ୟୁଜି ଓ ପିଜିର ପରୀକ୍ଷା ହେବ,୧୮ରେ ନିଆଯିବ ଚୁଡାନ୍ତ ନିଷ୍ପତ୍ତି

ରାଜ୍ୟରେ ସ୍ନାତକୋତ୍ତର ଓ ସ୍ନାତକ ପରୀକ୍ଷା ହେବ। ୧୮ ତାରିଖରେ ଏ ବିଷୟରେ ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ଯଦି ପରୀକ୍ଷା ହୁଅନ୍ତା ତେବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତିଯେ ପିଲାମାନେ ପାଠପଢା ଜାରି ରଖିଲେ ଭଲ ହୁଅନ୍ତା।

ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତିଯେ, ପରୀକ୍ଷା ହେବା ନେଇ ଏକ ପ୍ରକାର ଚୁଡାନ୍ତ ନିଷ୍ପତ୍ତି ହୋଇଛି। ୧୮ ତାରିଖରେ ଏହି ଚୁଡାନ୍ତ ନିଷ୍ପତ୍ତି ନିଆଯିବ। ପରୀକ୍ଷା ହେଲେ ଭଲ, ତେଣୁ ପିଲାମାନେ ନିଅଜର ପାଠ ପଢା ଜାରି ରଖିବା ଦରକାର। କୁଳପତିମାନଙ୍କ ସହ ୧୮ ତାରିଖରେ ବୈଠକ ବସିବ।

ଆହୁରି ମଧ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତିଯେ, ଏହି ୭ ଦିନ ମଧ୍ୟରେ ବିଭିନ୍ନ କୂଳପତିମାନେ ବିଭିନ୍ନ କଲେଜର ପ୍ରିନ୍ସିପାଲ ଓ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାପରେ ସେମାନେ ଏକ ରିପୋର୍ଟ ପ୍ରସ୍ତୁତ କରିବେ, ଯାହାଦ୍ୱାରା ଚୁଡାନ୍ତ ନିଷ୍ପତ୍ତି ନିଆଯାଇପାରିବ ବୋଲି ସେ କହିଛନ୍ତି।

ସୂଚନା ଅନୁସାରେ, ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର (ପିଜି)ର ନାମଲେଖା, ପାଠପଢା ଓ ପରୀକ୍ଷାକୁ ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତରଫରୁ ଆଜି ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଏକ ବୈଠକ ହେବ। ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିବେ। ଲକଡାଉନ ସମୟରେ ପାଠପଢ଼ା ସହିତ ୟୁଜି ଓ ପିଜି ପରୀକ୍ଷା କରିବା ନେଇ କୁଳପତିମାନଙ୍କର ମତାମତ ନିଆଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *