ଅନଲକ ହେବ ଓଡିଶା : କରୋନା ସଂକ୍ରମଣ କମୁଥିବା ଜିଲ୍ଲାରେ କଟକଣା କୋହଳ ହେବ

ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ ସଂଖ୍ୟା। ରାଜ୍ୟରେ ଅନଲକ ପାଇଁ ସରକାର ସବୁଦିଗରୁ ବି-ଚାର କରି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଅନଲକ ପାଇଁ ସମସ୍ତ ଜିଲ୍ଲାଗୁଡିକରେ ୩ଟି ଜୋନରେ ବିଭକ୍ତ କରି ସଂକ୍ରମଣ ହାର ଉପରେ ନଜର ରଖାଯାଇଛି। ଆଉ ୧୭ ତାରିଖ ପରେ ଏହି ସମ୍ପର୍କରେ ଖୁବଶିଘ୍ର ବୈଠକ ବସାଇ ନିଷ୍ପତ୍ତି ନିଆଯିବ। ୧୦ ପ୍ରତିଶତ ଉପରେ ଥିବା ସଂକ୍ରମଣ ହାର ଜିଲ୍ଲା ଗୁଡିକରେ କଟକଣା ସେହିପରି ରହିବ। ଆଉ ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହୁଛି ସେହି ଜିଲ୍ଲା ଗୁଡ଼ିକରେ କିଛି କଟକଣା କୋହଳ କରାଯିବ। ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ କହିବା ଅନୁଯାୟୀ,ଶେଷ ନିଷ୍ପତ୍ତି ସରକାର ହିଁ ନେବେ। ସବୁ ଜିନିଷ ଉପରେ ନଜର ରଖି ଏହି ନିଷ୍ପତ୍ତି ନିଆଯିବ।

ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ କହିବା ଅନୁସାରେ, ରାଜ୍ୟରେ କିଛି କଟକଣା କୋହଳ ହେବା ସହିତ କିଛି କଟକଣା ବଳବତ୍ତର ରହିବ। ଯଦି ଲୋକମାନେ ଏହାର ସଠିକ ବ୍ୟବହାର ନକରିବେ ତାହେଲେ ଆଉଥରେ କଟକଣା ଲଗାଯିବ। ଅନୁଗୁଳ ଜିଲ୍ଲା,କଟକ ଜିଲ୍ଲା,ଖୋର୍ଦ୍ଧା ଜିଲ୍ଲା, ଯାଜପୁର ଜିଲ୍ଲା ଭଳି କିଛି ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି। କିନ୍ତୁ, କିଛିଦିନ ହେଲାଣି ପଶ୍ଚିମ ଓଡିଶାରେ ସଂକ୍ରମଣ ହାର କମିବାରେ ଲାଗିଛି। ଆଉ ଅନ୍ୟ ଜିଲ୍ଲା ଗୁଡିକରେ ସଂକ୍ରମିତଙ୍କ ସଂଖ୍ୟା ମଝି ମଝିଆ ରହୁଛି।ସରକାର ସବୁ ଦିଗକୁ ବି-ଚାର କରି କଟକଣା କୋହଳ ପାଇଁ ନିଷ୍ପତ୍ତି ନେବେ। ଯାଜପୁର ଜିଲ୍ଲା,ଖୋର୍ଦ୍ଧା ଜିଲ୍ଲା,କଟକ ଜିଲ୍ଲା,ଅନୁଗୁଳ ଜିଲ୍ଲା ଭଳି ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ଅଧିକ ରହୁଛି। ସେଥିପାଇଁ ସେହି ଜିଲ୍ଲା ଗୁଡ଼ିକରେ ସ୍ପେଶାଲ ଷ୍ଟାଟ୍ରେଜି କରାଯିବ ବୋଲି ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ମୃ-ତ୍ୟୁ ସଂଖ୍ୟା ବଢିବା ପଛରେ ଦୁଇଟି କାରଣ ରହିଛି। ପୂର୍ବ କେ-ସ ଲୋଡ଼ ଏବଂ ବର୍ତ୍ତମାନ କିଛି ଲୋକ କ୍ରିଟିକାଲ ଥିବାପାଇଁ ମୃ-ତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। କିନ୍ତୁ ଏଥିପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ୬୨ ପ୍ରତିଶତ ରୋଗୀ ଆଇସିୟୁ ଓ ୬୨ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି। ବର୍ତ୍ତମାନ ବି କିଛି ଲୋକ ସିରିୟସ ଅଛନ୍ତି। ତେଣୁ ତାଙ୍କର ଆଉଟ କମ ହିଁ କହିବ ଆଗକୁ କଣ ରହିବ ମୃ-ତ୍ୟୁ ସଂଖ୍ୟା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *