଯାଉଛନ୍ତି |

ବର୍ତ୍ତମାନ ଗାଏବ ହୋଇଗଲେ ୧୦ଟି ପିଲାର ମା :-

ଗୋସିଆମି ୧୦ ଟି ପିଲାକୁ ଜନ୍ମ ଦେଇଛନ୍ତି ବୋଲି ଦାବି ତ କରିଛନ୍ତି, କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ହସ୍ପିଟାଲରୁ ଏହାର ସୂଚନା ମିଳିପାରି ନାହିଁ | ଏଠାରେ କୌଣସି ହସ୍ପିଟାଲ ଏଭଳି ଡେ଼ଲିଭଳିକୁ ନିଶ୍ଚିତ କରିନାହିଁ | ସେହିପରି Gauteng’s Department of Social Development ସେହି ମହିଳାଙ୍କୁ ଭେଟିଥିବାର ତ ଦାବି କରିଛି, କିନ୍ତୁ ତାଙ୍କର କେତେ ପିଲା ଜନ୍ମ ହୋଇଛନ୍ତି, ତାହା କହିପାରି ନାହିଁ | ଅନେକ ଟ୍ଵିଷ୍ଟ ଏବଂ ଟଁର୍ସ ସହିତ ଏହି କାହାଣୀରେ ବର୍ତ୍ତମାନ ପର୍ଯ୍ୟନ୍ତ ସସପେନ୍ସ ରହିଛି |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *