ଜଗନ୍ନାଥଙ୍କ ରଥଯାତ୍ରା ବିଷୟରେ କିଛି ରୋଚକ ତଥ୍ୟ,୧୪୪ ବର୍ଷ ପର୍ଯ୍ୟନ୍ତ ବନ୍ଦ ଥିଲା ରଥଯାତ୍ରା,ଜାଣନ୍ତୁ ଜଗତର ନାଥ ଜଗନ୍ନାଥଙ୍କ ବିଷୟରେ କିଛି ରୋଚକ….

କରୋନା ଭାଇରସର ପ୍ରଭାବ ଏଥର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପରେ ପଡିବାକୁ ଯାଉଛି। ଏହା ପ୍ରଥମ ଥର ହେବ ଯେବେକି, 285 ବର୍ଷ ପରେ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା ବିନା କୌଣସି ଭକ୍ତଙ୍କ ସହ ଯିବ। ବିଗତ ବର୍ଷ ମଧ୍ୟ କରୋନା ସମୟରେ ସାଙ୍କେତିକ ଆଧାରରେ ରଥଯାତ୍ରା ହୋଇଥିଲା। ଓଡ଼ିଶାର ସ୍ପେଶାଲ ରିଲିଫ କମିଶନର ପ୍ରଦୀପ କେ ଜେନା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏଥର ମଧ୍ୟ ନିୟମ ଆଧାରରେ କରୋନା ଭାଇରସ ମଧ୍ୟରେ ରଥଯାତ୍ରା କରାଯିବ। ତାଙ୍କ ମୁତାବିକ, ଏଥିରେ କେବଳ କରୋନାରେ ନେଗେଟିଭ ଓ ଭ୍ୟାକ୍ସିନ ନେଇଥିବା ସେବକ ଗଣ ଉପସ୍ଥିତ ରହିବେ। ରଥଯାତ୍ରା କଣପାଇଁ ହୋଇଥାଏ? ପୂର୍ବରୁ କଣ ଏହିପରି ରଥଯାତ୍ରାରେ ବିଘ୍ନ ସୃଷ୍ଟି ହୋଇଛି କି, ଆସନ୍ତୁ ଜାଣିବା ସବୁକିଛି।

ଆପଣଙ୍କୁ ଜଣାଇଦେଉଛୁ କି, ଚାରିଧାମ ଭିତରୁ ପୁରୀର ଜଗନ୍ନାଥ ମନ୍ଦିର ମଧ୍ୟ ଏକ ଧାମ ଅଟେ। ଦୀର୍ଘ 800 ବର୍ଷର ଏହି ପୁରୁଣା ମନ୍ଦିରରେ ଭଗବାନ କୃଷ୍ଣଙ୍କୁ ଜଗନ୍ନାଥ ରୂପରେ ପୂଜା କରାଯାଇଥାଏ ଓ ତାଙ୍କ ସହିତ ବଡ଼ ଭାଇ ବଳରାମ ଓ ଭଉଣୀ ସୁଭଦ୍ରା ମଧ୍ୟ ପୂଜା ପାଇଥାନ୍ତି। ରଥଯାତ୍ରା ସମୟରେ ଏହି ତିନି ଭାଇ ଓ ଭଉଣୀଙ୍କର ଅଲଗା ଅଲଗା ରଥ ରହିଥାଏ ଓ ସେଥିରେ ସେମାନେ ଯାତ୍ରା କରିଥାଆନ୍ତି। ରଥଯାତ୍ରାରେ ପଛରେ ଭଗବାନ ଜଗନ୍ନାଥଙ୍କ ରଥ ମଝିରେ ଭଉଣୀ ସୁଭଦ୍ରାଙ୍କ ରଥ ଓ ଆଗରେ ବଡ଼ଭାଇ ବଳରାମଙ୍କ ରଥ ଚାଲିଥାଏ।

ସବୁ ରଥର ରଙ୍ଗ ଭିନ୍ନ ଓ ଏହା ଭିନ୍ନ ଉଚ୍ଚତାରେ ମଧ୍ୟ ରହିଥାନ୍ତି। ଆପଣଙ୍କୁ ଜଣାଇଦେଉଛୁ କି, ଏହି ତିନୋଟି ରଥର ନାମ ମଧ୍ୟ ରହିଛି। ଭଗବାନ ବଳରାମଙ୍କ ରଥର ନାମ ତାଳଧ୍ୱଜ ଅଟେ ଓ ଏହାର ରଙ୍ଗ ଲାଲ ଏବଂ ସବୁଜ ହୋଇଥାଏ। ମାତା ସୁଭଦ୍ରାଙ୍କ ରଥର ନାମ ଦେବଦଳନ ଅଟେ ଯାହାର ରଙ୍ଗ ଲାଲ ଏବଂ କଳା ହୋଇଥାଏ। ସେହିପରି ଭଗବାନ ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ ଅଟେ ଯାହାର ରଙ୍ଗ ହଳଦିଆ ଓ ଲାଲ ଅଟେ।

ଆପଣଙ୍କୁ କହିଦେଉଛୁ କି, ପ୍ରତିବର୍ଷ ବନାଯାଇଥିବା ଏହି ରଥର ଉଚ୍ଚତା ପ୍ରାୟତଃ ସମାନ ଅଟେ। ଏଥିରେ ଭଗବାନ ଜଗନ୍ନାଥଙ୍କ ରଥର ଉଚ୍ଚତା 45.6 ଫୁଟ ଅଟେ, ବଡ଼ଭାଇ ବଳରାମଙ୍କ ରଥର ଉଚ୍ଚତା 45 ଫୁଟ ଅଟେ ସେହିପରି ମାତା ସୁଭଦ୍ରାଙ୍କ ରଥର ଉଚ୍ଚତା 44.6 ଫୁଟ ଅଟେ।

ଆପଣଙ୍କୁ ଜଣାଇଦେଉଛୁ କି, ରଥରେ ବ୍ୟବହୃତ କାଠ କଥା କହିବାକୁ ଗଲେ ଏଥିରେ ନିମ କାଠ ବ୍ୟବହୃତ ହୋଇଥାଏ ଯାହାକି ଔଷଧୀୟ ଗୁଣ ରହିବା ସହିତ ପବିତ୍ର ମାନାଯାଇଥାଏ। ଆପଣଙ୍କୁ ଜଣାଇଦେଉଛୁ ନିମ କାଠର ଚୟନ ଜଗନ୍ନାଥ ମନ୍ଦିର ସମିତି ଦ୍ୱାରା ତୟ କରାଯାଇଥାଏ। ଏହାମଧ୍ୟ ଜଣାଇଦେଉଛୁ କି, ରଥରେ କୌଣସି ପ୍ରକାରର କଣ୍ଟା ବ୍ୟବହାର ହୋଇନଥାଏ। ଏହାସହ ରଥରେ କୌଣସି ପ୍ରକାରର ଧାତୁ ବ୍ୟବହାର କରାଯାଇନଥାଏ। ରଥର କାଠ ଚୟନ ବସନ୍ତ ପଞ୍ଚମୀରେ ହେଉ ଥିବାବେଳେ ରଥ ପ୍ରସ୍ତୁତି ଆରମ୍ଭ ଅକ୍ଷୟ ତୃତୀୟା ବେଳକୁ ଆରମ୍ଭ ହୋଇଥାଏ।

ଏହାପରେ ରଥ ନିର୍ମାଣ କାର୍ଯ୍ୟ ସରିବା ପରେ ଏହାର ପୂଜାର୍ଚ୍ଚନା ପାଇଁ ମହାରାଜ ଗଜପତି ପାଲିଙ୍କିରେ ଆସିଥାନ୍ତି। ଏହି ପୂଜାକୁ ‘ଛେରା ପଂହରା’ ରୂପରେ ଜଣାଯାଇଥାଏ। ବହୁତ ବିଧିବଧ ସହିତ ପୂଜା କରାଯାଇଥାଏ ଓ ତିନୋଟି ରଥକୁ ସୁନାର ଝାଡୁରେ ସଫା କରାଯାଇଥାଏ। ଆଷାଢ଼ ମାସ ଶୁକ୍ଳ ପକ୍ଷ ଦ୍ଵିତୀୟ ତିଥିରେ ରଥଯାତ୍ରା ଢୋଲ, ନାଗାଡ଼,ତୁରହୀ ଓ ଶଙ୍ଖଧ୍ୱନି ସହିତ ଲୋକମାନେ ରଥକୁ ଭିଡନ୍ତି। ଯାହାକୁ ରଥ ଭିଡ଼ିବାର ସୌଭାଗ୍ୟ ମିଳିଥାଏ ତାକୁ ମହାଭାଗ୍ୟଶାଳୀ ମାନାଯାଇଥାଏ। ଏହାତ ରଥଯାତ୍ରା ର ଇତିହାସ ସମ୍ପର୍କରେ କିଛି କଥା ଥିଲା କିନ୍ତୁ ଏବେ ଆସନ୍ତୁ ଜାଣିବା ରଥଯାତ୍ରା କାହିଁକି ହୋଇଥାଏ ଓ ଏହାର ମହତ୍ୱ କଣ ରହିଛି?

144 ବର୍ଷ ପର୍ଯ୍ୟନ୍ତ ହୋଇନଥିଲା ପୂଜା:-

285 ବର୍ଷ ପରେ ଏହା ପ୍ରଥମଥର ହେବାକୁ ଯାଉଛି କି, ରଥଯାତ୍ରା ବିନା ଶ୍ରଦ୍ଧାଳୁଙ୍କ ସହିତ ହେବ। ଆପଣଙ୍କୁ ଜଣାଇଦେଉଛୁ କି, ଏକଦା ସମୟରେ ଆକ୍ରମଣକାରୀଙ୍କ ପାଇଁ ମନ୍ଦିର ପରିସର 144 ବର୍ଷ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏହାସହ ପୂଜାପାଠ ସହ ଜଡିତ ସମସ୍ତ କାର୍ଯ୍ୟ ମଧ୍ୟ ବନ୍ଦ ରହିଗଲା। କିନ୍ତୁ ଆଦ୍ୟ ଶଙ୍କରାଚାର୍ଯ୍ୟ ଏହି ପରମ୍ପରାକୁ ପୁଣି ଆରମ୍ଭ କଲେ ସେବେଠାରୁ ଏପର୍ଯ୍ୟନ୍ତ ବିଧିବଧ ଭାବରେ ଏହା ପାଳନ ହୋଇଆସୁଛି।

ଏମିତି ଆରମ୍ଭ ହୋଇଥିଲା ରଥଯାତ୍ରାର ଏହି ପରମ୍ପରା:-

ଏମିତି ମାନ୍ୟତା ରହିଛି କି, ଭଗବାନ କୃଷ୍ନଙ୍କ ଅବତାର ଜଗନ୍ନାଥ ଜୀଙ୍କ ରଥଯାତ୍ରା ପ୍ରାୟ 100ଟି ଯଜ୍ଞ ସହିତ ସମାନ ଅଟେ। ଏହାର ପ୍ରସ୍ତୁତି ଅକ୍ଷୟ ତୃତୀୟା ଦିନ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ରଥର ନିର୍ମାଣ କାର୍ଯ୍ୟ ହୋଇଥାଏ। ରଥଯାତ୍ରାର ଆରମ୍ଭକୁ ନେଇ ଏମିତି କଥା ପ୍ରଚଳନ ରହିଛି କି ରାଜା ଇନ୍ଦ୍ରଦ୍ୟୁମ୍ନ ନିଜର ପରିବାର ସହିତ ନୀଳାଚଳ ସାଗର ପାଖରେ ରହିଥାନ୍ତି। ଥରେ ତାଙ୍କୁ ସମୁଦ୍ରରେ ଏକ ବିଶାଳକାଠ ନଜର ଆସିଥିଲା। ତେବେ ସେ ଏହାକୁ ବିଷ୍ଣୁ ମୂର୍ତ୍ତି ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେହି ସମୟରେ ତାଙ୍କୁ ଜଣେ ବୃଦ୍ଧ ବଢ଼େଇ ନଜର ଆସିଥିଲେ ସେ ଆଉ କେହି ନୁହଁନ୍ତି ବରଂ ସେ ସ୍ୱୟଂ ବିଶ୍ଵକର୍ମା ଭଗବାନ ଥିଲେ।

ବଢ଼େଇ ଲଗାଇଲେ ରାଜାଙ୍କ ପାଖରେ ଅଜବ ପ୍ରକାରର ସର୍ତ୍ତ:-

ଆପଣଙ୍କୁ ଜଣାଇଦେଉଛୁ କି, ବଢ଼େଇ ଭଗବାନ ବିଶ୍ଵକର୍ମା ରାଜାଙ୍କୁ କହିଥିଲେ, ସେ ମୂର୍ତ୍ତ ତ ବନାଇଦେବେ କିନ୍ତୁ ତାଙ୍କର ଏକ ସର୍ତ୍ତ ରହିଛି। ଏମିତିରେ ରାଜା ପଚାରିଲେ ସର୍ତ୍ତ କଣ ରହିଛି? ସେତେବେଳେ ବଢ଼େଇ ଭଗବାନ ବିଶ୍ଵକର୍ମା କହିଥିଲେ କି, ମୁଁ ଯେଉଁଘରେ ମୂର୍ତ୍ତି ବନାଇବି ପୂର୍ଣ ନହେବା ପର୍ଯ୍ୟନ୍ତ ସେଠାକୁ ଯେମିତି କେହି ଆସିବେନାହିଁ। ରାଜା ତାଙ୍କର ଏହି ସର୍ତ୍ତକୁ ସ୍ୱୀକାର କରିଥିଲେ। କୁହାଯାଉଛି ଏବେ ଯେଉଁ ସ୍ଥାନରେ ଭଗବାନ ଜଗନ୍ନାଥଙ୍କ ମନ୍ଦିର ରହିଛି ସେଠାରେ ଏକ ଘରେ ଥିଲା ଯେଉଁଠାରେ ସେ ମୂର୍ତ୍ତି ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ରାଜାଙ୍କ ପରିଜନଙ୍କୁ ଏହି ସର୍ତ୍ତ ବିଷୟରେ ଜଣାନଥିଲା।

ଏହାପରେ ରାଜା ଭୁଲିଯାଇଥିଲେ ସର୍ତ୍ତ:-

ଏକ କଥା ଅନୁସାରେ, ରାଣୀ ଭାବିଥିଲେ କେତେଦିନ ହେଲାଣି କବାଟ ବନ୍ଦ ରହିଛି ଓ ବଢ଼େଇକୁ ଭୋକ ହେଉନି! କିଛି ହୋଇଯାଇନି ଟ ଆଉ। ଏହା ଭାବି ରାଣୀ ରାଜାଙ୍କୁ କହିଲେ ବୃଦ୍ଧ ବଢ଼େଇକୁ ଜଳପାନ କରାଇବାକୁ, ରାଣୀଙ୍କ ଏହିକଥା ଶୁଣି ରାଜା ନିଜର ସର୍ତ୍ତ ଭୁଲିଗଲେ ଓ ସେ ଦ୍ୱାରା ଖୋଲିବାକୁ ଆଦେଶ ଦେଲେ। କୁହାଯାଏ ରାଜା କବାଟ ଖୋଲିବାପରେ ବୃଦ୍ଧ ବଢ଼େଇ ମିଳିନଥିଲା। କିନ୍ତୁ ସେଠାରେ ତାଙ୍କୁ ଅର୍ଧନିର୍ମିତ ଭଗବାନ ଜଗନ୍ନାଥ, ସୁଭଦ୍ରା ଓ ବଳଭଦ୍ରଙ୍କ କାଠ ମୂର୍ତ୍ତି ମିଳିଥିଲା।

ସେବେଠାରୁ ହେଉଛି ରଥଯାତ୍ରା:-

କଥା ଅନୁସାରେ, ଅଧୁରା ମୂର୍ତ୍ତିକୁ ଦେଖି ରାଜା ଓ ରାଣୀଙ୍କୁ ବହୁତ ଦୁଃଖ ହୋଇଥିଲା। ଏହାପରେ ଶୂନ୍ୟରୁ ବାଣୀ ଆସିଥିଲା କି, ଆମେ ଏହିପରି ଭାବରେ ରହିବାକୁ ଚାହୁଁଛୁ ଓ ଏମିତି ଆମକୁ ପୂଜା ପାଇଁ ସ୍ଥାପିତ କରନ୍ତୁ। ଆଜି ମଧ୍ୟ ସେହି ଅଧୁରା ଓ ସୁସଜ୍ଜିତ ମୂର୍ତ୍ତି ହୋଇ ମନ୍ଦିରରେ ପୂଜା ପାଉଛନ୍ତି। କଟଗାଁ ଏମିତି ରହିଛି କି, ଭଗବାନ ଜଗନ୍ନାଥ ଓ ବଳରାମ ଭଉଣୀ ସୁଭଦ୍ରାଙ୍କ ଦ୍ୱାରକା ଯିବା ଇଛା ପୂରଣ କରିବାପାଇଁ ଅଲଗା ଅଲଗା ରଥରେ ଯାତ୍ରା କରିଥିଲେ। ସେବେଠାରୁ ମାତା ସୁଭଦ୍ରାଙ୍କ ସ୍ମୃତିରେ ଏହି ରଥଯାତ୍ରା ପାଳନ କରାଯାଏ।

ଏହା ହେଉଛି ରଥଯାତ୍ରାର ସାମିଲ ହେବାର ମହିମା:-

ରଥଯାତ୍ରା ଏକ ଏମିତି ପର୍ବ ଅଟେ ଯେଉଁଥିରେ ଭଗବାନ ଜଗନ୍ନାଥ ଚାଲିଚାଲି ଆସି ନିଜ ଭକ୍ତଙ୍କ ଦୁଃଖକୁ ଦୂର କରିଥାନ୍ତି। ଏହାର ମହତ୍ୱ ଶାସ୍ତ୍ର ଓ ପୁରାଣରେ ମଧ୍ୟ କୁହାଯାଇଛି। ସ୍କନ୍ଦ, ପୁରାଣରେ ସ୍ପଷ୍ଟ କୁହାଯାଇଛି କି, ଯେଉଁ ବ୍ୟକ୍ତି ରଥଯାତ୍ରାରେ ସାମିଲ ହୋଇ ଗୁଣ୍ଡିଚା କ୍ଷେତ୍ରକୁ ଆସିଥାନ୍ତି ସେମାନେ ଜୀବନ ମରଣ ଚକ୍ରରୁ ହୋଇଯାଆନ୍ତି। ଯେଉଁ ବ୍ୟକ୍ତି ଏହି ସମୟରେ ପ୍ରଣାମ କରି ଧୂଳି ବାଲି ହୋଇଯାଇଥାଏ ତାକୁ ସିଧା ଭଗବାନ ଶ୍ରୀ ବିଷ୍ଣୁଙ୍କ ଧାମ ମିଳିଥାଏ। ଏହାପରେ ଯେ ରଥର ଦକ୍ଷିଣ ଦିଗରୁ ଆସି ଦର୍ଶନ କରିଥାନ୍ତି ତାଙ୍କୁ ମୋକ୍ଷ ମିଳିଥାଏ।

କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ରଥଯାତ୍ରା ହୋଇଥାଏ:-

ଆପଣଙ୍କୁ ଜଣାଇଦେଉଛୁ ଉତ୍କଳ କ୍ଷେତ୍ର ବ୍ୟତୀତ ଭଗବାନ ଜଗନ୍ନାଥଙ୍କ ଏହି ଯାତ୍ରା ମଧ୍ୟ ଗୁଜୁଟାତ, ଆସାମ, ଜାମ୍ମୁ, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଅମୃତସର, ଭୋପାଲ, ବନାରସ ଓ ଲକ୍ନୌରେ ମଧ୍ୟ ହୋଇଥାଏ। ଏତିକି ମଧ୍ୟ ନୁହେଁ ଏହି ରଥଯାତ୍ରାବାଂଲାଦେଶ, ସାନ ଫ୍ରାନ୍ସଇକୋ ଓ ଲଣ୍ଡନରେ ମଧ୍ୟ ହୋଇଥାଏ। ସୂଚନା ମୁତାବିକ, ଏହି ରଥଯାତ୍ରା ଗତକାଲି ଜୁନ 12 ତାରିଖରେ ହେବାକୁ ଯାଉଛି।

Leave a Reply

Your email address will not be published. Required fields are marked *