ଆଉ ଏକ ବାତ୍ୟା ଆ-ଶ-ଙ୍କା ନେଇ ସତର୍କତା, ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଲଘୁଚାପ,ରଜ ଆରମ୍ଭରୁ ପ୍ରବଳ ବର୍ଷା

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଲଘୁଚାପ। ଯାହା ବର୍ତ୍ତମାନ ମଧ୍ୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ତରଫରୁ ଏ ସୂଚନା ଦିଆଯାଇଛି। ଏହି ଲଘୁଚାପ ବଳୟ ବାତ୍ୟାରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। କାରଣ ଏହା ଧୀରେ ଧୀରେ ଘନିଭୂତ ହେଉଅଛି।

ଦେଶରେ ଗତ ୨ ମାସ ମଧ୍ୟରେ ଲଗାତର ଦୁଇଟି ବାତ୍ୟା ଆସି ସାରିଲାଣି। ତାଉକତେରେ ମହାରାଷ୍ଟ୍ର, ଗୁଜୁରାଟ ଆଦି ରାଜ୍ୟ ପ୍ରଭାବିତ ହୋଇଥିଲା ସେହିପରି ୟାସ ଓଡିଶା ଓ ପଶ୍ଟିମବଙ୍ଗରେ ନିଜର ତା-ଣ୍ଡ-ବ ରଚିଥିଲା। ବର୍ତ୍ତମାନ ଆଉ ଏକ ସମ୍ଭାବ୍ୟ ବାତ୍ୟା ପୁଣି ଚିନ୍ତା ବଢାଇ ଦେଇଛି।

ଆଇଏମଡିର କହିବା ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ତ୍ତମାନ ବାୟୁ ସକ୍ରିୟ ରହିଛି। ଯେଉଁ କାରଣରୁ ରାଜ୍ୟରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆସନ୍ତା ୨ ରୁ ୩ ଦିନ ପର୍ଯ୍ଯନ୍ତ ଏହିପରି ବର୍ଷା ଲାଗି ରହିବ। ଏହି ଲଘୁଚାପ ଅଧିକରୁ ଅଧିକ ଘନିଭୂତ ହୋଇ ଏହା ବାତ୍ୟାର ରୂପ ଧାରଣ କରିପାରେ।

ସମ୍ଭାବ୍ୟ ବର୍ଷାକୁ ନଜରରେ ରଖି ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ତତ୍ପର ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯେପରି ବନ୍ୟା ଓ ବାତ୍ୟାର ମୁକାବିଲା କରାଯାଇ ପାରିବ। ରାଜ୍ୟର ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତିଯେ, ରାଜ୍ୟର ଅନେକ ସ୍ଥାନରେ ବାତ୍ୟା ଓ ଭୂସ୍ଖଳନ ହେବାର ଆ-ଶ-ଙ୍କା ରହିଛି। ଲୋକମାନଙ୍କୁ ସୁ-ରକ୍ଷି-ତ ସ୍ଥାନକୁ ସ୍ଥାନାନ୍ତର ଆବଶ୍ୟକସ୍ଥଳେ କରାଯିବା ଉଚିତ।

Leave a Reply

Your email address will not be published. Required fields are marked *