Odisha Police Recruitment : ୪୭୭ ସବ୍ ଇନ୍ସପେକ୍ଟର ଓ ୨୪୪ କନଷ୍ଟେବଲ ପଦବୀ ପାଇଁ ବିଜ୍ଞପ୍ତି,କିନ୍ନରମାନେ ମଧ୍ୟମାନେ ଆବେଦନ କରିପାରିବେ

ଓଡ଼ିଶା ପୋଲିସ୍‌ରେ ଚାକିରି କରିବାକୁ ଆଶା କରୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡିଶା ପୋଲିସରେ ସବ୍ ଇନ୍ସପେକ୍ଟର(ଏସଆଇ) ଓ କନଷ୍ଟେବଲ(କମ୍ୟୁନିକେସନ୍) ପଦବୀ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁଥିରେ ୪୭୭ଟି ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ, ୨୪୪ଟି କନଷ୍ଟେବଲ(କମ୍ୟୁନିକେସନ୍) ପଦବୀ ବିଷୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତିକି, ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ ଜୁଲାଇ ୧୫ ତାରିଖ ସୁଦ୍ଧା ଆବେଦନ କରିପାରିବେ।

odisha police

ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖାଯାଇଛି। ଚଳିତବର୍ଷର ପରୀକ୍ଷା ଢାଞ୍ଚାରେ ଏହିସବୁ ପରିବର୍ତ୍ତନ କରାଯାଇଛି। ଚଳିତବର୍ଷ ୩ଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ପୋଲିସ ଡିଜି ଅଭୟ କହିଛନ୍ତି। ସବୁଠାରୁ ବଡ଼କଥା ହେଉଛିକି, ଚଳିତ ବର୍ଷ କିନ୍ନରମାନେ ମଧ୍ୟ ସବ୍‌ ଇନ୍ସପେକ୍ଟର ଓ କନଷ୍ଟେବଳ ପଦବୀ ପାଇଁ ଆବେଦନ କରିପାରିବେ।

Leave a Reply

Your email address will not be published. Required fields are marked *