ସୁନା ହେଲା ଶସ୍ତା, ଜଲଦି କିଣନ୍ତୁ। ଜୁଲାଇ ମାସରେ ପୁଣି ବଢିବାକୁ ଯାଉଛି ଦର, ଜାଣନ୍ତୁ 10 ଗ୍ରାମ ସୁନାର ମୂଲ୍ୟ ଏବେ କେତେ ଅଛି ?

ବିଗତ ଦିନରେ ସୁନାର ଦାମ ଲଗାତାର ବଢୁଛି ଓ କମୁଛି, କିନ୍ତୁ ଏହାମଧ୍ୟରେ ସୁନା ଦର ଲଗାତାର ଭାବରେ କମିବାରେ ଲାଗିଛି। ଶୁକ୍ରବାର ଦିନ ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଗୋଲଡ଼ର ମୂଲ୍ୟ 318 ଟଙ୍କା ହ୍ରାସ ସହିତ ପ୍ରତି 10 ଗ୍ରାମକୁ 48,810 ଟଙ୍କାରେ ବନ୍ଦ ହୋଇଛି। ଏମିତିରେ ଏକ୍ସପର୍ଟଙ୍କ ମାନିବା ହେଉଛି ସୁନା ଦରରେ ଏତେ ହ୍ରାସ ହେବା ବୁଲିସ ନିବେଶକଙ୍କ ପାଇଁ ବହୁତ ଭଲ ଖବର ଅଟେ। ଏହାପରେ ସେ କହୁଛନ୍ତି କି, ସୁନା ଦର ଆଗକୁ 48,500 ପ୍ରତି 10 ଗ୍ରାମ ପର୍ଯ୍ୟନ୍ତ ଯାଇପାରେ।

ବୁଲିୟନ ଏକ୍ସପର୍ଟଙ୍କ କହିବାକଥା ହେଲା ଯେକୌଣସି ବି ହ୍ରାସ ସମୟରେ ସୁନାରେ ନିବେଶ କରିବା ଉଚିତ। ସୁନା ଡ଼ିସେମ୍ବର 2021 ପର୍ଯ୍ୟନ୍ତ 53,500 ଟଙ୍କା ପ୍ରତି 10 ଗ୍ରାମ ହୋଇଯିବ।

ମୋତିଲାଲ ଓଶ୍ବାଲ ର ଅମିତ ସଜେଜାଙ୍କ କହିବା ହେଲା ଗୋଲଡ଼ ର ମୂଲ୍ୟ କଂସୋଲିଡେସନ ସମୟରେ ବର୍ତ୍ତମାନ ଗତି କରୁଛି ଓ ଏହା ଆଗାମୀ ଏକମାସ ପର୍ଯ୍ୟନ୍ତ ଏହିପରି ରହିବ। ଏହାମଧ୍ୟରେ ସୁନା 48,300 ରୁ 49,500 ପ୍ରତି 10 ଗ୍ରାମର ରେଞ୍ଜ ମଧ୍ୟରେ ରହିବ। ଏଥିରେ ଏକ୍ସପର୍ଟ ମାନେ କହିଛନ୍ତି କି,ଏହା ହେଉଛି ସଠିକ ସମୟ ସୁନାରେ ନିବେଶ କରିବାର। ମିଡିୟମ ଟର୍ମରେ ଗୋଲଡ଼ର ଆଉଟଲୁକ ବହୁତ ଭଲ ନଜର ଆସୁଛି। ଆଗକୁ ମିଡିୟମ ଟର୍ମରେ ସୁନା 51,000 ଦରକୁ ଛୁଇଁପାରେ।

ସୁନାରେ ନିବେଶ କରିବାର ଏହା ହେଉଛି ସଠିକ ସମୟ:-

ସେ କୁହନ୍ତି କି, ୟୁଏସ ଡ଼ଲାରର ଦୁର୍ବଳତା ସୁନାର ଦର ହ୍ରାସ ପାଇଁ ଏକ ମୁଖ୍ୟ କାରଣ ଅଟେ। ବର୍ତ୍ତମାନ ୟୁଏସ ଡ଼ଲାର ସାଇଡ଼ୱେଜ ଭାବରେ ନଜର ଆସୁଛି ଓ କରେନ୍ସି ମାର୍କେଟରେ ଏହା 89.50 ରୁ ନେଇ 91 ମଧ୍ୟରେ କାରବାର କରୁଛି।

ସେହିପରି IIFL ସିକ୍ୟୁରିଟି ଅନୁଜ ଗୁପ୍ତାଙ୍କ କହିବାକଥା ହେଲା, ମିଡ଼ିୟମ ଓ ଲଙ୍ଗଟର୍ମରେ ସୁନାର ଆଉଟଲୁକ ବହୁତ ପଜିଟିଭ ନଜର ଆସୁଛି। ନିବେଶକଙ୍କୁ ହ୍ରାସ ସମୟରେ କିଣିବାର ରଣନୀତି ରଖିବାକୁ ହେବ। ଅନୁଜଙ୍କ କହିବାର ହେଲା, ଘରୋଇ ବଜାରରେ ଦୀପାବଳୀ ବେଳକୁ ସୁନାର ମୂଲ୍ୟ 53,500 ଟଙ୍କା ହେବ। ସେ କହିଥିଲେ ଜୁଲାଇ 15 ତାରିଖ 2021 ବେଳକୁ ଗୋଲଡ଼ରେ ରାଲି ଆସିପାରେ। ଯାହାକି ଏହିବର୍ଷ ଶେଷ ଆଡ଼କୁ ଗୋଲଡ଼ ନିଜର ସର୍ବୋଚ୍ଚ ଛୁଇଁବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.