କାହା ପାଇଁ ଭାଙ୍ଗିବାକୁ ଯାଉଛି ଟିଏମସି ସାଂସଦ ନୁସରତ ଜହାଂ ଓ ନିଖିଲ ଜୈନଙ୍କ ସମ୍ପର୍କ,ସିଧାସଳଖ ଏହି ବ୍ୟକ୍ତିଙ୍କୁ ଟାର୍ଗେଟ୍ କଲେ ସ୍ବାମୀ ନିଖିଲ

ଟିଏମସି ସାଂସଦ ନୁସରତ ଜହାଂ ଓ ନିଖିଲ ଜୈନଙ୍କ ବିବାଦ ଥମିବାର ନାଁ ନେଉନାହିଁ। ଉଭୟ ପରସ୍ପର ଉପରେ ଗମ୍ଭୀର ଆରୋପ ଲଗାଉଛନ୍ତି। ଏବେଏବେ ନିଖିଲ ଜୈନ ନିଜର ବୟାନ ଜାରି କରିଛନ୍ତି। ଏହାମଧ୍ୟରେ ନିଖିଲ 9ଟି ପଏଣ୍ଟରେ ନିଜର କଥା ରଖିଥିଲେ ଓ ଫ୍ୟାନ୍ସଙ୍କୁ ସତ୍ୟତା ଜଣାଇଥିଲେ।

ନିଖିଲ ମଧ୍ୟ ନୁସରତ ଓ ୟାସ ଦାସଗୁପ୍ତାଙ୍କ ଭିତରର ଅଫେୟାର ଆଡ଼କୁ ଆଙ୍ଗୁଠି ଦେଖାଇଥିଲେ। ସେ ସଫା ସଫା ୟାସଙ୍କ ନାମ ନେଲେନାହିଁ। କିନ୍ତୁ ଏକ ଆଳରେ କହିଥିଲେ କି, ଏହି କାରଣରୁ ତାଙ୍କର ବୈବାହିକ ଜୀବନ ଶେଷ ହୋଇଯାଇଥିଲା।

ୟାସଙ୍କ ସହିତ ହୋଇଥିଲା ନୁସରତଙ୍କ ଫିଲ୍ମ ରିଲିଜ:-

ନିଖିଲ ଜୈନ ଯେଉଁ ବୟାନ ଜାରି କରିଥିଲେସେଥିରେ ସେ ଲେଖିଥିଲେ କି, ବର୍ଷ 2020 ମସିହାରେ ଏକ ଫିଲ୍ମ ଶୁଟିଂ ସମୟରେ ତାଙ୍କର ରୀତିନୀତି ବଦଳିବାକୁ ଲାଗିଥିଲା ଓ ସେ ଏହାକୁ ଜାଣିଛନ୍ତି। ମୋ ପତ୍ନୀର ସ୍ଵଭାବ ଏତେ ବଦଳିଗଲା କି, ମୁଁ ମଧ୍ୟ ଭାବିବାକୁ ଲାଗିଲି। ଏହିସମୟରେ ୟାସ ଦାସଗୁପ୍ତାଙ୍କ ସହିତ ନୁସରତଙ୍କ ଫିଲ୍ମ ରିଲିଜ ହୋଇଥିଲା । ଉଭୟ ମିମି ଚକ୍ରବର୍ତ୍ତୀଙ୍କ ସହିତ ଲିଡ଼ ରୋଲରେ ନଜର ଆସିଥିଲେ। ଫିଲ୍ମର ନାମ ଥିଲା “ଏସଓ ଏମ କୋଲକାତା”। ନୁସରତ ଓ ୟାସଙ୍କୁ ଏହି ଫିଲ୍ମର ପ୍ରମୋସନ ପାଇଁ ବହୁତ ବ୍ୟସ୍ତରେ ଦେଖିବାକୁ ମିଳିଥିଲା। ସେମାନଙ୍କର କେତେକ ଫୋଟୋ ମଧ୍ୟ ଭାଇରାଲ ହୋଇ ସାମ୍ନାକୁ ଆସିଥିଲା।

View this post on Instagram

A post shared by Nusrat (@nusratchirps)

ଏହାପରେ ଉଭୟଙ୍କ ମଧ୍ୟରେ ଏକ ସିଜଲିଙ୍ଗ ଫୋଟୋଗ୍ରାଫି ସାମ୍ନାକୁ ଆସିଥିଲା ଯେଉଁଥିରେ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ଦେଖିବାକୁ ମିଳୁଥିଲା। ନୁସରତ ୟାସଙ୍କ ସହିତ ନିଜର ଫୋଟୋ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଶେୟର କରିଥିଲେ। ଫ୍ୟାନ୍ସଙ୍କୁ ଉଭୟଙ୍କ କେମେଷ୍ଟ୍ରି ବହୁତ ପସନ୍ଦ ଆସିଥିଲା।

View this post on Instagram

A post shared by Yash (@yashdasgupta)

ନିଖିଲ ଜୈନ କୁହନ୍ତି ଯେତେବେଳେ ଆମେ ଏକାଠି ରହୁଥିଲୁ ଓ ଆମେ ଆମର ବିବାହ ରେଜିଷ୍ଟର କରିବାପାଇଁ କହିଥିଲି ତ ସେ ଏହାକୁ ବାରଣ କରିଥିଲେ। 5 ନଭେମ୍ବର 2020 ତାରିଖରେ ନୁସରତ ନିଜର ବ୍ୟାଗ ଓ ଜିନିଷ ପତ୍ର ସବୁ ନେଇ ନିଜର ପର୍ସନାଲ ଫ୍ଲାଟକୁ ସିଫ୍ଟ ହୋଇଗଲେ। ଏହାପରେ ଆମେ ଉଭୟ ଏକାଠି ନାହୁଁ। ସେ ନିଜର ସମସ୍ତ ବ୍ୟକ୍ତିଗତ ଜିନିଷ ନିଜ ସହିତ ନେଇଗଲେ।

Leave a Reply

Your email address will not be published. Required fields are marked *