ରଜ କୁଇନ ଜଜଙ୍କ ଉପରେ ବର୍ଷିଲେ ରାନୀ ପଣ୍ଡା,କହିଲେ କୁକୁର ଲଗେଇକି ଏ ଜଜମାନଙ୍କ ମୁହଁରେ…..

ରାଜ୍ୟରେ ଟିଭିରେ ପ୍ରସାରିତ ହେଉଥିବା ରିୟଲିଟି ସୋ ରଜ କୁଇନକୁ ନେଇ ବର୍ତ୍ତମାନ ଜୋରଦାର ବିବାଦ ଦେଖାଦେଇଛି। ଶୋ’ରେ ଝିଅମାନଙ୍କର ଅପମାନକୁ ନେଇ ସବୁଆଡୁ ସ୍ୱର ଉତ୍ତଳୋନ କରାଯାଉଛି। ଏମିତିକି ଏପରି ଶୋ’କୁ ଓଡ଼ିଶାରୁ ବ୍ୟାନ କରିବା ପାଇଁ ମଧ୍ୟ ଜୋରସୋରରେ ଚର୍ଚ୍ଚା ଧରିଛି। ରଜ କୁଇନ ଶୋ’ରେ ଜଜଙ୍କ ପ୍ରତିଯୋଗୀମାନଙ୍କ ପ୍ରତି ବ୍ୟବହାର ଓ ଜାଣିଶୁଣି ଅଜବ ପ୍ରକାର ପ୍ରଶ୍ନ ପଚାରି ଝିଅମାନଙ୍କୁ ବେଜିତ କରିବାକୁ ନେଇ ଜଜମାନଙ୍କୁ ବର୍ତ୍ତମାନ କଡା ସମାଲୋଚନା କରାଯାଉଛି। ଏହି ବିବାଦକୁ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ନିଜର ମତ ରଖିଛନ୍ତି।

ସବୁବେଳେ ସାମାଜିକ ଗଣମାଧ୍ୟମରେ ସାହାଯ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଖୁଲମ ଖୁଲା କହୁଥିବା ରାନୀ ପଣ୍ଡା ବର୍ତ୍ତମାନ ରାଗିଯାଇ ନିଆଁ ବାଣ ହୋଇଯାଇଛନ୍ତି। ରାନୀ ପଣ୍ଡାଙ୍କ ଫେସବୁକ ପେଜରେ ସେୟାର ହୋଇଥିବା ପୋଷ୍ଟର ସ୍କ୍ରିନସଟ ବର୍ତ୍ତମାନ ମୋବାଲ ରୁ ମୋବାଇଲ ଘୁରି ବୁଲୁଛି। ଯେଉଁଥିରେ ରାନୀ ପଣ୍ଡା ରଜ କୁଇନକୁ ନେଇ କହିଛନ୍ତିକି,’ଯୋଉ ଜଜ ସବୁ ବସୁଛନ୍ତି ତାଙ୍କୁ କୋଉ ଶଳା ବସାଉଛି। ସେ ବାଡ଼ି ପୋଡ଼ାକୁ ଟିକେ ଡାକିଲ, ମୁଁ ତା ମୁହଁରେ କୁକୁର ଲଗେଇକି ମୁତେଇବି ବୋଲି।’

ସୂଚନା ଅନୁସାରେ, ରଜ କୁଇନ ଜଜମାନଙ୍କ ବ୍ୟବହାରକୁ ନେଇ କିଛି ଦିନ ତଳେ ଲେଖିକା ସୁଲଗ୍ନା ମହାନ୍ତି ପ୍ରଶ୍ନ କରିଥିଲେ। ଝିଅମାନଙ୍କୁ ଏପରି ଖରାପ ଭାବରେ ଅପମାନ କରିବାର ଅଧିକାର ଏମାନଙ୍କୁ କିଏ ଦେଲା ବୋଲି ସୁଲଗ୍ନା ପ୍ରଶ୍ନ କରିଥିଲେ। ସୁଲଗ୍ନା କହିଛନ୍ତିକି, ସେମାନେ ଏମିତି ଆଟିଚ୍ୟୁଡ ଦେଖେଇ ପ୍ରଶ୍ନ ପଚାରୁଛନ୍ତି, ଯେମିତି ସେମାନେ ନିଜେ କୌନ ବନେଗା କରୋଡପତିରୁ ସାତ କୋଟି ଜିତିକି ଆସିଛନ୍ତି।

Leave a Reply

Your email address will not be published. Required fields are marked *