ଏହି ସହରରେ ସୁନ୍ଦର ସୁନ୍ଦର ଘର ବିକ୍ରି ହେଉଛି ମାତ୍ର ୧୨ ଟଙ୍କାରେ,ଜାଣନ୍ତୁ କଣ ରହିଛି କାରଣ ?

ଘର କିଣିବା ସବୁ ଲୋକଙ୍କର ସ୍ବପ୍ନ ହୋଇଥାଏ। ଘର କିଣିବା ପାଇଁ ଜୀବନସାରାର ସମସ୍ତ ରୋଜଗାରକୁ ସେମାନେ ବିନିଯୋଗ କରିଦିଅନ୍ତି। ମାତ୍ର ବିଶ୍ବରେ ଏମିତି ଏକ ଦେଶ ଅଛି ଯେଉଁଠାରେ ଲୋକ ନିଜର ସୁନ୍ଦର ଘରକୁ ବିକ୍ରି କରୁଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛିଯେ, ଲୋକମାନେ ନିଜ ଘରକୁ କେବଳ ୧୬ ସେଣ୍ଟ (ପ୍ରାୟ ୧୨ଟଙ୍କାରେ) ବିକ୍ରି କରିଦେଉଛନ୍ତି।

ରୟଟର୍ସର ଏକ ରିପୋର୍ଟ ଅନୁଯାୟୀ, କ୍ରୋଏସିଆର ଉତ୍ତରରେ ଥିବା ଲେଗ୍ରାଡ ସହରରେ ଲୋକମାନେ ନିଜ ନିଜର ଘରକୁ ମାତ୍ର ୧୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ପରିବହନ ସଂଯୋଗ ନଥିବା କାରଣରୁ ଲୋକମାନେ ନିଜ ନିଜର ଘର ଛାଡି ଚାଲିଯାଉଛନ୍ତି। ସେଠାକାର ପ୍ରଶାସନ ନିଜେ ମଧ୍ୟ ସେହି ଘରଗୁଡିକୁ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଲେଗ୍ରାଡର ମେୟର ଇଓ୍ବାନ ସାବୋଲିକ କହିଛନ୍ତିଯେ, ଏକ ସାଥିରେ ୧୯ଟି ଘରକୁ ଖାଲି କରାଯାଇଥିଲା। ଏହି ଘରଗୁଡିକର ମୂଲ୍ୟ ପ୍ରାୟ ୧୨ଟଙ୍କା ରଖାଯାଇଛି। ଏଗୁଡିକ ମଧ୍ୟରୁ ୧୭ଟି ଘର ବର୍ତ୍ତମାନ ପର୍ଯ୍ୟନ୍ତ ବିକ୍ରି ହୋଇସାରିଛି। ସେ ଆହୁରି ମଧ୍ୟ କରିଛନ୍ତିଯେ, ଯେବେଠାରୁ ଏହି ସହର ସୀମାବର୍ତ୍ତୀ ସହର ହୋଇଛି ସେବେଠାରୁ ଏଠାରେ ଜନସଂଖ୍ୟା ଧୀରେ ଧୀରେ କମ ହେଉଛନ୍ତି। ଲେଗ୍ରାଡ ସହରର ସୀମା ହଙ୍ଗରୀ ସହ ମିଶିଛି।

ରିପୋର୍ଟରେ କୁହାଯାଇଛିଯେ, କୌଣସି ବ୍ୟକ୍ତି ଯଦି ଏଠାରେ ଘର କିଣିବାକୁ ଚାହୁଁଛନ୍ତି ତେବେ ସ୍ଥାନୀୟ ପ୍ରଶାସନ ସେମାନଙ୍କୁ ଏଥିପାଇଁ ସାହାଯ୍ୟ କରିବେ। କେବଳ ଏତିକି ନୁହେଁ କେହି ଯଦି ଏଠାରେ ରହିବାକୁ ଚାହାନ୍ତି ତେବେ ସେମାନଙ୍କୁ ଅତି କମରେ ୧୫ ବର୍ଷ ଏଠାରେ ରହିବେ ବୋଲି ଚୁକ୍ତି କରିବାକୁ ପଡିବ।

ଅନ୍ୟ ଏକ ରିପୋର୍ଟରେ କୁହାଯାଇଛିଯେ, ଲେଗ୍ରାଡ ସହର ଏକ ସମୟରେ କ୍ରୋଏସିଆର ଏଭଳି ଦ୍ବିତୀୟ ସ୍ଥାନ ଥିଲା ଯେଉଁଠାରେ ଦେଶର ସବୁଠୁ ଅଧିକ ଜନସଂଖ୍ୟା ଥିଲା। ପ୍ରାୟ ୧୦୦ ବର୍ଷ ପୂର୍ବେ ଆଷ୍ଟ୍ରୋ ଏବଂ ହଙ୍ଗରୀୟ ସାମ୍ରାଜ୍ୟ ଭାଙ୍ଗିବା ପରେ ଏଠାରେ ଜନସଂଖ୍ୟା କ୍ରମଶଃ କମ ହେବାରେ ଲାଗିଛି।

ଲେଗ୍ରାଡ ସହର ସବୁଜିମାରେ ପରିପୂର୍ଣ ରହିଛି। ସହରର ଚତୁଃପାର୍ଶ୍ବରେ ଜଙ୍ଗଲର ସୀମା ଭରପୁର ରହିଛି। ଏହି ସହରରେ ୨,୨୫୦ ଜଣ ଲୋକ ବସବାସ କରୁଛନ୍ତି। ରିପୋର୍ଟ ଅନୁସାରେ ୭୦ ରୁ ୧୦୦ ବର୍ଷ ପୂର୍ବରୁ ଲେଗ୍ରାଡ ସହରରେ ବର୍ତ୍ତମାନର ସମୟ ତୁଳନାରେ ଦ୍ବିଗୁଣରୁ ଅଧିକ ଲୋକ ବସବାସ କରୁଥିଲେ। କିନ୍ତୁ ଏଠାରୁ ଧୀରେ ଧୀରେ ସମସ୍ତେ ଛାଡି ପଳାଇଲେ।

Leave a Reply

Your email address will not be published. Required fields are marked *