ଟ୍ରେନରେ ସିଟ ପାଇବାପାଇଁ ଯୁବକ ଜଣକ କଲେ ଏମିତି କାରନାମା,ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡ଼ିଓ

ସାଧାରଣତଃ ଭାରତରେ ଲୋକମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାପାଇଁ କୌଣସି ଟ୍ରାନ୍ସପୋର୍ଟର ବ୍ୟବହାର କରିଥାନ୍ତି। କିନ୍ତୁ ଏହା ସମସ୍ତଙ୍କୁ ଅଛପା ଯେ ଲୋକମାନେ ଅଧିକତର ସମୟ ଯାନବାହନରେ ଛିଡ଼ା ହୋଇ ଯାତ୍ରା କରିଥାନ୍ତି। ଏମିତିରେ କେତେଥର ଲୋକମାନେ ସିଟ ହାସଲ କରିବାପାଇଁ ଏମିତି ଛଳନା କରିଦେଇଥାନ୍ତି ଯାହାକି ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଏହିଦିନରେ ଏହିପରି ଏକ ଘଟଣା ଭାଇରାଲ ହୋଇ ସାମ୍ନାକୁ ଆସିଛି ଭିଡ଼ିଓଟିରେ ଯୁବକଟି ସିଟ ପାଇବାପାଇଁ ଏମିତି କାରନାମା କରିଛି ଯାହାକି ସମସ୍ତଙ୍କୁ ଚକିତ କରିଦେଉଛି।

ଏବେ ଏହି ଘଟଣାର ଭିଡ଼ିଓ ବହୁତ ଜୋରରେ ଭାଇରାଲ ହେଉଛି। ଭିଡ଼ିଓରେ ଦେଖିବାକୁ ମିଳିବ କି, ଯୁବକଟି ମେଟ୍ରୋରେ ଏକ ଖମ୍ବକୁ ଅଟକି ଛିଡା ହୋଇଛି। କିନ୍ତୁ ଅଚାନକ ସେ ବହୁତ ଜୋରରେ କମ୍ପନ କରୁଛି। ଯୁବକଙ୍କୁ ଏହିପରି ହେବାର ଦେଖି ସିଟରେ ବସିଥିବା କିଛି ମହିଳା ଉଠିଯାଉଛନ୍ତି। ଏହାପରେ ଯୁବକଟି ଏହି ସିଟରେ ମଜାରେ ବସିଯାଉଛି। କେତେକ ପାସେଞ୍ଜର ଏଥିପାଇଁ ସିଟ ଖାଲି କରିଦେଉଥିଲେ କାରଣ ତାଙ୍କୁ ଲାଗୁଥିଲା କି, ଯୁବକ ଜଣକ ଅବସ୍ଥା ଠିକନାହିଁ।

ଦେଖନ୍ତୁ ଭିଡ଼ିଓ:-

ସୋସିଆଲ ମିଡିଆରେ ଯେମିତି ଭିଡ଼ିଓକୁ ଶେୟର କରାଯାଇଥିଲା ସେହିପରି ଭାବରେ ଲୋକମାନେ ଏଥିରେ ନିଜର ମଜାଦାର ରିଆକ୍ସନ ଦେଇଥିଲେ। ଜଣେ ୟୁଜର ଲେଖିଥିଲେ ଯଦି ଭଦ୍ରାମିର ସହିତ କାହାକୁ ସିଟ ମଗାଯାଏ ଓ ସେ ନଦିଏ ତାହେଲେ ଏହିପରି ହରକତ ଶେଷରେ କରିବାକୁ ପଡିଥାଏ। ଆଉଜଣେ ୟୁଜର୍ସ ଲେଖିଥିଲେ, ସତରେ ସିଟ ପାଇବାର ଏହାଠାରୁ ଭଲ ଉପାୟ ବୋଧହୁଏ ନଥିବ। ଏହାବ୍ୟତୀତ ଏଥିରେ ବହୁତ ଲୋକ ମଜାଦାର ଟ୍ୱିଟ କରିଥିଲେ।

ଏହି ଭିଡ଼ିଓକୁ ରିଜୱାନ ନାମକ ଏକ ୟୁଜର ନିଜର ଫେସବୁକ ପେଜ ରେ ଏହାକୁ ଶେୟର କରିଥିଲେ। ଏହି ଭିଡ଼ିଓର କ୍ୟାପ୍ସନରେ ଲେଖାଥିଲା ଭାରି ମେଟ୍ରୋରେ ସିଟ ପାଇବାପାଇଁ ଯୁବକ ଜଣକ ଲଗାଇଲେ ଅଦ୍ଭୁତ ଯୁଗାଡ଼। ଯେବେଠାରୁ ଏହି ଭିଡ଼ିଓ ଶେୟର କରାଯାଇଛି ସେବେଠାରୁ ଲୋକମାନେ ଜମକରି ଏହାକୁ ଶେୟର କରୁଛନ୍ତି। ଖବର ଲେଖାଯିବା ପୂର୍ବରୁ ଏହାକୁ 150 ରୁ ଅଧିକ ବାର ଦେଖାଯାଇସାରିଛି ଓ 20ଟି ଲାଇକ୍ସ ମଧ୍ୟ ଏହାକୁ ମିଳିସାରିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *