ଅଗଣାରେ ଶୋଇଥିଲା କୁକୁର,ହଠାତ ଚିତାବାଘ ଆସି ଏମିତି ଅବସ୍ଥା କଲା,ଦେଖନ୍ତୁ ଭିଡ଼ିଓ

ଅନେକ ଥର ଜଙ୍ଗଲୀ ପଶୁମାନେ ଆବାସିକ ଅଞ୍ଚଳରେ ପଶିଯାଇ ବିନାଶର ଦୃଶ୍ୟ ସୃଷ୍ଟି କରନ୍ତି | ମହାରାଷ୍ଟ୍ରର ନାଶିକରେ ଅବସ୍ଥିତ ଭୁସେ ଗାଁରେ ରାତିର ଅନ୍ଧାରରେ ଏପରି କିଛି ଘଟିଲା, ଯାହାକୁ ଦେଖି ଆପଣଙ୍କର ଆଖି ସେମିତି ଖୋଲା ରହିଯିବ | ବାସ୍ତବରେ, ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି, ଯେଉଁଥିରେ ଗୋଟିଏ ଚିତାବାଘ ଘର ବାହାରେ ଶୋଇଥିବା କୁକୁରକୁ ନିଜର ଶି-କା-ର କରିଦେଲା | ଆପଣ ମଧ୍ୟ ଦେଖନ୍ତୁ ଭାଇରାଲ ଭିଡିଓ |

ରାତିର ଅନ୍ଧକାରରେ ଗାଏବ ହେଲା କୁକୁର :-

ANI ଘର ବାହାରର ସିସିଟିଭି ଫୁଟେଜ ସେୟାର କରିଛି | ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟରରେ ସିସିଟିଭି ଫୁଟେଜର ଭିଡିଓ ଖୁବ ଭାଇରଲ ହେଉଛି | ଏହି ଭିଡ଼ିଓଟି ରାତିର ଦୃଶ୍ୟ ଅଟେ ଏବଂ ଏଥିରେ ଗୋଟିଏ କୁକୁର ଘର ଅଗଣାରେ ଗଭୀର ନିଦରେ ଶୋଇଥିବାର ଦେଖାଯାଉଛି | ଠିକ ସେତିକିବେଳେ ଖୋଲା ରାସ୍ତାରୁ ଏକ ଜଙ୍ଗଲୀ ଚିତାବାଘ ଘର ଭିତରେ ପଶିଯାଏ | ସେ ଶୋଇଥିବା କୁକୁରକୁ ନିଜ ପାଟିରେ କାମୁଡି ଧରିନିଏ |

ଚିତାବାଘ ପାର କରିଦେଲା ନିଜର ସବୁ ସୀମା :-

ଯେପର୍ଯ୍ୟନ୍ତ କୁକୁର ନିଜ ସହିତ ହେଉଥିବା ଦୁ-ର୍ଘ-ଟ-ଣା-କୁ ଜାଣି ପାରିଲା, ସେତେବେଳକୁ ବହୁତ ଡେରି ହୋଇଯାଇଥିଲା | ଚିତାବାଘ ନିଜ ପାଟିରେ କାମୁଡି ଧରି ତାକୁ ବାହାରକୁ ନେଇ ଯାଇଥିଲା | ୩୬ ସେକେଣ୍ଡର ଏହି ଭାଇରଲ ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୨୫ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି | ସୋସିଆଲ ମିଡ଼ିଆ ୟୁଜର୍ସ ଏହି ଘଟଣାରେ ଆଶ୍ଚର୍ଯ୍ୟ ହେଉଛନ୍ତି |

ଲୋକମାନେ କହିଲେ ନେଚରର ବାଲାନ୍ସ :-

ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଏହି ଭିଡିଓ ଉପରେ ଅନେକ ପ୍ରକାରର କମେଣ୍ଟ ଆସୁଛି | କିଛି ଲୋକ ଏହାକୁ ନେଚରର ବାଲାନ୍ସ କହୁଛନ୍ତି ତ ଆଉ କିଛି ଲୋକ ଏକ ଟ୍ରାଜିକ ଦୁର୍ଘଟଣା କହୁଛନ୍ତି | ସମସ୍ତେ କୁକୁରର ଅବସ୍ଥା ବିଷୟରେ ଜାଣିବାପାଇଁ ଉସ୍ଚୁକ ଅଛନ୍ତି | କେବଳ ଏତିକି ନୁହେଁ, ଅନେକ ଲୋକ ସେହି ଚିତାବାଘକୁ ଧରିବାପାଇଁ ନିବେଦନ କରୁଛନ୍ତି, ଯାହାଦ୍ୱାରା ଆଗକୁ ଆଉ କାହାର ଯେମିତି କ୍ଷତି ହେବନାହିଁ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *