ଭୟଙ୍କର ଦୁ-ର୍ଘ-ଟ-ଣା : ପୋଲରେ ଧକ୍କା ହେବା ପରେ ୨ ଭାଗ ହୋଇଗଲା କାର, ତିନିଜଣ ମହିଳାଙ୍କର ଘଟଣାସ୍ଥଳରେ ମୃ-ତ୍ୟୁ

ମଧ୍ୟପ୍ରଦେଶରେ ଛିନ୍ଦବାଡାରେ ରାମକୋନାରେ ଏକ ବିବାହ ସମାରୋହରୁ ଫେରୁଥିବା ଏକ କାର ପୋଲ ସହ ଧକ୍କା ହୋଇଗଲା, ଯେଉଁଥିରେ କାରରେ ଯାଉଥିବା ତିନିଜଣ ମହିଳାଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ହୋଇଗଲା। ଯେତେବେଳେକି ଦୁଇଜଣ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଆହତ ହୋଇଥିବା ବ୍ୟକ୍ତିଙ୍କୁ ନାଗପୁରକୁ ଟ୍ରାନ୍ସଫର କରାଯାଇଛି।

ଦୁ-ର୍ଘ-ଟ-ଣା ଏତେ ଭୟାନକ ଥିଲାଯେ, ଏହାର ଅନ୍ଦାଜ ଏହି କଥାରୁ କରିହେବକି ପୋଲକୁ ଧକ୍କା ଦେବା ପରେ କାରଟି ଦୁଇ ଭାଗରେ ଭାଙ୍ଗିଗଲା।

ପୋଲିସ ଅନୁସାରେ, ସୋନ୍ସର ନିବାସୀ ସଚିନ ଜୟସୱାଲ ନିଜର ପରିବାର ସହିତ ରାମକୋନାରେ ଏକ ବିବାହ ସମାରୋହରେ ଭାଗ ନେଇ ଫେରୁଥିଲେ, ସେତିକିବେଳେ ନାଗପୁର ସ୍ଥିତ ଡ୍ରିମ ହୋଟେଲ ନିକଟରେ ତାଙ୍କର କାର ସାମ୍ନାରେ ଏକ ବାଇକ ଆରୋହୀ ଆସିଗଲେ।

ବାଇକ ଆରୋହୀଙ୍କୁ ରକ୍ଷା କରିବା ଚକ୍କରରେ ସଚିନ ଜୟସୱାଲ କାରରେ ନିୟନ୍ତ୍ରଣ ହରାଇ ବସିଲେ ଓ କାର ସିଧା ପୋଲରେ ଧକ୍କା ହେଲା ଓ କାରଟି ଦୁଇଖଣ୍ଡରେ ପରିଣତ ହୋଇଗଲା।

ଏହି ଦୁ-ର୍ଘ-ଟ-ଣା-ରେ କାରରେ ବସିଥିବ ସୋନ୍ସର ନିବାସୀ ରୋଷନୀ ପତି ଅନୁପ ଜୟସୱାଲ, ମାଧୁରୀ ପତି ଆନନ୍ଦ ଜୟସୱାଲ ଓ କଲମଶ୍ଵର ନିବାସୀ ପ୍ରିୟା ପତି ସଚିନ ଜୟସୱାଲଙ୍କର ଘଟଣା ସ୍ଥଳରେ ମୃ-ତ୍ୟୁ ହୋଇଗଲା। ଯେତେବେଳେକି ଡ୍ରାଇଭ କରୁଥିବା ସଚିନ ଜୟସୱାଲ ଓ ତାଙ୍କର ସାଥିରେ ବସିଥିବ ନୀଲମ ଜୟସୱାଲ ସମ୍ପୂର୍ଣ ଭାବରେ ଆହତ ହୋଇଛନ୍ତି ଓ ତାଙ୍କୁ ଗମ୍ଭୀର ସ୍ଥିତିରେ ନାଗପୁର ମେଡିକାଲ କଲେଜ ରେଫର କରାଯାଇଛି।

ଛିନ୍ଦବାଡ ଏଏସପି ସଂଜୀବ ୟୁଇକେ କହିଲେକି ଦୁ-ର୍ଘ-ଟ-ଣା-ର ମାମଲା ରୁଜ୍ଜୁ ହୋଇଛି, ଯାଞ୍ଚ କରାଯାଉଛି, ଯେଉଁ ତଥ୍ୟ ସାମ୍ନାକୁ ଆସିବ, ସେଥିରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published.