ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଶୀଘ୍ର ଖୋଲନ୍ତୁ ଖାତା, ମିଳିବ ଏକ ଲକ୍ଷ ଟଙ୍କାରୁ ଅଧିକ ଫାଇଦା, ଜାଣନ୍ତୁ ଏହା ଉପରେ ସମ୍ପୂର୍ଣ୍ଣ ସୂଚନା

ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ଯଦି ଆପଣ ନିଜର ଖାତା ଖୋଲିନାହାନ୍ତି, ତେବେ ଏହା ଆପଣ ବହୁତ ବଡ଼ ଭୁଲ କରିଛନ୍ତି, କାରଣ ଏହି ଯୋଜନା ଲୋକମାନଙ୍କ ପାଇଁ ବରଦାନ ଭଳି ପ୍ରମାଣିତ ହେଉଛି | ଏହି ଯୋଜନାରେ ବଂଚିତ ଲୋକମାନେ ନିଜ ଖାତା ସହଜରେ ଖୋଲିପାରିବେ, ଯାହାର ବଡ଼ ସ୍ତରର ଫାଇଦା ମଧ୍ୟ ମିଳୁଛି | ପିଏମ ଜନଧନ ଯୋଜନା ସହିତ ଜଡିତ ଲୋକମାନଙ୍କୁ ଏକ ବୀମା ମଧ୍ୟ ଦିଆଯାଉଛି |

ଜାଣନ୍ତୁ କଣ ଅଟେ ଏହି ଜନଧନ ଯୋଜନା :-

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ସବୁଠାରୁ ଜନ କଲ୍ୟାଣକାରୀ ଆର୍ଥିକ କାର୍ଯ୍ୟକ୍ରମ ଅଟେ, ଯାହାକି ବ୍ୟାଙ୍କିଙ୍ଗ/ସଂଚୟ ତଥା ଜମା ଖାତା, ରିମିଟାନ୍ସ, ଋଣ, ବୀମା, ପେନସନ ପର୍ଯ୍ୟନ୍ତ ପ୍ରବେଶକୁ ସୁନିଶ୍ଚିତ କରିଥାଏ | ଏହି ଆକାଉଣ୍ଟ ଯେକୌଣସି ବ୍ୟାଙ୍କ ଶାଖା କିମ୍ବା ବ୍ୟବସାୟ ସମ୍ବାଦଦାତା (ବ୍ୟାଙ୍କ ମିତ୍ର) ଆଉଟଲେଟରେ ଖୋଲାଯାଇପାରିବ | PMJDY ଖାତା ଜିରୋ ବାଲାନ୍ସ ସହିତ ଖୋଲାଯାଉଛି |

ଜାଣନ୍ତୁ କେତେ ମିଳିଥାଏ ଫାଇଦା :-

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଖୋଲାଯାଇଥିବା ଆକାଉଣ୍ଟରେ ଆକାଉଣ୍ଟଧାରୀଙ୍କୁ ମୋଟ ୧.୩୦ ଲକ୍ଷ ଟଙ୍କା ଫାଇଦା ଦିଆଯାଇଥାଏ | ଏଥିରେ ଦୁର୍ଘଟଣା ବୀମା ମଧ୍ୟ ଦିଆଯାଇଛି | ଆକାଉଣ୍ଟଧାରୀଙ୍କୁ ୩୦,୦୦୦ ଟଙ୍କା ସାଧାରଣ ବୀମା ସହିତ ୧,୦୦,୦୦୦ ଟଙ୍କା ଦୁର୍ଘଟଣା ବୀମା ଦିଆଯାଇଥାଏ |

ଏପରି ପରିସ୍ଥିତିରେ ଯଦି ଖାତାଧାରକଙ୍କ ଆକ୍ସିଡେଣ୍ଟ ହୋଇଯାଏ, ତେବେ ୩୦,୦୦୦ ଟଙ୍କା ଦିଆଯାଏ | ଯଦି ଏହି ଦୁର୍ଘଟଣାରେ ଆକାଉଣ୍ଟ ହୋଲଡ଼ରଙ୍କର ମୃତ୍ୟୁ ହୋଇଯାଏ ତେବେ ୧ ଲକ୍ଷ ଟଙ୍କା ଦିଆଯାଏ | ଅର୍ଥାତ ମୋଟ ମିଶାଇ ୧.୩୦ ଲକ୍ଷ ତାଙ୍କର ଫାଇଦା ମିଳିଥାଏ |

ଏହି ଡକ୍ୟୁମେଣ୍ଟ ଦ୍ୱାରା ଖୋଲିଥାଏ ଖାତା :-

ଜନଧନ ଖାତା ଖୋଲିବା ପାଇଁ KYC ଅଧୀନରେ ଡକ୍ୟୁମେଣ୍ଟଗୁଡିକର ଯାଞ୍ଚ ଆବଶ୍ୟକ ଅଟେ | ଜନଧନ ଖାତା ଏହି ଡକ୍ୟୁମେଣ୍ଟ ବ୍ୟବହାର କରି ଖୋଲାଯାଇପାରିବ | ଆଧାର କାର୍ଡ, ପ୍ୟାନ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ଭୋଟର ଆଇଡି କାର୍ଡ, ପାସପୋର୍ଟ, ମନରେଗା ଜବ କାର୍ଡ |

ଏହା ହେଉଛି ଫାଇଦା :-

– ଖାତାରେ ମିନିମମ ବାଲାନ୍ସ ରଖିବାର ଅସୁବିଧା ନାହିଁ |

– ସେଭିଙ୍ଗ ଆକାଉଣ୍ଟ ଯେତେ ମିଳିବ ରହିବ ସୁଧ |

– ମୋବାଇଲ ବ୍ୟାଙ୍କିଙ୍ଗ ସୁବିଧା ମଧ୍ୟ ରହିବ ଫ୍ରି |

– ପ୍ରତ୍ୟେକ ୟୁଜରଙ୍କୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା କଭର 

– ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଓଭରଡ୍ରାଫ୍ଟ ସୁବିଧା |

– କ୍ୟାସ ନେବା ଏବଂ ସପିଂ ପାଇଁ RuPay କାର୍ଡ ମିଳିଥାଏ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *