ସାରା ରାଜ୍ୟରେ ପାଗ ମେଘୁଆ ରହିବ; ଆଜି ୮ ଜିଲ୍ଲା ଓ କାଲିଠୁ ୧୩ ଜିଲ୍ଲାରେ ପ୍ରବଳ ବର୍ଷିଵ

ଦକ୍ଷିଣ ପଶ୍ଚିମ ମୌସୁମୀ ସମଗ୍ର ରାଜ୍ୟକୁ ଛୁଇଁଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗ ଆଡ଼କୁ ଅତିକ୍ରମ କରି ପଶ୍ଚିମବଙ୍ଗ,ଛତିଶଗଡ ଓ ଝାଡଖଣ୍ଡ ଆଡେ ଯାଉଛି। ଲଘୁଚାପ ପ୍ରଭାବରେ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ସୁନ୍ଦରଗଡ ଜିଲ୍ଲା,ଝାରସୁଗୁଡା ଜିଲ୍ଲା,ବରଗଡ ଜିଲ୍ଲା,ସମ୍ବଲପୁର ଜିଲ୍ଲା,ଦେବଗଡ ଜିଲ୍ଲା,ଅନୁଗୁଳ ଜିଲ୍ଲା,କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ହେବ।

ମାଲକାନଗିରି ଜିଲ୍ଲା,କୋରାପୁଟ ଜିଲ୍ଲା,ନବରଙ୍ଗପୁର ଜିଲ୍ଲା,କଳାହାଣ୍ଡି ଜିଲ୍ଲା,ଢେଙ୍କାନାଳ ଜିଲ୍ଲା,ଯାଜପୁର ଜିଲ୍ଲା, କଟକ ଜିଲ୍ଲା,ଭଦ୍ରକ ଜିଲ୍ଲା,ବାଲେଶ୍ବର ଜିଲ୍ଲା,କେନ୍ଦ୍ରାପଡା ଜିଲ୍ଲା,ଜଗତସିଂହପୁର ଜିଲ୍ଲା,ଖୋର୍ଦ୍ଧା ଜିଲ୍ଲା ଓ ପୁରୀ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ବର୍ଷା ପାଇଁ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଆଉ ସେହିପରି ଆସନ୍ତାକାଲିଠାରୁ ୧୩ଟି ଜିଲ୍ଲାରେ ପ୍ରବଳ ମାତ୍ରାରେ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୬ ତାରିଖରେ ୬ଟି ଜିଲ୍ଲାକୁ ସତର୍କତା ରହିବା ପାଇଁ ପାଣିପାଗ କେନ୍ଦ୍ର ସୂଚନା ଦେଇଛନ୍ତି। ବର୍ଷା ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ରହିବ । ଆଉ ବେଳେବେଳେ ପବନର ବେଗ ୬୦ କିଲୋମିଟର ଛୁଇଁପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଉପକୂଳ ଓଡ଼ିଶାରେ ପବନର ବେଗ ଅଧିକ ରହିବା ସମୟରେ ସମୁଦ୍ର ଅଶାନ୍ତ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *