ମମତା ବାନାର୍ଜୀଙ୍କ ବାହାଘର,କଣ ରହିଛି ପୁରା ରହସ୍ୟ

ତାମିଲନାଡୁର ସେଲମ ଜିଲ୍ଲାରୁ ଏକ ଏପରି ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ବିବାହ ଚର୍ଚ୍ଚାର ବିଷୟ ପାଲଟିଛି | ଏହି ବିବାହ ବର-କନ୍ୟାଙ୍କ କୌତୂହଳୀପୂର୍ଣ୍ଣ ନାମ କାରଣରୁ ଚର୍ଚ୍ଚାରେ ରହିଛି | ଏହି ବିବାହରେ ବରର ନାମ ‘ସମାଜବାଦ’ ଏବଂ କନ୍ୟାର ନାମ ‘ମମତା ବାନାର୍ଜୀ’ ଅଟେ |

ବାସ୍ତବରେ ଏହି ବିବାହ ତାମିଲନାଡୁର ସେଲମ ଜିଲ୍ଲାରେ ହେଉଛି | ଏଠାରେ ‘ସମାଜବାଦ’ଙ୍କ ବିବାହ ‘ମମତା ବାନାର୍ଜୀ’ ଙ୍କ ସହିତ ସ୍ଥିର ହୋଇଛି | ଏହି ବିବାହ ବିଷୟରେ ଲୋକମାନେ ସେତେବେଳେ ଜାଣିଲେ, ଯେତେବେଳେ ଏହାର ନିମନ୍ତ୍ରଣ କାର୍ଡ ସୋସିଆଲ ମିଡିଆରେ ଭାଇରଲ ହୋଇଗଲା | ନିମନ୍ତ୍ରଣ ଭାଇରଲ ହେବାପରେ ସମସ୍ତଙ୍କର ଧ୍ୟାନ ଏହି ବିବାହ ଟାଣିନେଲା |

ସମାଜବାଦ ନାମକ ବର ଏବଂ ମମତା ବାନାର୍ଜୀ ନାମକ କନ୍ୟାର ବିବାହ ଏହି ରବିବାର ଦିନ ହେଉଛି | କୌତୂହଳୀପୂର୍ଣ୍ଣ କଥା ଏହା ଯେ ଜିଲ୍ଲାର ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସଚିବ ଏ.ମୋହନଙ୍କ ପୁଅର ନାମ ସମାଜବାଦ ଅଟେ ଏବଂ ଏହି ବିବାହ ତାଙ୍କର ହିଁ ହେଉଛି |

ସମାଜବାଦ ମୋହନଙ୍କର ତୃତୀୟ ପୁଅ ଅଟେ | ତାଙ୍କର ଅନ୍ୟ ଦୁଇଜଣ ପୁଅର ନାମ ସାମ୍ୟବାଦ ଏବଂ ଲେନିନବାଦ ଅଟେ | ୨୦୧୬ ମସିହାରେ ଏକ କମ୍ୟୁନିଷ୍ଟ ପରିବାରରୁ ମୋହନ ଜନକଲ୍ୟାଣ ଗଠବନ୍ଧନ ତରଫରୁ ବୀରପାଣ୍ଡି ନିର୍ବାଚନ ଅଂଚଳରେ ନିର୍ବାଚନ ଲଢ଼ିଥିଲେ |

ମୋହନଙ୍କ ପରିବାର ସିପିଆଇର ଜଣେ ଦୃଢ ସମର୍ଥକ ଅଟନ୍ତି, ବର୍ତ୍ତମାନ ତାଙ୍କ ପୁଅ ସହିତ ବୋହୂଙ୍କ ନାମ ମଧ୍ୟ ଏପରି ହିଁ ମିଳିଗଲା | କନ୍ୟା ବିଷୟରେ କହିବାକୁ ଗଲେ, ସେ ମୋହନଙ୍କ ସମ୍ପର୍କୀୟଙ୍କ ଝିଅ ଅଟେ | କନ୍ୟାର ପରିବାର କଂଗ୍ରେସ ସମର୍ଥକ ଅଟନ୍ତି, ତାଙ୍କ ନାମ ମମତା ବାନାର୍ଜୀ ଅଟେ |

ବର୍ତ୍ତମାନ ଏହି ବିବାହ କେବଳ ତାମିଲନାଡୁରେ ହିଁ ନାହିଁ ବରଂ ପୁରା ଦେଶରେ ଚର୍ଚ୍ଚିତ ହୋଇସାରିଛି | ବର ଏବଂ କନ୍ୟାର ନାମ ମଧ୍ୟ ଚର୍ଚ୍ଚିତ ହୋଇଛି | ବର୍ତ୍ତମାନ ଲୋକମାନେ ଏହା ମଧ୍ୟ ଚର୍ଚ୍ଚା କରିବାକୁ ଆରମ୍ଭ କରିଛନ୍ତି ଯେ ରବିବାର ଦିନ ହେବାକୁ ଯାଉଥିବା ଏହି ବିବାହରେ କେଉଁ କେଉଁ ଅତିଥି ସାମିଲ ହେବେ |

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *