ଭାଇରାଲ: କିଛି ସେକେଣ୍ଡରେ ମାଟି ଭିତରେ ପଶିଗଲା କାର,ଯଦି ବିଶ୍ବାସ ହେଉନାହିଁ ତେବେ ଦେଖନ୍ତୁ ଏହି ଭିଡିଓ

ଅନେକ ଥର ଏପରି ଘଟଣା ଘଟିଯାଏ, ଯାହା ବିଷୟରେ ଆମେ କଳ୍ପନା କରିପାରୁ ନାହିଁ। ଏହା ଏତେ ଭୟାନକ ହୋଇଥାଏକି ଏମିତି ଲାଗେକି ପ୍ରକୃତିର ପ୍ରକୋପ ପଡିଛି। ନିକଟରେ ଏମିତି ଏକ ଭିଡିଓ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ ଦେଖିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଆମେ ସମସ୍ତେ ଜାଣିଛନ୍ତି କି ମୁମ୍ବାଇରେ ବର୍ଷା ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିଦିଏ। ଏଥିସହ ଜଡିତ ଏକ ଆଶ୍ଚର୍ଯ୍ୟକର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ଭିଡିଓରେ ଏକ କାର ପାର୍କିଂରେ ଛିଡା ହୋଇଥିଲା ଓ ଦେଖୁ ଦେଖୁ କାରଟି ମାଟି ଭିତରକୁ ଚାଲିଯାଉଛି । ଭିଡିଓରେ ଦେଖି ଏମିତି ଲାଗୁଛିକି ମାଟି କାରକୁ ଖାଇଯାଉଛି। ଏହି ହୃଦୟସ୍ପର୍ଶୀ ଭିଡିଓ ମୁମ୍ବାଇରୁ ସାମ୍ନାକୁ ଆସିଛି। ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଦେଖନ୍ତୁ ଏହି ଭିଡିଓ:-

ଭିଡିଓରେ ଆପଣ ଦେଖିପାରିବେକି ଏକ କାର ମାଟି ଉପରେ ଛିଡା ହୋଇଛି ଓ ସାମ୍ନାରେ ଏକ ଗାତ ଅଛି। ଯିଏକି ଧୀରେ ଧୀରେ ନିଜ ପାଖରେ ଛିଡା ହୋଇଥିବା କାରକୁ ଖାଇବା ଆରମ୍ଭ କରୁଛି। ଦେଖୁ ଦେଖୁ କାରଟି ମାଟି ଭିତରକୁ ଚାଲି ଯାଉଛି । ଏହି ଆଶ୍ଚର୍ଯ୍ୟକର ଭିଡିଓକୁ ଇନଷ୍ଟାଗ୍ରାମରେ gauravagrrawal ସେୟାର କରିଛନ୍ତି। ଏହା ସହିତ ଏହି ଭିଡିଓକୁ ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ସେୟାର କରାଯାଉଛି।

ସୋସିଆଲ ମିଡିଆରେ ଏହି ଭିଡିଓ ତୀବ୍ର ଭାବରେ ଭାଇରାଲ ହେଉଅଛି। ଯେଉଁ କାରଣରୁ ଅନେକ ୟୁଜର୍ସ ଏହି ଭିଡିଓ ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର କହିଲେକି ଏହି ଦୃଶ୍ୟ ବହୁତ ଭୟାନକ ଅଟେ। ଦ୍ଵିତୀୟ ୟୁଜର ଲେଖିଲେକି ଏହା ସବୁଠୁ ଆଶ୍ଚର୍ଯ୍ୟକର ଦୃଶ୍ୟ ଅଟେ ଯାହାକି ମୁଁ ଏହିବର୍ଷ ଦେଖିଲି। ଏହା ବ୍ଯତୀତ ଅନ୍ୟ ୟୁଜର୍ସମାନେ ଏହି ଭିଡିଓରେ ନିଜ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Leave a Reply

Your email address will not be published. Required fields are marked *