ଆଜି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ ସଂକ୍ରମିତ ଚିହ୍ନଟ, ୪୫ ଜଣ ମୃ-ତ

ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା। ଆଜି ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୪୬୯ ଜଣ କରୋନାରେ ସଂକ୍ରମିତ ହୋଇଥିବା ସମୟରେ ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୫୪୬ ଜଣ ଏବଂ ୧୯୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି। ଆଉ ୪୫ ଜଣଙ୍କର କରୋନା ଜନିତ ମୃ-ତ୍ୟୁ ହୋଇଛି।

ଆଜି ଅନୁଗୁଳ ଜିଲ୍ଲାରୁ ୨୨୬ ଜଣ,ବାଲେଶ୍ଵର ଜିଲ୍ଲାରୁ ୩୧୮ ଜଣ,ବରଗଡ ଜିଲ୍ଲାରୁ ୮୫ ଜଣ,ଭଦ୍ରକ ଜିଲ୍ଲାରୁ ୧୬୫ ଜଣ,ବଲାଙ୍ଗୀର ଜିଲ୍ଲାରୁ ୫୬ ଜଣ,ବୌଦ୍ଧ ଜିଲ୍ଲାରୁ ୯୦ ଜଣ,କଟକ ଜିଲ୍ଲାରୁ ୪୧୩ ଜଣ,ଦେବଗଡ ଜିଲ୍ଲାରୁ ୨୩ ଜଣ,ଢେଙ୍କାନାଳ ଜିଲ୍ଲାରୁ ୨୫୨ ଜଣ,ଗଜପତି ଜିଲ୍ଲାରୁ ୨୬ ଜଣ,ଗଞ୍ଜାମ ଜିଲ୍ଲାରୁ ୪୩ ଜଣ,ଜଗତସିଂହପୁର ଜିଲ୍ଲାରୁ ୧୪୦ ଜଣ,ଯାଜପୁର ଜିଲ୍ଲାରୁ ୩୭୦ ଜଣ,ଝାରସୁଗୁଡ଼ା ଜିଲ୍ଲାରୁ ୨୭ ଜଣ,କଳାହାଣ୍ଡି ଜିଲ୍ଲାରୁ ୯୨ ଜଣ,କନ୍ଧମାଳ ଜିଲ୍ଲାରୁ ୨୮ ଜଣ,କେନ୍ଦ୍ରାପଡ଼ା ଜିଲ୍ଲାରୁ ୫୯ ଜଣ,କେନ୍ଦୁଝର ଜିଲ୍ଲାରୁ ୯୬ ଜଣ,ଖୋର୍ଦ୍ଧା ଜିଲ୍ଲାରୁ ୬୧୨ ଜଣ,କୋରାପୁଟ ଜିଲ୍ଲାରୁ ୮୭ ଜଣ,ମାଲକାନଗିରି ଜିଲ୍ଲାରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିପରି ମୟୁରଭଞ୍ଜ ଜିଲ୍ଲାରୁ ୨୧୬ ଜଣ,ନବରଙ୍ଗପୁର ଜିଲ୍ଲାରୁ ୧୧୮ ଜଣ,ନୟାଗଡ ଜିଲ୍ଲାରୁ ୧୨୮ ଜଣ,ନୂଆପଡ଼ା ଜିଲ୍ଲାରୁ ୧୪ ଜଣ,ପୁରୀ ଜିଲ୍ଲାରୁ ୨୪୩ ଜଣ,ରାୟଗଡ଼ା ଜିଲ୍ଲାରୁ ୧୩୭ ଜଣ,ସମ୍ବଲପୁର ଜିଲ୍ଲାରୁ ୬୧ ଜଣ,ସୋନପୁର ଜିଲ୍ଲାରୁ ୬୦ ଜଣ,ସୁନ୍ଦରଗଡ ଜିଲ୍ଲାରୁ ୧୦୩ ଜଣ ଓ ଷ୍ଟେଟ ପୁଲରୁ ୧୦୬ ଜଣ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆ-କ୍ରା-ନ୍ତଙ୍କ ସଂଖ୍ୟା ୮୫୧୭୮୨ ଜଣଙ୍କୁ ବୃଦ୍ଧି ପାଇଥିବା ସମୟରେ ୭୮୯୦୬୬ ଜଣ ସୁସ୍ଥ ହୋଇସାରିଲେଣି। ଆଉ ୫୯୩୬୧ ଜଣ ଚିକିତ୍ସାଧୀନ ଅଛନ୍ତି। ଏ ପର୍ଯ୍ୟନ୍ତ ସୁଦ୍ଧା ରାଜ୍ୟରେ ୧୨୬୫୨୩୯୭ ଟି ସାମ୍ପୁଲ ଟେଷ୍ଟ କରାଯାଇଛି। ରାଜ୍ୟରେ ୪୫ ଜଣ କରୋନା ଜନିତ ମୃ-ତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃ-ତ୍ୟୁ ସଂଖ୍ୟା ୩୩୦୨କୁ ବୃଦ୍ଧି ହୋଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *