ଆଣ୍ଡ୍ରେ ରସଲଙ୍କ ମୁଣ୍ଡରେ ବାଜିଲା ବଲ,ହସ୍ପିଟାଲରେ ଭର୍ତି

ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ଆଣ୍ଡ୍ରେ ରସଲ ପାକିସ୍ତାନ ସୁପର ଲିଗ୍ (ପିଏସଏଲ)ରେ ଖେଳିବାବେଳେ ଆହତ ହୋଇଥିଲେ। ରସଲ ଶୁକ୍ରବାର ଦିନ ପିଏସଏଲ-୨୦୨୧ରେ ତାଙ୍କର ପ୍ରଥମ ମ୍ୟାଚ ଖେଳୁଥିଲେ। କ୍ୱେଟା ଗ୍ଲାଡିଏଟର୍ସର ବ୍ୟାଟ୍ସମ୍ୟାନ ରସଲଙ୍କ ଇସଲାମାବାଦ ୟୁନାଇଟେଡ ବୋଲର ମହମ୍ମଦ ମୁସାଙ୍କ ବୋଲ ଦ୍ୱାରା ମୁଣ୍ଡରେ ଆଘାତ ଲାଗିଥିଲା।

ମୁଣ୍ଡରେ ଆଘାତ ଲାଗିବା ପରେ ରସଲ ଏକ କଙ୍କଶନରେ ପୀଡିତ ହୋଇଥିଲେ। ଏହି ଘଟଣା କ୍ୱେଟା ଇନିଂସର ୧୪ତମ ଓଭରରେ ଘଟିଛି। ରସଲ ମୁସାଙ୍କ ବୋଲରେ ଏହି ଓଭରରେ କ୍ରମାଗତ ଦୁଇଟି ଛକା ମାରିଥିଲେ। କିନ୍ତୁ ସେ ମୁସାଙ୍କ ପରବର୍ତ୍ତୀ ବଲ, ଯାହାକି ବାଉନ୍ସର ଥିଲା, ତାକୁ ଜାଣିପାରିଲେ ନାହିଁ। ବଲ ତାଙ୍କ ହେଲମେଟରେ ଲାଗିଥିଲା। ବଲ ମୁଣ୍ଡରେ ବାଜିବା ମାତ୍ରେ ଫିଜିଓ ରସଲଙ୍କୁ ଯାଞ୍ଚ କରିବାକୁ ପଡ଼ିଆକୁ ଆସିଥିଲେ।

ରସଲ ଏହାପରେ ବ୍ୟାଟିଂ ଜାରି ରଖିଥିଲେ। କିନ୍ତୁ ପରବର୍ତ୍ତୀ ବଲରେ ଆଉଟ ହୋଇଯାଇଥିଲେ। ରସଲ ୬ଟି ବଲରେ ୧୩ରନ କରିବା ପରେ ପେଭିଲିୟନକୁ ଫେରିଥିଲେ। ୩୪ ବର୍ଷୀୟ ରସଲଙ୍କୁ ଏକ ଷ୍ଟ୍ରେଚରରେ ପଡ଼ିଆରୁ ନିଆଯାଇଥିଲା। ତାଙ୍କୁ ପରେ ଡାକ୍ତରଖାନା ନିଆଯାଇଥିଲା।

ରସଲ ଫିଲ୍ଡିଂ ସମୟରେ ମଧ୍ୟ ପଡ଼ିଆକୁ ଆସି ନଥିଲେ। ତାଙ୍କ ସ୍ଥାନରେ ନସିମ ଶାହା ରହିଥିଲେ। ନାସିମଙ୍କୁ ରସଲଙ୍କ ସ୍ଥାନ ନେଇଥିବା ନିଷ୍ପତ୍ତି ଇସଲାମାବାଦ ଦଳ ପସନ୍ଦ କରୁନଥିଲେ। କ୍ୟାପଟେନ ଶାଦବ ଖାନ ତାଙ୍କ ଦଳର ବ୍ୟାଟିଂ ଆରମ୍ଭ ହେବା ପୂର୍ବରୁ ଅମ୍ପାୟାର ଆଲେମ ଦାରଙ୍କ ସହ କଥା ମଧ୍ୟ ହୋଇଥିଲେ।

ଜଣାଇଦେଉଛୁକି, ଲାଇଫ ଟୁ ଲାଇଫ ରିପ୍ଲେସମେଣ୍ଟର ନିଷ୍ପତ୍ତି ମ୍ଯାଚ ରେଫେରି କରିଥିଲେ। ଶାହଙ୍କୁ ଏହି କାରଣରୁ ପଡିଆକୁ ଉଲ୍ହାଗଲା କାରଣ ରସଲ ଚାରି ଓଭର ବୋଲିଂ କରିପାରିନଥିଲେ।

ମ୍ୟାଚ ବିଷୟରେ କଥାବାର୍ତ୍ତା କରି ରସଲଙ୍କ ଦଳ କ୍ୱେଟା ଗ୍ଲାଡିଏଟର୍ସଙ୍କୁ ଏକ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ପ୍ରଥମେ ବ୍ୟାଟିଂ କରି କ୍ୱେଟା ଗ୍ଲାଡିଏଟର୍ସ ୧୩୩ରନ କରିଥିଲେ। ଇସଲାମାବାଦ ୧୩୪ ରନର ଲକ୍ଷ୍ୟକୁ ୧୦ ଓଭରରେ ହାସିଲ କରିଥିଲା। କୋଲିନ ମନୋର ୯୦ରନର ଇନିଂସ ଖେଳିଥିଲେ।

କ୍ଵେଟା ଗ୍ଲାଡିଏଟର୍ସର ଆଗାମୀ ମ୍ଯାଚ ଶନିବାର, ୧୨ ଜୁନ ଦିନ ପେଶାବର ଜଲ୍ମୀଙ୍କ ବିରୁଦ୍ଧରେ ରସଲଙ୍କର ଖେଳିବା ସସ୍ପେଣ୍ଡ ଅଟେ। କ୍ଵେଟାଙ୍କ ନିକଟରେ ବିଦେଶୀ ଖେଳଳୀଙ୍କ ରୂପରେ କେମରନ ଡେଲପାର୍ଟ ଓ ଜାହିର ଖାନ ବିକଳ୍ପ ଅଛନ୍ତି। ଦଳ ରସଲଙ୍କ ବଦଳରେ ଏହି ଦୁଇଜଣଙ୍କ ମଧ୍ୟରୁ କୌଣସି ଜଣଙ୍କୁ ସୁଯୋଗ ଦେଇପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋ ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ

Leave a Reply

Your email address will not be published. Required fields are marked *