ଶ୍ରୀଲଙ୍କା ଗସ୍ତରେ ଶିଖରଙ୍କ ବଦଳରେ ମନୀଷ ପାଣ୍ଡେଙ୍କୁ ଅଧିନାୟକ କରାଇବା ଆବଶ୍ୟକ ଥିଲା, ଏହି ପୂର୍ବ ଭାରତୀୟ କ୍ରିକେଟର ସିଲେକ୍ସନ ପଦ୍ଧତିକୁ ନେଇ କଲେ କଡା ସମାଲୋଚନା

ଚେତନ ଶର୍ମାଙ୍କ ଚୟନକର୍ତା ସଦଦ୍ୟ ଶ୍ରୀଲଙ୍କା ଗସ୍ତ ପାଇଁ 20 ଦଳୀୟ ଭାରତୀୟ ଟିମ ଚୟନ କଲେ। ଏହି ଦଳରେ ଯୁବ ପ୍ରତିଭା ଭରି ରହିଥିବା ବେଳେ ଅଭିଜ୍ଞ ଶିଖର ଧାୱନଙ୍କୁ ଦଳର ଅଧିନାୟକ ପଦ ମିଳିଛି। ଶିଖର ଏହାପୂର୍ବରୁ ଭାରତ ପାଇଁ ଦୁଇଥର ଉପ-ଅଧିନାୟକ ଭୂମିକା ଗ୍ରହଣ କରିସାରିଛନ୍ତି କିନ୍ତୁ ଏହିଥର ତାଙ୍କୁ ମ୍ୟାନ ଇନ ବ୍ଲୁ ଟିମର ଅଧିନାୟକ ପଦ ମିଳିଯାଇଛି। ସେହିପରି ଦଳର ଉପ-ଅଧିନାୟକ ଦାୟିତ୍ୱ ଭୁବନେଶ୍ୱର କୁମାରଙ୍କୁ ଦିଆଯାଇଛି। ଭୁବନେଶ୍ୱର କୁମାର ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ପାଇଁ ମଧ୍ୟ ଅଧିନାୟକ କରିସାରିଛନ୍ତି।

ଶ୍ରୀଲଙ୍କା ଗସ୍ତ ପାଇଁ ଦଳରେ ମନୀଷ ପାଣ୍ଡେଙ୍କ ପ୍ରତ୍ୟାବର୍ତ୍ତନ ହୋଇଛି ଯିଏକି ଲମ୍ବା ସମୟ ହେବ ଦଳରୁ ବାହାର ହୋଇଥିଲେ। ଏଥିରେ ଦୋଡ଼ା ଗଣେଶଙ୍କ କହିବାନୁଯାୟୀ, ମନୀଷ ପାଣ୍ଡେଙ୍କୁ ଶ୍ରୀଲଙ୍କା ଗସ୍ତ ବେଳେ ଭାରତୀୟ ଦଳର ଅଧିନାୟକ ହେବାର ଥିଲା ଓ ସେ ଭୁବନେଶ୍ୱର କୁମାରଙ୍କ ଉପ-ଅଧିନାୟକ ପଦ ଉପରେ ପ୍ରଶ୍ନ ଉଠାଇଥିଲେ। ସ୍ପୋର୍ଟସ କୀଡା ସହିତ କଥାବାର୍ତ୍ତା ସମୟରେ ସେ କହିଥିଲେ, ଯଦି ଶ୍ରୀଲଙ୍କା ଗସ୍ତ ରେ କୌଣସି ସିନିୟର ଖେଳାଳି ଅଧିନାୟକ ହେବାର ଥିଲା ତାହେଲେ ମନୀଷ ପାଣ୍ଡେ କଣପାଇଁ ନୁହଁନ୍ତି।

ସେ ଆଗକୁ କହିଲେ କି, ଭୁବନେଶ୍ୱର କୁମାର ଦଳରେ ଉପ-ଅଧିନାୟକ କରିବାପାଇଁ କୌଣସି ପ୍ରକାର ଫିଟ ନାହାଁନ୍ତି। ମନୀଷ ପାଣ୍ଡେ ଖେଳାଳିଙ୍କୁ ବହୁତ ଭଲ ଭାବରେ ଜାଣିଛନ୍ତି ଓ ସେ ବହୁତ ଯାତ୍ରା ମଧ୍ୟ କରିଛନ୍ତି। ଯଦି ଶିଖର ଧାୱନଙ୍କୁ ଇଂଲଣ୍ଡ ପାଇଁ ବ୍ୟାକଅପ ଅପଶନ ଭାବରେ ବଛା ଯାଇଥାନ୍ତା ତ କାହାକୁ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଥାନ୍ତା। ବରିଷ୍ଠତା ମାମଲାରେ ପୁଣି ମନୀଷ ପାଣ୍ଡେଙ୍କୁ ହି ଅଧିନାୟକ କରାଯାଇଥାନ୍ତା। ଆପଣଙ୍କୁ ଜଣାଇଦେଉଛୁ କି, ଭୁବନେଶ୍ୱର କୁମାର ମନୀଷ ପାଣ୍ଡେଙ୍କ ଠାରୁ ସିନିୟର ଅଟନ୍ତି। ଭୁବି 2012 ମସିହାରେ ଡେବ୍ୟୁ କରିଥିବା ବେଳେ ମନୀଷ ପାଣ୍ଡେ 2015 ମସିହାରେ ଡେବ୍ୟୁ କରିଥିଲେ।

ଏହାବ୍ୟତୀତ ଧାୱନ ଲାଲ ବଲ କ୍ରିକେଟରେ ଟିମ ଇଣ୍ଡିଆ ସ୍କିମରେ କୌଣସି ସ୍ଥାନରେ ଫିଟ ହେଉ ନାହାଁନ୍ତି ଓ ସେ 2018 ମସିହାରୁ ଟେଷ୍ଟରୁ ବାହାରେ ଚାଲୁଛନ୍ତି ଓ ଏମିତି ସ୍ଥିତିରେ ତାଙ୍କୁ ଦଳର ବ୍ୟାକଅପ ଅପଶନ ଭାବରେ ବାଛିବା ମନେ ହେଉନାହିଁ। ଭାରତକୁ ଶ୍ରୀଲଙ୍କାରେ ତିନୋଟି ଦିନିକିଆ ଓ ତିନୋଟି t-20 ମ୍ୟାଚ ଖେଳିବାକୁ ହେବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *