ବୈଜ୍ଞାନିକମାନେ ପ୍ରସ୍ତୁତ କଲେ କରୋନା ଆଲାରାମ୍,ରୁମରେ ଗୋଟିଏ ମିନିଟ୍ ମଧ୍ୟରେ ହେବ ସଂକ୍ରମିତଙ୍କ ଚିହ୍ନଟ

ବ୍ରିଟିଶ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ସେମାନେ ଏମିତି ଏକ ସିଲିଂ ମାଉଣ୍ଟେଡ୍ କୋଭିଡ୍ ଆଲାରାମ ବିକଶିତ କରିଛନ୍ତି ଯାହା କୈାଣସି କୋଠରୀରେ ମହଜୁଦ ଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଠିକଣା କେବଳ ୧୫ ମିନିଟରେ ଦେଇପାରିବ|

ଦ ସଣ୍ଡେ ଟାଇମ୍ସର ରିପୋର୍ଟ ଅନୁସାରେ,କରୋନା ସକ୍ରମିତଙ୍କ ତଥ୍ୟ ଦେଉଥିବା ଏହି ଅତ୍ୟଧିକ ସଠିକ ଉପକରଣକୁ ଆସନ୍ତା ସମୟରେ ଵିମାନ କ୍ୟାବିନରେ, ଶ୍ରେଣୀରେ,କେୟାର ସେଣ୍ଟର,ଘର ଓ କାର୍ଯ୍ୟାଳୟରେ ସ୍କ୍ରିନିଙ୍ଗ ପାଇଁ ଏକ ବରଦାନ ସାବ୍ୟସ୍ତ ହେବ|ଏହାର ଆକାର ସ୍ମୋକ୍ ଆଲାର୍ମ ଠାରୁ ଟିକେ ବଡ ହେବ|

ଲଣ୍ଡନ ସ୍କୁଲ ଅଫ ହାଇଜିନ ଏଣ୍ଡ ଟ୍ରପିକାଲ ମେଡିସିନ ଓ ଡରହମ ୟୁନିଭରସିଟିର ବୈଜ୍ଞାନିକଙ୍କ ଦ୍ବାରା ଏହା ଉପରେ କରାଯାଇଥିବା ରିସର୍ଚ୍ଚର ପ୍ରାରମ୍ଭିକ ପର୍ଯ୍ୟାୟ ଆଶାଜନକ ରହିଛି|

ବୈଜ୍ଞାନିକମାନେ ଟେଷ୍ଟିଙ୍ଗ ସମୟରେ ଦେଖିଛନ୍ତି ଯେ ଉପକରଣର ସଠିକତା ସ୍ତର ୯୮-୧୦୦% କାର୍ଯ୍ୟକ୍ଷମ|ଏହା ପିସିଆର ଲ୍ୟାବ ଆଧାରିତ କୋଭିଡ୍ -୧୯ ପରୀକ୍ଷଣ ଓ ଆଣ୍ଟିଜେନ ଟେଷ୍ଟ କିଟ ତୁଳନାରେ ଅଧିକ ସଠିକ ତଥ୍ୟ କରୋନା ସଂକ୍ରମିତ ସମ୍ବନ୍ଧରେ ଦେଇଥାଏ|

ଗବେଷକମାନେ କହିଛନ୍ତି ଯେ ଏହା ଏବେ ପ୍ରାରମ୍ଭିକ ପର୍ଯ୍ୟାୟ ଅଟେ|ତାଙ୍କର ଅଧ୍ୟୟନକୁ ଏକ ପେପରରେ ପ୍ରକାଶିତ କରାଯାଇଛି,ଯାହାର ଏବେ ସମୀକ୍ଷା ଆବଶ୍ୟକ|

ଫେବ୍ରିଜସେୟାର ଫର୍ମ ରୋବୋ ସାଇଣ୍ଟିଫିକ୍ ଦ୍ଵାରା ନିର୍ମିତ ଏହି ସେନ୍ସର ତ୍ୱଚା ଦ୍ୱାରା ଉତ୍ପାଦିତ ରସାୟନକୁ ମାଧ୍ୟମରେ ସଂକ୍ରମିତଙ୍କୁ ନିରୂପଣ କରିଥାଏ|କରୋନା ଭାଇରସ ଫଳରେ ସଂକ୍ରମିତ ଲୋକଙ୍କ ନିଃଶ୍ୱାସରେ ମହଜୁଦ ରସାୟନକୁ ଯାଞ୍ଚ କରି ଏହା ନିରୂପଣ ହୋଇଛି|

ଏହି ସେନ୍ସର ବାଷ୍ପଶୀଳ କାର୍ବୋନିକ ଯୈଗିକ ମାନବ ନାକରେ ଶୁଙ୍ଘିବା ପାଇଁ ବହୁତ ସୁକ୍ଷ୍ମ ଗନ୍ଧ ଉତ୍ପାନ୍ନ କରେ|କୋଭିଡ୍ ୧୯ ଗବେଷକ ଦଳ ଏକ ଅଧ୍ୟୟନରେ ପାଇଛନ୍ତି ଯେ କୁକୁର ମାନଙ୍କ ଦ୍ଵାରା ଏହାର ନିରୂପଣ ହୋଇପାରେ,କିନ୍ତୁ ଏହି ଆଲାରାମ ଅଧିକ ସଠିକ ଓ ବ୍ୟବହାରକାରୀ ହେବ|

ସଣ୍ଡେ ଟାଇମ୍ସ କହିଛନ୍ତି ଯେ ଡିଟେକ୍ଟର କୋଭିଡ୍-୧୯ ସଂକ୍ରମିତଙ୍କୁ ନିରୂପଣ କରିପାରିବ,ଯଦିଓ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଲକ୍ଷ୍ୟଣ ନ ଦେଖାଯାଇପାରେ,କିନ୍ତୁ ମେସିନ ନିଜ କାମ ପ୍ରଭାବୀ ଢଙ୍ଗରେ କରେ|

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବ

Leave a Reply

Your email address will not be published. Required fields are marked *