ଚିନ୍ତାରେ ଇମରାନ୍ : ପାକିସ୍ତାନରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଗଧଙ୍କ ସଂଖ୍ୟା ,ଗଧ ସଂଖ୍ୟା ବଢିବା ପଛରେ କେଉଁ ଦେଶର ହାତ ?

ପାକିସ୍ତାନରେ ଲଗାତାର ଭାବେ ଗଧଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି, ଯାହା ପାକିସ୍ତାନର ପ୍ରଧାନ ମନ୍ତ୍ରୀ ଇମରାନ୍ ଖାନଙ୍କ ପାଇଁ ଚିନ୍ତାର ବିଷୟ ସାଜିଛି। ସେ କହିଛନ୍ତି ଯେ ଏଥିରେ ଚୀନର ସାହାଯ୍ୟ ନେବେ ବୋଲି କାରଣ ଚୀନରେ ମଧ୍ୟ ଗଧଙ୍କ ସଂଖ୍ୟା ଅଧିକ ଏବଂ ଚାହିଦା ମଧ୍ୟ ଅଧିକ।

ପଡୋଶୀ ଦେଶ ପାକିସ୍ତାନରେ ଏହି ସମୟରେ ଏକ ଅଜବ ପରିସ୍ଥିତି ଉପୁଜିଛି। ଏହି ଦେଶରେ ୩ ରୁ ୪ ବର୍ଷ ହେବ ଗଧଙ୍କ ସଂଖ୍ୟା ଏତେ ବୃଦ୍ଧି ପାଇଛି ଯେ ଯାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ ସାଜିଛି। ଦେଶର ପ୍ରଧାନ ମନ୍ତ୍ରୀ ଇମରାନ୍ ଖାନ୍ ମଧ୍ୟ ଜାଣି ପରୁନାହନ୍ତି କି ବଢୁଥିବା ଗଧଙ୍କୁ କିପରି ଭାବେ ବ୍ୟବହାର କରାଯିବ। ଏବେ ଗଧଙ୍କ ସମସ୍ୟାର ଫଳ ପାଇବା ଚୀନ୍ ଆଡ଼କୁ ନଜର ରଖିଛନ୍ତି କାରଣ ଚୀନ ପାଖରେ ଏହି ସମସ୍ୟାର ଫଳ ଅଛି।

ପାକିସ୍ତାନରେ ଚଳିତ ବର୍ଷ ୨୦୨୦-୨୧ ରେ ଗଧଙ୍କ ସଂଖ୍ୟା ବୃଦ୍ଧି ପାଇ ୫୬ ଲକ୍ଷରେ ପହଞ୍ଚିଲାଣି। ଏହିକଥା ପାକିସ୍ତାନର ଇକୋନୋମି ସର୍ଭେରୁ ଜଣାପଡ଼ିଛି। ସର୍ଭେ ଅନୁସାରେ ଦେଶରେ ଘୋଡ଼ା, ଖଚର୍, ଓଟ,ଛେଳି ଓ ମେଣ୍ଢାଙ୍କ ସଂଖ୍ୟା ବୃଦ୍ଧି ପାଇଛି ଏହା ଘୋଡ଼ା ଏବଂ ଖଚରଙ୍କ ସଂଖ୍ୟା ଠାରୁ ଅଧିକ। ଏମିତି ଲାଗୁଛି ଯେ ପାକିସ୍ତାନର ଲୋକମାନେ ପଇସା କମେଇବା ପାଇଁ ଗଧଙ୍କ ମୁହଁ ଦେଖୁଛନ୍ତି।

ତାଜା ସର୍ଭେରୁ ଜଣାପଡ଼ିଛି ଯେ ପାକିସ୍ତାନ ରେ ଗଧ ଙ୍କ ସଂଖ୍ୟା ୫୫ ଲକ୍ଷେ ରୁ ୫୬ ଲକ୍ଷକୁ ବୃଦ୍ଧି ପାଇଛି। ସେହିଠାରେ ମଇଁଷିଙ୍କ ସଂଖ୍ୟା ୪.୨୪ କୋଟି ଏବଂ ଛେଳିଙ୍କ ସଂଖ୍ୟା ୮ କୋଟି ବୃଦ୍ଧିପାଇଛି। କିନ୍ତୁ ଘୋଡ଼ା ଏବଂ ଖଚରଙ୍କ ସଂଖ୍ୟା ବଢ଼ିନାହିଁ। ପାକିସ୍ତାନ ସମ୍ମୁଖରେ ଏକ ବଡ଼ ସମସ୍ୟା ଗଧଙ୍କ ବୃଦ୍ଧି ପାଉଥିବା ସଂଖ୍ୟାର ସମାଧାନ ଖୋଜିବା। ସେମିତିରେ ପାକିସ୍ତାନ ଗଧଙ୍କୁ ଚୀନ୍ ରେ ବିକ୍ରି କରିବ। ପ୍ରକୃତରେ ଚୀନ୍ ରେ ଗଧଙ୍କ ବ୍ୟବହାର ପାରମ୍ପରିକ ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରା ଯାଇଥାଏ। ଗଧଙ୍କ ଚର୍ମରୁ ଜିଲେଟିନ ତିଆରି କରନ୍ତି। ଯାହାର ବ୍ୟବହାର ଚୀନ୍ ରେ Immunity Booster ପାଇଁ କରାଯାଇଥାଏ। ଚୀନ୍ ରେ ଗଧଙ୍କୁ କିଣା ଯାଇଥାଏ। ଏହି କାରଣ ଅଟେ କି ପାକିସ୍ତାନରେ ଗଧ ପଳିବାର ଧନ୍ଦା ବୃଦ୍ଧି ପାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

 

Leave a Reply

Your email address will not be published. Required fields are marked *