ଅଭିଷେକ ମହାପାତ୍ରଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ଅଭିନେତ୍ରୀ ଝିଲିକ ଭଟଚାର୍ଯ୍ୟା , ଦେଖନ୍ତୁ ଏକ ଭିଡ଼ିଓ ପୋଷ୍ଟ ମାଧ୍ୟମରେ କଣ କହିଲେ ?

ଗତ ଦୁଇ ମାସ ମଧ୍ୟରେ କରୋନା ରାଜ୍ୟରେ ବିଭୀଷିକା ରଚିଛି। କରୋନାର ପ୍ରଥମ ଲହର ଅପେକ୍ଷା ଦ୍ଵିତୀୟ ଲହରରେ ରୋଗୀମାନଙ୍କର ସଂକ୍ରମଣ ବୃଦ୍ଧି କରିବା ସହ ମୃତ୍ୟୁରହାରକୁ ମଧ୍ୟ ବଢାଇଥିଲା। ଏପରି ପରିସ୍ଥିତିରେ ଅନେକ ରୋଗୀ ବର୍ତ୍ତମାନ ଜୀବନ ମୃତ୍ୟୁ ସହ ଲଢ଼ୁଥିବା ବେଳେ ସେମାନଙ୍କ ପରିବାରବର୍ଗ ସୋସିଆଲ ମିଡିଆରେ ଜନସାଧାରଣଙ୍କୁ ଆର୍ଥିକ ସହାୟତା ମାଗୁଛନ୍ତି।

ସେହିପରି ଜଣେ ରୋଗୀ ହେଉଛନ୍ତି ଅଭିଷେକ ମହାପାତ୍ର। ମାତ୍ର ମାସକ ତଳେ ବିବାହ ହୋଇ ନୂଆ ଜୀବନ ଆରମ୍ଭ କରିବାର ସ୍ୱପ୍ନ ଦେଖୁଥିଲେ ଅଭିଷେକ କିନ୍ତୁ ଏହିସମୟରେ ବାହାଘରର ମାତ୍ର କିଛି ଦିନ ମଧ୍ୟରେ କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଏଡ଼ମିଟ ହୋଇଥିଲେ ଅଭିଷେକ। କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ସୁଧାର ଆସୁନଥିଲା ତେଣୁ ତାଙ୍କୁ ଇସିଏମଓ ପାଇଁ କୋଲକାତା ନେବାକୁ କୁହାଯାଇଥିଲା।

ଅଭିଷେକଙ୍କର ଇସିଏମଓ ଚିକିତ୍ସା କରିବା ପାଇଁ ପ୍ରାୟ ୧ କୋଟି ଟଙ୍କା ଦରକାର ହେଉଥିବାରୁ ପରିବାର ବର୍ଗ ଲୋକ ଜନସାଧାରଣଙ୍କଠାରୁ ଆର୍ଥିକ ସହାୟତା ମାଗିଥିଲେ। ବର୍ତ୍ତମାନ ଏହି ସହାୟତା ଅଭିଯାନରେ ସାମିଲ ବଙ୍ଗୀୟ ତଥା ଓଡ଼ିଆ ଅଭିନେତ୍ରୀ ଝିଲିକ ଭଟଚାର୍ଯ୍ୟ ହୋଇଛନ୍ତି। ଝିଲିକ ନିଜ ଫେସବୁକ ଏକାଉଣ୍ଟରେ ଏକ ଭିଡ଼ିଓ ପୋଷ୍ଟ କରି ଅଭିଷେକ ମହାପାତ୍ରଙ୍କ ପାଇଁ ସାହାଯ୍ୟ ପାର୍ଥନା କରିଛନ୍ତି।

ଏହି ଭିଡ଼ିଓରେ ଝିଲିକ ଅଭିଷେକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଦର୍ଶାଇବା ସହ ତାଙ୍କୁ ଚିକିତ୍ସା କରିବା ପାଇଁ ଆର୍ଥିକ ସହାୟତା ଦେବାକୁ ଲୋକମାନଙ୍କୁ ନିବେଦନ ମଧ୍ୟ କରିଥିଲେ। ଏଥିସହିତ ଝିଲିକ ନିଜେ ମଧ୍ୟ ନିଜର ସାମର୍ଥ୍ୟ ଅନୁସାରେ କିଛି ଅର୍ଥରାଶି ପ୍ରଦାନ କରିଛନ୍ତି ବୋଲି ଭିଡ଼ିଓରେ କହିଛନ୍ତି। ଏହି ଭିଡ଼ିଓରେ ଭଗବାନଙ୍କ ପାଖରେ ଝିଲିକ ଅଭିଷେକଙ୍କର ଆରୋଗ୍ୟ ପାଇଁ କାମନା କରିଛନ୍ତି। ଜନସାଧାରଣଙ୍କର ଆର୍ଥିକ ସହାୟତାରେ ଅଭିଷେକଙ୍କୁ କୋଲକତା ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସା ପାଇଁ ଆହୁରି ଟଙ୍କାର ଆବଶ୍ୟକ ହେଉଥିବାରୁ ତାଙ୍କର ପରିବାର ଲୋକମାନେ ଆହୁରି ଅର୍ଥ ସହାୟତା ପାଇଁ ଗଣମାଧ୍ୟମରେ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *